ବିଜୟଙ୍କ ପାଇଁ ପ୍ରଚାର କରିପାରନ୍ତି ଦିଲୀପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 4, 2019

ବିଜୟଙ୍କ ପାଇଁ ପ୍ରଚାର କରିପାରନ୍ତି ଦିଲୀପ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ବନ୍ଧୁ ବିଜୟ ମହାପାତ୍ରଙ୍କ ପାଇଁ ନିର୍ବାଚନ ପ୍ରଚାର କରିପାରନ୍ତି ଦିଲୀପ ରାୟ। ସିଧାସଳଖ କିଛି କହିନଥିଲେ ମଧ୍ୟ ଏପରି ଇସାରା ଦେଇଛନ୍ତି ରାଉରକେଲାର ପୂର୍ବତନ ବିଧାୟକ ଦିଲୀପ ରାୟ। ରାଉରକେଲାରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ଦିଲୀପ କହିଛନ୍ତି-“ବ୍ରାହ୍ମଣୀ ଉପରେ ଦ୍ୱିତୀୟ ସେତୁ ଓ ଆଇଜିଏଚ୍‌ ନେଇ ଲଢ଼େଇ ଜାରି ରହିବ। ରାଉରକେଲାର ସର୍ବାଙ୍ଗୀନ ବିକାଶ ପାଇଁ ଯିଏ ଏହି ପ୍ରତିଶ୍ରୁତି ପୂରଣ କରିବ, ତା’ ସହିତ ଆମେ ରହି କାମ କରିବୁ। କିନ୍ତୁ ମୁଁ କୌଣସି ଦଳରେ ଯୋଗଦେବି ନାହିଁ।”

ବନ୍ଧୁ ବିଜୟ ମହାପାତ୍ରଙ୍କ ପାଇଁ ପ୍ରଚାରକୁ ନେଇ ସେ କହିଛନ୍ତି-“ଯେହେତୁ ସେ ମୋ ବନ୍ଧୁ, ତାଙ୍କ ପାଇଁ ଯାହା କରିବା କଥା କରିବି।”

ଓଡ଼ିଶା ରାଜନୀତିରେ ଦୁଇ ଭେଟ୍‌ରାନ ରାଜନେତା ହେଉଛନ୍ତି ବିଜୟ ମହାପାତ୍ର ଓ ଦିଲୀପ ରାୟ। ଉଭୟ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଅତି ନିକଟତର ବ୍ୟକ୍ତି ଓ ଅନୁଗତ। ବିଜୁବାବୁଙ୍କ ଦେହାନ୍ତ ପରେ ଏମାନେ ବିଜୁ ଜନତା ଦଳର ପ୍ରତିଷ୍ଠାତା ସଦସ୍ୟ ଥିଲେ। ମାତ୍ର ପରବର୍ତ୍ତୀ ସମୟରେ ସେମାନଙ୍କୁ ଦଳରୁ ବିଦା ହେବାକୁ ପଡ଼ିଥିଲା। ଶେଷରେ ସେମାନେ ବିଜେପିରେ ସାମିଲ ହୋଇଥିଲେ। ତେବେ ଗତ ନିର୍ବାଚନରେ ଦିଲୀପ ବ୍ରାହ୍ମଣୀ ଉପରେ ଦ୍ୱିତୀୟ ସେତୁ ଓ ଆଇଜିଏଚ୍‌କୁ ସୁପର ସ୍ପେସିଆଲିଟି ହସ୍ପିଟାଲ୍‌ କରିବା ପାଇଁ ରାଉରକେଲା ବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏହା ପୂରଣ ହୋଇନଥିବା ଅଭିଯୋଗ କରି ସେ ଦଳରୁ ଇସ୍ତଫା ଦେଇଥିଲେ। ସେହିପରି ବିଜୟ ମହାପାତ୍ରଙ୍କୁ ଦଳ ଅଣଦେଖା କରୁଥିବା ଅଭିଯୋଗ ଆଣି ସେ ଇସ୍ତଫା ଦେଇଥିଲେ।

ପରବର୍ତ୍ତୀ ସମୟରେ ବିଜେଡିର ବରିଷ୍ଠ ନେତାମାନେ ଦଳରୁ ଜଣକ ପରେ ଜଣେ ବିଦା ହୋଇ ବିଜେପିରେ ସାମିଲ ହୋଇଥିଲେ। ସେମାନଙ୍କ ଅନୁରୋଧ କ୍ରମେ ବିଜୟ ପୁଣି ଥରେ ବିଜେପିକୁ ଫେରିଛନ୍ତି। ତାଙ୍କୁ ଏଥର ଦଳ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରାରୁ ପ୍ରାର୍ଥୀ କରିଛି। କିନ୍ତୁ ବନ୍ଧୁ ଦିଲୀପ ବିଦେଶରୁ ଫେରିଲେ ନିଜର ନିଷ୍ପତ୍ତି ଜଣାଇବେ ବୋଲି ବିଜୟ କହିଥିଲେ।

ଆଜି ଦିଲୀପ ରାଉରକେଲା ଫେରିବା ପରେ ତାଙ୍କୁ ରାଉରକେଲାବାସୀ ବିପୁଳ ସ୍ୱାଗତ ଜଣାଇଛନ୍ତି। ଏହି ସମୟରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ଦିଲୀପ ମୁରୁକି ହସି ତାଙ୍କ ପୁରୁଣା ବନ୍ଧୁ(ବିଜୟ ମହାପାତ୍ର)ଙ୍କୁ ସହଯୋଗ କରିବେ ବୋଲି ଇସାରା ଦେଇଛନ୍ତି।



from Odisha Reporter https://ift.tt/2TUDJ6T

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages