ଟଙ୍କିକିଆ ଚାଉଳର ଗୁମର ଖୋଲିଲେ ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 16, 2019

ଟଙ୍କିକିଆ ଚାଉଳର ଗୁମର ଖୋଲିଲେ ମୋଦି

ସମ୍ବଲପୁର(ସଞ୍ଜୟ ଜେନା)ଆଜି ସମ୍ବଲପୁରରେ ଏକ ନିର୍ବାଚନୀ ସଭାରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାରେ ବଣ୍ଟନ ହେଉଥିବା ଟଙ୍କିକିଆ ଚାଉଳର ଗୁମର ଖୋଲିଛନ୍ତି। କହିଛନ୍ତି ଭାରତ ସରକାର ୨୯ରୁ ୩୦ ଟଙ୍କାରେ ଚାଉଳ କିଣି ପଠାଉଛନ୍ତି। ରାଜ୍ୟ ସରକାର ସେଥିରେ ମାତ୍ର ୨ ଟଙ୍କା ମିଶାଉଛନ୍ତି ।

ମାତ୍ର ୨ ଟଙ୍କା ଦେଇ ଓଡ଼ିଶା ସରକାର କହୁଛନ୍ତି ଶସ୍ତାରେ ଦେଉଛନ୍ତି । ଆପଣଙ୍କୁ ରାଜ୍ୟ ସରକାର ମିଛ କହୁଛି କି ନାହିଁ କହନ୍ତୁ ବୋଲି ମୋଦି ସଭାରେ ଉପସ୍ଥିତ ଜନତାଙ୍କୁ ପ୍ରଶ୍ନ କରିଥିଲେ। ଏମିତି ମିଛ କହି ଓଡ଼ିଶା ସରକାର ଆପଣଙ୍କୁ ଅନ୍ଧାରରେ ରଖିଛି । ମୋଦି ସରକାର ଆସିଲେ ଗରିବଙ୍କୁ ଘର ପ୍ରଦାନ ତ୍ୱରାନ୍ୱିତ ହେବ।

୨୦୨୨ ସୁଦ୍ଧା ଓଡ଼ିଶାର ସବୁ ଗରିବଙ୍କୁ ପକ୍କା ଘର ମିଳିସାରିଥିବ। ପକ୍କା ଘର ସହ ଉଜ୍ଜ୍ୱଳା ଗ୍ୟାସ୍, ସୌଭାଗ୍ୟ ବିଜୁଳି ମିଳିବ। ଏଥିସହ ଏଲଇଡି ବଲ୍ବ, ଶୌଚାଳୟ ବି ଦିଆଯିବ। ଓଡ଼ିଶାରେ ବିଜେପି ସରକାର ହେଲେ ଆୟୁଷ୍ମାନ ଭାରତ ଲାଗୁ ହେବ। ଓଡ଼ିଶାରେ ଏଥର ନିଶ୍ଚିତ ଡବଲ ଇଂଜିନ ସରକାର ଗଠନ ହେବ ବୋଲି ମୋଦି କହିଛନ୍ତି।



from Odisha Reporter http://bit.ly/2UBWjFY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages