
ମୁମ୍ବାଇ: ବଲିଉଡ୍ରେ ଏବେ ବାୟୋପିକ୍ ବା ଜୀବନୀ ଉପରେ ସିନେମା ତିଆରି କରାଯାଉଛି। ଦର୍ଶକମାନେ ଏହି ଫିଲ୍ମ ଦେଖିବାକୁ ବହୁତ ପସନ୍ଦ କରୁଛନ୍ତି। ଫିଲ୍ମ ଗୁଡ଼ିକ ବକ୍ସ ଅଫିସ୍ରେ ମଧ୍ୟ ଭଲ ବ୍ୟବସାୟ କରୁଛି। କିନ୍ତୁ ଏବେ ଏକ ଖବର ଆସୁଛି ଯାହାକୁ ଶୁଣିଲେ ଆପଣ ଚିନ୍ତିତ ହୋଇଯିବେ। କାରଣ ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍ରେ ଥିବା ଆଶାରାମ ବାପୁଙ୍କୁ ନେଇ ଏବେ ବାୟୋପିକ୍ ତିଆରି ହେବାକୁ ଯାଉଛି।
ଏକ ରିପୋର୍ଟ ଅନୁସାରେ, ଆଶାରାମ ବାପୁଙ୍କ ଉପରେ ଫିଲ୍ମ ତିଆରି ହେବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି।
‘ଗ୍ୟାଙ୍ଗସ୍ ଅଫ୍ ବାସେପୁର୍’, ‘ତନୁ ୱେଡସ୍ ମନୁ’ ଏବଂ ‘ଦ ଆକ୍ସିଡେନ୍ଟାଲ୍ ପ୍ରାଇମ୍ ମିନିଷ୍ଟର୍’ ଭଳି ଫିଲ୍ମ ତିଆରି କରିଥିବା ସୁନିଲ୍ ବୋହରା ଏହି ଫିଲ୍ମକୁ ନିର୍ମାଣ କରିବାକୁ ଚାହୁଁଛନ୍ତି। ଏହି ଫିଲ୍ମ ସାମ୍ବାଦିକ ଉସ୍ନିର୍ ମଜୁମ୍ଦାର୍ଙ୍କ ଦ୍ୱାରା ଲେଖା ହୋଇଥିବା ପୁସ୍ତକ ‘God of Sin: The Clut, the Clout and Downfall of Asa-Ram Bapu’ କୁ ନେଇ ତିଆରି ହେବ।

ଏହାକୁ ତିଆରି କରିବା ପାଇଁ ସେ ଲେଖକ ମଧ୍ୟ ଠିକ୍ କରିସାରିଛନ୍ତି। ଏହା ଏକ ଉଚ୍ଚସ୍ତରୀୟ ଫିଲ୍ମ ହେବ ବୋଲି ସୁନିଲ୍ ଏକ ସାକ୍ଷାତକାରରେ କହିଛନ୍ତି। ସେ କହିଛନ୍ତି ଯେ, ମୁଁ ପୁସ୍ତକମାନ ପଢ଼ିଛି। ଆଶାରାମ ବାପୁ ଦ୍ୱାରା ପୀଡ଼ିତ ମହିଳାମାନଙ୍କ ପାଇଁ କିପରି ମାଗଣାରେ କେସ୍ ଲଢ଼ି ତାଙ୍କୁ ନ୍ୟାୟ ଦିଆଯାଇଥିଲା।
ଏହି କେସ୍ ସହ ଜଡ଼ିତ ସୁରତ୍ ଏବଂ ଯୋଧପୁର୍ର ମହିଳା ପୁଲିସ୍ ଅଫିସର୍ ମଧ୍ୟ ମତେ ଫିଲ୍ମ ନିର୍ମାଣ କରିବାକୁ ପ୍ରେରିତ କରିଛନ୍ତି। ମୋ ହିସାବରେ ସେହି ମହିଳାମାନଙ୍କୁ ନ୍ୟାୟ ଦେବାରେ ମୁଖ୍ୟ ଭୂମିକା ନେଇଥିବା ଲୋକଙ୍କ ଉପରେ ଧ୍ୟାନ କେନ୍ଦ୍ରୀତ କରିବା ଉଚିତ୍।
ଆହୁରି ମଧ୍ୟ ସେ କହିଛନ୍ତି ଯେ, ମୁଁ ଏହାର ଲେଖକମାନଙ୍କ ସହ କଥାବାର୍ତ୍ତା କରିଛି। ଏହି ଫିଲ୍ମକୁ ସେ ଆର୍ନ୍ତଜାତୀୟ ସ୍ତରକୁ ନେବା ପାଇଁ ମଧ୍ୟ ଇଚ୍ଛୁକ ଥିବା ପ୍ରକାଶ କରିଛନ୍ତି।
from Odisha Reporter http://bit.ly/2vubCBK
No comments:
Post a Comment