ଚାରି ଦିନରେ ୫୦ କୋଟି ପାର କଲା ‘କଲଙ୍କ’ର ବକ୍ସ ଅଫିସ୍‌ କଲେକ୍‌ସନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 21, 2019

ଚାରି ଦିନରେ ୫୦ କୋଟି ପାର କଲା ‘କଲଙ୍କ’ର ବକ୍ସ ଅଫିସ୍‌ କଲେକ୍‌ସନ୍‌

kalnak

ମୁମ୍ବାଇ: ମଲ୍ଟି ଷ୍ଟାରର ଫିଲ୍ମ ‘କଲଙ୍କ’ ଏପ୍ରିଲ୍‌ ୧୭ ରେ ରିଲିଜ୍‌ ହୋଇଯାଇଛି। ଫିଲ୍ମର ଓ କାଷ୍ଟ୍‌କୁ ଦେଖି ଅନୁମାନ୍‌ କରାଯାଉଥିଲା ଯେ ଫିଲ୍ମଟି ୨୦୧୯ର ସବୁଠୁ ବଡ଼ ହିଟ୍‌ ଫିଲ୍ମ ସାବ୍ୟସ୍ତ ହେବ। କିନ୍ତୁ ଫିଲ୍ମକୁ ପ୍ରଥମ ଦିନରେ ସଫଳତା ମିଳିଥିଲେ ମଧ୍ୟ ତାହା ତୁଳନାରେ ଅନ୍ୟ ଦିନ ଗୁଡ଼ିକରେ ଏହି ଫିଲ୍ମକୁ ସେତେଟା ଭଲ ରେସ୍‌ପନ୍ସ ମିଳିନାହିଁ। ରିପୋର୍ଟ ମୁତାବକ ଫିଲ୍ମଟି ଏବେ ପର୍ଯ୍ୟନ୍ତ ୫୬.୬୫ କୋଟି ଟଙ୍କା ଆୟ କରିଛି।

ଏହା ପ୍ରଥମ ଦିନରେ ୨୧.୬ କୋଟି ଟଙ୍କା ଆୟ କରିଥିବା ବେଳେ, ଦ୍ୱିତୀୟ ଦିନରେ ୧୧.୪୫ କୋଟି ଆୟ କରିଥିଲା। ତୃତୀୟ ଦିନରେ ଏହାର ଆୟ ୧୧.୬୦ କୋଟି ଟଙ୍କା ଥିଲା ଓ ଶନିବାର ତଥା ଚତୁର୍ଥ ଦିନରେ ଏହି ଫିଲ୍ମ ୧୨ କୋଟି ପାଖାପାଖି ଆୟ କରିଛି।

ଫିଲ୍ମଟି ଇଣ୍ଟରନ୍ୟାସ୍‌ନାଲ୍‌ ବକ୍ସ ଅଫିସ୍‌ ଯେପରିକି ୟୁଏସ୍‌, କାନାଡ଼ା, ଅଷ୍ଟ୍ରେଲିଆ ଓ ୟୁକେରେ ଭଲ ଆୟ କରିଛି।

ଯେତେବେଳେ କରନ୍‌ ଜୋହରଙ୍କ ଏହି ଫିଲ୍ମର ନାଁ ଓ କାଷ୍ଟ୍‌ ଘୋଷଣା କରାଗଲା ସେତେବେଳରୁ ହିଁ ଫିଲ୍ମଟି ଖୁବ୍‌ ଚର୍ଚ୍ଚା ରହିଥିଲା। କିନ୍ତୁ ଫିଲ୍ମର କ୍ରିଟିକ୍‌ମାନଙ୍କଠାରୁ ମିଶ୍ର ପ୍ରତିକ୍ରିୟା ମିଳିଥିଲା। କିନ୍ତୁ ଚଳିତ ବର୍ଷର ଏହି ସବୁ ଫିଲ୍ମ ସବୁ ବଡ଼ ଓପ୍‌ନିଂ ସାବ୍ୟସ୍ତ ହୋଇଛି କାରଣ ଏହା ପୂର୍ବରୁ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘କେଶରୀ’ ପ୍ରଥମ ଦିନରେ ୨୧. ୦୬ କୋଟି ଟଙ୍କା ଆୟ କରି ଚଳିତ ବର୍ଷର ସବୁଠୁ ଅଧିକ ଓପ୍‌ନିଂ କରିଥିବା ଫିଲ୍ମଗୁଡ଼ିକ ମଧ୍ୟରେ ସବୁଠୁ ଆଗରେ ଥିଲା। କିନ୍ତୁ ‘କଲଙ୍କ’ ରିଲିଜ୍‌ ପରେ ‘କେଶରୀ’ ଦ୍ୱିତୀୟ ସ୍ଥାନକୁ ଖସି ଆସିଛି।

କିନ୍ତୁ ଏହି ଫିଲ୍ମ ଆଲିଆ ଓ ବରୁନ୍‌ ଧୱନ୍‌ଙ୍କ କ୍ୟାରିଅରରେ ପ୍ରଥମ ଦିନରେ ସବୁଠୁ ଅଧିକ ଆୟ କରିଥିବା ଫିଲ୍ମ ସାବ୍ୟସ୍ତ ହୋଇଛି।



from Odisha Reporter http://bit.ly/2IxIOAQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages