ଡେରାଡୁନ୍‌ ଛାତ୍ରମୃତ୍ୟୁର ତଦନ୍ତ କରିବ ୩ ଜଣିଆ ଟିମ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 4, 2019

ଡେରାଡୁନ୍‌ ଛାତ୍ରମୃତ୍ୟୁର ତଦନ୍ତ କରିବ ୩ ଜଣିଆ ଟିମ୍‌

ଡେରାଡୁନ୍‌: ବାସୁ ଯାଦବ ନାମକ ଜଣେ ଛାତ୍ରଙ୍କୁ ହତ୍ୟା କରାଯିବା ପରେ ଘଟଣାକୁ ସ୍କୁଲ କର୍ତ୍ତୃପକ୍ଷ ଲୁଚାଇଥିବାର ଅଭିଯୋଗ ଆସିବା ପରେ ଡେରାଡୁନ୍‌ ଜିଲ୍ଲା ମାଜିଷ୍ଟ୍ରେଟ୍‌ ଏହି ଘଟଣାର ତଦନ୍ତ ପାଇଁ ଏକ ୩ ଜଣିଆ କମିଟି ଗଠନ କରିଛନ୍ତି। ୧୨ ବର୍ଷର ଜଣେ ଛାତ୍ରଙ୍କ ମୃତ୍ୟୁ ସମ୍ପର୍କରେ ତାଙ୍କ ଅଭିଭାବକଙ୍କୁ ଜଣାଇବା ବଦଳରେ ସ୍କୁଲ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ ସେ ଅସୁସ୍ଥ ଅଛନ୍ତି।

ଏହି ପ୍ରସଙ୍ଗରେ ଜିଲ୍ଲା ମାଜିଷ୍ଟ୍ରେଟ୍‌ ଏସ୍‌ଏ ମୁରୁଗେସନ୍‌ କହିଛନ୍ତି, ସତରେ ସ୍କୁଲ କର୍ତ୍ତୃପକ୍ଷ ସବୁଜାଣି ଘଟଣାକୁ ଲୁଚାଇବାର ପ୍ରୟାସ କରୁଥିଲେ କି ନା, ତାହା ଏହି କମିଟି ତଦନ୍ତ କରି ଜଣାଇବ। ଏହି କମିଟିରେ ଡେରାଡୁନ୍‌ର ମୁଖ୍ୟ ଶିକ୍ଷା ଅଧିକାରୀ, ଋଷିକେଶର ସବ୍‌ ଡିଭିଜନାଲ ମାଜିଷ୍ଟ୍ରେଟ୍‌ ଏବଂ ଜିଲ୍ଲା ତଦନ୍ତ ଅଧିକାରୀ ସଦସ୍ୟ ରହିବେ। ହତ୍ୟାକାଣ୍ଡରେ ଏବଂ ଏହାକୁ ଲୁଚାଇବାରେ ସ୍କୁଲର ଭୂମିକା ସମ୍ପର୍କରେ ସେମାନେ ତଦନ୍ତ କରିବେ।

ସୂଚନାଯୋଗ୍ୟ ଯେ, ମୃତ ଛାତ୍ର ବାସୁ ଉପର ଶ୍ରେଣୀର ପିଲାମାନଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇଥିଲେ। ବାସୁ ବିସ୍କୁଟ ଚୋରି କରିଥିବା ଅଭିଯୋଗ ପରେ ହଷ୍ଟେଲରେ ରହୁଥିବା ପିଲାମାନଙ୍କୁ ବାହାରକୁ ଯିବାକୁ ଅନୁମତି ନମିଳିବାରୁ ସେମାନେ ରାଗରେ ବାସୁଙ୍କୁ ବ୍ୟାଟ୍‌ ଏବଂ ଷ୍ଟମ୍ପ ଆଦିରେ ଆକ୍ରମଣ କରିଥିଲେ। ହସ୍ପିଟାଲରେ ହିଁ ବାସୁଙ୍କର ମୃତ୍ୟୁ ହୋଇଯାଇଥିଲା ଏବଂ ଏହାପରେ ସ୍କୁଲ ପରିସରରେ ତାଙ୍କ ମୃତଦେହ ପୋତିଦିଆଯାଇଥିଲା।

ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି ସେମାନେ ବାସୁଙ୍କ ମୃତଦେହ ପୋତିଦେବା ପାଇଁ ତାଙ୍କ ବାପାମାଙ୍କ ଅନୁମତି ନେଇଥିଲେ। ପୁଲିସ୍ ଏହାର ତଦନ୍ତ ଚଲାଇଥିବାବେଳେ ପ୍ରମାଣ ନଷ୍ଟ ପାଇଁ ପ୍ରୟାସ କରିଥିବା ଅଭିଯୋଗରେ ହଷ୍ଟେଲ ୱାର୍ଡେନ୍, ମ୍ୟାନେଜର ଏବଂ ଖେଳ ଶିକ୍ଷକଙ୍କୁ ଗିରଫ କରାଯାଇସାରିଛି।



from Odisha Reporter https://ift.tt/2YNshgW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages