ଦୂତୀଙ୍କ ନ୍ୟାଶନ୍ୟାଲ୍ ରେକର୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 21, 2019

ଦୂତୀଙ୍କ ନ୍ୟାଶନ୍ୟାଲ୍ ରେକର୍ଡ

ନୂଆଦିଲ୍ଲୀ: ଦୋହାରେ ଆଜିଠାରୁ ଆରମ୍ଭ ହୋଇଥିବା ୨୩ତମ ଏସିଆନ୍ ଆଥଲେଟିକ୍ସ ଚାମ୍ପିଅନଶିପରେ ଓଡ଼ିଆ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ ନୂଆ ନ୍ୟାଶନାଲ୍ ରେକର୍ଡ ସ୍ଥାପନ କରିବା ସହ ମହିଳା ୧୦୦ ମିଟର୍ ସେମିଫାଇନାଲରେ ସ୍ଥାନ ହାସଲ କରିଛନ୍ତି।

ହିଟ୍-୪ରେ ଦୌଡ଼ୁଥିବା ଦୂତୀ ନିର୍ଦ୍ଧାରିତ ଦୂରତାକୁ ମାତ୍ର ୧୧.୨୮ ସେକେଣ୍ଡରେ ଅତିକ୍ରମ କରି ନିଜ ରେକର୍ଡକୁ ହିଁ ଭାଙ୍ଗି ଦେଇଛନ୍ତି। ଏହା ପୂର୍ବରୁ ଗତବର୍ଷ ଗୁଆହାଟୀରେ ସେ ୧୦୦ ମିଟରକୁ ୧୧.୨୯ ସେକେଣ୍ଡରେ ଅତିକ୍ରମ କରିଥିଲେ।

ତେବେ ଭାରତର ଅନ୍ୟତମ ମହିଳା ସ୍ପ୍ରିଣ୍ଟର ହିମା ଦାସ ଆହତ କାରଣରୁ ମହିଳା ୪୦୦ ମିଟର ଅଧାରୁ ଓହରି ଯାଇଛନ୍ତି। ଗତବର୍ଷ ଜାକର୍ତ୍ତାରେ ଆୟୋଜିତ ଏସିଆନ୍ ଗେମ୍ସରେ ୪୦୦ ମିଟରକୁ ୫୦.୭୯ ମିନିଟରେ ଅତିକ୍ରମ କରି ରେକର୍ଡ ସ୍ଥାନ କରିଥିବା ହିମା ଆଜି ଭଲ ଆରମ୍ଭ କରିଥିଲେ। କିନ୍ତୁ କିଛି ବାଟ ଦୌଡ଼ିବା ପରେ ସେ ପିଠିରେ ଯନ୍ତ୍ରଣା ଅନୁଭବ କରିଥିଲେ ଏବଂ ଅଧାରୁ ହିଁ ଟ୍ରାକରୁ ବାହାରି ଆସିଥିଲେ।

ଅନ୍ୟ ଇଭେଣ୍ଟରେ ଭାରତର ଏମଆର୍ ପୁଭାମ୍ମା ୪୦୦ ମିଟର୍ ଫାଇନାଲରେ ପ୍ରବେଶ କରିଛନ୍ତି। ସେ ନିର୍ଦ୍ଧାରିତ ଦୂରତାକୁ ୫୨.୪୬ ସେକେଣ୍ଡରେ ଅତିକ୍ରମ କରିଥିଲେ। ପୁରୁଷ ୪୦୦ ମିଟରରେ ମହମ୍ମନ ଅନାସ ୪୬.୩୬ ସେକେଣ୍ଡରେ ତୃତୀୟ ସ୍ଥାନରେ ରହି ସେମିଫାଇନାଲରେ ସ୍ଥାନ ହାସଲ କରିଛନ୍ତି।

ଏହି ଇଭେଣ୍ଟରେ ଭାରତର ଅରୋକିଆ ରାଜିବ ମଧ୍ୟ ଭଲ ପ୍ରଦର୍ଶନ କରି ସେମିରେ ପହଞ୍ଚିଛନ୍ତି। ପୁରୁଷ ୮୦୦ ମିଟରରେ ଜିନସନ୍ ଜସନନ୍ ୧:୫୩.୪୩ ସେକେଣ୍ଡରେ ଦ୍ୱିତୀୟ ସ୍ଥାନରେ ରହି ସେମିରେ ପ୍ରବେଶ କରିଥିବା ବେଳେ ଗୋମତୀ ମାରିମୁଥୁ ମହିଳା ୮୦୦ ମିଟରର ସେମିଫାଇନାଲରେ ସ୍ଥାନ ପକ୍କା କରିଛନ୍ତି।



from Odisha Reporter http://bit.ly/2Ivf73f

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages