‘ଫୋନି’ ପାଇଁ ୪ ରାଜ୍ୟକୁ ଆଗୁଆ ସହାୟତା; ଓଡ଼ିଶାକୁ ସର୍ବାଧିକ ୩୪୦ କୋଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 30, 2019

‘ଫୋନି’ ପାଇଁ ୪ ରାଜ୍ୟକୁ ଆଗୁଆ ସହାୟତା; ଓଡ଼ିଶାକୁ ସର୍ବାଧିକ ୩୪୦ କୋଟି

fani

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମାଡ଼ିଆସୁଛି ବାତ୍ୟା ‘ଫୋନି’। ଏହା କେଉଁଠି ଲ୍ୟାଣ୍ଡଫଲ୍ କରିବ ତାହା ସ୍ପଷ୍ଟ ହୋଇ ନଥିବା ବେଳେ ଓଡ଼ିଶା ସମେତ ୫ଟି ରାଜ୍ୟ ଓ ୩ଟି କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ କେନ୍ଦ୍ର ସ୍ୱରାଷ୍ଟ ମନ୍ତ୍ରାଳୟର ଏନ୍‌ଇଆର୍‌ସି ପକ୍ଷରୁ ଆଡ୍‌ଭାଇଜାରୀ ଜାରି କରାଯାଇ ସ୍ଥିତି ଉପରେ ନଜର ରଖିବା ସହ ସତର୍କତାମୂଳକ ବ୍ୟବସ୍ଥା ଗ୍ରହଣ କରିବାକୁ କୁହାଯାଇଛି। ଏହା ସହିତ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ତାମିଲନାଡୁ ଓ ପଶ୍ଚିମବଙ୍ଗ ପାଇଁ ଆଗୁଆ ସହାୟତା ରାଶି ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ନ୍ୟାସ୍‌ନାଲ୍‌ କ୍ରାଏସିସ୍ ମ୍ୟାନେଜ୍‌ମେଣ୍ଟ୍ କମିଟି (ଏନ୍‌ସିଏମ୍‌ସି)ର ନିଷ୍ପତ୍ତିକ୍ରମେ ସ୍ୱରାଷ୍ଟ ମନ୍ତ୍ରାଳୟ ଏହି ନିର୍ଦ୍ଦେଶ ଦେଇଛନ୍ତି।

ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଅଧୀନରେ ଥିବା ଏସ୍‌ଡିଆର୍‌ଏଫ୍‌ (ଷ୍ଟେଟ୍‌ ଡିଜାଷ୍ଟର ରେସ୍‌ପନ୍ସ ଫଣ୍ଡ୍‌)ରୁ ଏହି ଆଗୁଆ ସହାୟତା ରାଶି ପ୍ରଦାନ କରାଯିବ। ଏହି ଚାରି ରାଜ୍ୟକୁ ଏସ୍‌ଡିଆର୍‌ଏଫ୍‌ରୁ ମୋଟ ୧୦୮୬ କୋଟି ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଓଡ଼ିଶାକୁ ସର୍ବାଧିକ ୩୪୦.୮୭୫ କୋଟି ଟଙ୍କା ଦେବାକୁ କୁହାଯାଇଛି। ସୂଚନାଯୋଗ୍ୟ, ‘ଫୋନି’ର ପ୍ରଭାବ ଓଡ଼ିଶାରେ ସବୁଠୁ ଅଧିକ ପଡ଼ିବ ବୋଲି ଆଶଙ୍କା କରାଯାଉଛି।

ସ୍ୱରାଷ୍ଟ ମନ୍ତ୍ରାଳୟର ନିର୍ଦ୍ଦେଶ ଅନୁଯାୟୀ ଆନ୍ଧ୍ର ପ୍ରଦେଶକୁ ୨୦୦.୨୫ କୋଟି, ତାମିଲନାଡୁକୁ ୩୦୯.୩୭୫ ଓ ପଶ୍ଚିମବଙ୍ଗକୁ ୨୩୫.୫୦ କୋଟି ଦିଆଯିବ।

‘ଫୋନି’ ପାଇଁ ପ୍ରତିଷେଧକ ବ୍ୟବସ୍ଥା ଓ ରିଲିଫ୍ କାର୍ଯ୍ୟ ପାଇଁ ଏହି ଅନୁଦାନ ଦିଆଯିବାକୁ କୁହାଯାଇଛି।



from Odisha Reporter http://bit.ly/2PF47kv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages