
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସାମୁଦ୍ରିକ ଝଡ଼ ‘ଫୋନି’ ଏବେ ଉଗ୍ର ରୂପ ନେଇ ଓଡ଼ିଶା ଆଡ଼କୁ ମାଡ଼ି ଆସୁଛି। ଏହା ପୂରୀ ଠାରୁ ୬୮୦ କିମି ଦୂରରେ ରହିଥିବା ବେଳେ ୩ତାରିଖ ଅପରାହ୍ନରେ ଏହା ଓଡ଼ିଶା ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।
ସାଧାରଣତଃ ସେପ୍ଟେମ୍ବର, ଅକ୍ଟୋବର ମାସରେ ଆମେ ବାତ୍ୟାର ସାମ୍ନା କରିଥାଉ। ଓଡ଼ିଶାର ସବୁଠୁ ବଡ଼ ବାତ୍ୟା କୁହାଯାଉଥିବା ୧୯୯୯ ମହାବାତ୍ୟା ହେଉ, ୨୦୧୩ରେ ଆସିଥିବା ଫାଇଲିନ୍, ୨୦୧୪ରେ ଆସିଥିବା ହୁଡ୍ହୁଡ୍ ବା ଗତ ବର୍ଷ ଓଡ଼ିଶାରେ ତାଣ୍ଡବ ସୃଷ୍ଟି କରିଥିବା ତିତ୍ଲି ସବୁ ବାତ୍ୟା ଅକ୍ଟୋବର ମାସରେ ଓଡ଼ିଶାକୁ ଆସି ବହୁ ଜନଜୀବନ ନଷ୍ଟ କରିଛି।
ତେବେ ଆପଣ ଭାବୁଥିବେ, ଏହି ଖରାଦିନ ବା ମେ’ ମାସରେ ବାତ୍ୟା କ’ଣ ପାଇଁ ଆସିଛି। ଏହାର କାରଣ କ’ଣ ହୋଇଥାଇ ପାରେ। ଜାଣିରଖନ୍ତୁ, ମେ’ ମାସରେ ବାତ୍ୟା ଆସିବା କାରଣ ବିଷୟରେ।
ପୂର୍ବରୁ ଏହି ସବୁ ମସିହାରେ ମେ’ ମାସରେ ଆସିଛି ବାତ୍ୟା
୧୩୦ ବର୍ଷ ମଧ୍ୟରେ ପ୍ରାୟ ୫ ଥର ଓଡ଼ିଶା ମେ’ ମାସରେ ଏହିଭଳି ବାତ୍ୟାର ସାମ୍ନା କରିଛି। ୧୮୯୩ ମସିହାରେ ଏହିଭଳି ଏକ ବାତ୍ୟା ଓଡ଼ିଶା ଉପକୂଳ ତଥା ଭଦ୍ରକ ଏବଂ ଚାନ୍ଦବାଲି ଦେଇ ଗତି କରିଥିଲା। ସେହିପରି ୧୯୧୪, ୧୯୧୭, ୧୯୮୨ ଏବଂ ୧୯୮୯ ମସିହା ମେ’ ମାସରେ ବାତ୍ୟା ଓଡ଼ିଶା ଉପକୂଳ ଦେଇ ଗତିକରିଥିଲା। ଏସବୁ କିନ୍ତୁ ସାଇକ୍ଲୋନିକ୍ ଷ୍ଟର୍ମ ଥିଲା। ଏବେ ୩୦ ବର୍ଷ ପରେ ପୁଣିଥରେ ଓଡ଼ିଶା ମେ’ ମାସରେ ବାତ୍ୟାର ସମ୍ନା କରିବାକୁ ଯାଉଛି।
ଏବେ ଆସୁଥିବା ବାତ୍ୟା ଫନି ହେଉଛି ଭେରି ସିଭିୟର୍ ସାଇକ୍ଲୋନିକ୍ ଷ୍ଟର୍ମ। ମେ’ ୩ ତାରିଖ ସୁଦ୍ଧା ପୁରୀ ଠାରେ ସ୍ଥଳଭାଗ ଛୁଇଁବ। ଏହି ସମୟରେ ୧୬୫ରୁ ୧୮୫ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି। ଏପରିକି ପବନର ବେଗ ୨୦୦ ଟପିବାରେ ବୋଲି ମଧ୍ୟ ଆକଳନ କରାଯାଉଛି।
ବେଟାଇମ୍ରେ ବାତ୍ୟାର କାରଣ
ବାତ୍ୟା ମୁଖ୍ୟତଃ ୩ଟି କାରଣରୁ ହୋଇଥାଏ। ଗୋଟେ ହେଲା ସମୁଦ୍ର ପତନର ତାପମାତ୍ରା। ୨୬.୫ ଡିଗ୍ରୀ ଯଦି ରହୁଛି, ସେହି ଲଘୁଚାପ ଘନିଭୂତ ହୋଇ ସାଇକ୍ଲୋନ୍ରେ ପରିଣତ ହୋଇଥାଏ।
ଆଉ ଗୋଟେ କାରଣ ହେଲା ସମୁଦ୍ର ପତନରେ ଯଦି ବାୟୁର ପରିମାଣ ଅଧିକ ଥାଏ ଏବଂ ତାହା ବାହାରକୁ ଆସିବା ପାଇଁ କୌଣସି ବାଟ ନଥାଏ ତାହା ମଧ୍ୟ ବାତ୍ୟାର କାରଣ ହୋଇପାରେ।
ଏବଂ ତୃତୀୟ କାରଣଟି ହେଲା ସମୁଦ୍ର ପତନର ଘନୀଭୂତ ହେଉଥିବା ବାଷ୍ପ କମ୍ ଜାଗାରେ ରହିଲେ ତାହା ପାଣିକୁ ଅଧିକ ଗରମ କରିଥାଏ। ଯାହା ଦ୍ୱାରା ବାତ୍ୟା ସୃଷ୍ଟି ହେବାର ଆଶଙ୍କା ଥାଏ।
from Odisha Reporter http://bit.ly/2PC2DaC
No comments:
Post a Comment