
ଥିରୁଭନନ୍ତପୁରମ: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା କେନ୍ଦ୍ରରେ କ୍ଷମତାସୀନ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ ଏନ୍ଡିଏକୁ ଯେଉଁ ଲୋକମାନେ କ୍ଷମତାକୁ ଆଣିଥିଲେ, ଦଳ ସେମାନଙ୍କ ସହ ବିଶ୍ୱାସଘାତକତା କରିଛି। ଏହି ୫ ବର୍ଷ ମଧ୍ୟରେ ଏନ୍ଡିଏ ସରକାର ଯାହା ବି କରିଛି ତାହା କେବଳ ଦେଶର ଲୋକଙ୍କୁ ଭାଗଭାଗ କରିବାକୁ ଏକ ପ୍ରଚେଷ୍ଟା। ଏହା ହେଉଛି ମୋ ଦେଶ, ଏହି ପାହାଡ଼ ହେଉଛି ମୋ ଦେଶର, ଉତ୍ତର ପ୍ରଦେଶରେ ଥିବା ଗହମ କ୍ଷେତ ମୋ ଦେଶ, ତାମିଲନାଡୁ ହେଉଛି ମୋ ଦେଶ ଓ ଗୁଜରାଟ ବି ମୋ ଦେଶ ଓ ଉତ୍ତର ଭାରତ ବି ମୋ ଦେଶ। କିନ୍ତୁ ବିଜେପି ଏସବୁ ଭିତରେ କେବଳ ବିଭାଜନର ରାଜନୀତି କରୁଛି।”
ସେ କହିଛନ୍ତି, “୫ ବର୍ଷ ତଳେ ଦେଶର ଲୋକମାନେ ପୂର୍ଣ୍ଣ ସମର୍ଥନ ଦେଇ ଏକ ସରକାର ଗଠନ କରିଥିଲେ। ଏହି ସରକାର ଲୋକଙ୍କ ପାଇଁ କାମ କରିବ ବୋଲି ସେମାନେ ବିଶ୍ୱାସ କରିଥିଲେ। ହେଲେ କ’ଣ ହେଲା? ଏହି ସରକାର ଯେବେଠାରୁ କ୍ଷମତା ଦଖଲ କଲା, ସେବେଠାରୁ ଲୋକଙ୍କ ବିଶ୍ୱାସ ସହ ଖେଳିବା ଆରମ୍ଭ କରିଥିଲା। ସେମାନେ ଲୋକଙ୍କୁ ଚାକିରି ଓ ସମସ୍ତଙ୍କ ଆକାଉଣ୍ଟକୁ ୧୫ ଲକ୍ଷ ଟଙ୍କା ଲେଖାଏ ପଠାଇବେ ବୋଲି କହିଥିଲେ। କିନ୍ତୁ ଲୋକଙ୍କ ସହ ବିଶ୍ୱାସଘାତକତା କଲେ। ତେଣୁ ସେଗୁଡ଼ିକ କେବଳ ଝୁମଲା ଥିଲା।”
from Odisha Reporter http://bit.ly/2VR8YkV
No comments:
Post a Comment