ଫିଲ୍ମି ବ୍ୟାଙ୍କ ଗ୍ରାଉଣ୍ଡରୁ ଆସି ମଧ୍ୟ କାହିଁକି ବଲିଉଡ଼ରେ ଏଣ୍ଟ୍ରି କଲେନି ସୁଜେନ, ଜାଣିଛନ୍ତି କି ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 30, 2019

ଫିଲ୍ମି ବ୍ୟାଙ୍କ ଗ୍ରାଉଣ୍ଡରୁ ଆସି ମଧ୍ୟ କାହିଁକି ବଲିଉଡ଼ରେ ଏଣ୍ଟ୍ରି କଲେନି ସୁଜେନ, ଜାଣିଛନ୍ତି କି ?

ମୁମ୍ୱାଇ: ବଲିଉଡ଼ରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ବହୁ ଯୁବତୀଯୁବକ ମାୟା ନଗରୀ ମୁମ୍ୱାଇକୁ ପଳାଇ ଆସିଥାନ୍ତି। ଏଠାରେ ଦୀର୍ଘ ଦିନ ସଂଘର୍ଷ ପରେ କାଁ ଭାଁ କ୍ୱଚିତ ଲୋକଙ୍କୁ ସଫଳତା ମିଳୁଥିବା ବେଳେ ଅନ୍ୟମାନେ ସ୍ୱପ୍ନ ପୂରଣ କରିନପାରି ଫେରି ଯାଇଥାନ୍ତି।  ହେଲେ ଫିଲ୍ମି ବ୍ୟାଙ୍କ ଗ୍ରାଉଣ୍ଡରୁ ଆସିଥିବା ସତ୍ତ୍ୱେ ବହୁ ପିଲା ଏହାକୁ କ୍ୟାରିଅର କରିବାକୁ ପସନ୍ଦ କରି ନ ଥାନ୍ତି। ଏପରି ଜଣେ ହେଉଛନ୍ତି ବଲିଉଡ଼ର ସୁପରଷ୍ଟାର ତଥା ଡ୍ୟାନ୍ସି ଷ୍ଟାର ହ୍ରିତିକ ରୋଶନଙ୍କ ପୂର୍ବତନ ପତ୍ନୀ ସୁଜେନ ଖାନ।

ଆକ୍ଟର, ପ୍ରଡ୍ୟୁସର, ଡାଇରେକ୍ଟର ସଞ୍ଜୟ ଖାନଙ୍କ ଝିଅ ସୁଜେନ ପିଲା ଦିନୁ ଫିଲ୍ମି ବାତାବରଣରେ ବଡ଼ ହୋଇଛନ୍ତି । ତାଙ୍କୁ ଛାଡ଼ି  ପରିବାରର ଅନ୍ୟ ସମସ୍ତ ସଦସ୍ୟ ବଲିଉଡ଼ ସହ ଜଡ଼ିତ। ଏଡାସତ୍ତ୍ୱେ ସେ କେବେ ଫିଲ୍ମ ଦୁନିଆରେ ପ୍ରବେଶ କଥା ଭାବି ନ ଥିଲେ, କି ତାଙ୍କର ଇଚ୍ଛା ବି ନ ଥିଲା। ଏ ସମ୍ପର୍କରେ ଏକ ସାକ୍ଷାତକାରରେ ପ୍ରଥମ ଥର ଲାଗି କହିଛନ୍ତି ସୁଜେନ।

ମା’ ଇଣ୍ଟେରିୟର ଡିଜାଇନିଂ କରୁଥିବାରୁ ତାଙ୍କ ସହ ଛୋଟ ବେଳୁ ସାଇଟ୍‌କୁ ଯାଇ ମୋର ମଧ୍ୟ ଏଥିପ୍ରତି ଅହେତୁକ ଆକର୍ଷଣ ବଢି ଯାଇଥିଲା। ସେ ରଙ୍ଗର ଦୁନିଆ ମୋତେ ବହୁତ ଭଲ ଲାଗିବାକୁ ଲାଗିଥିଲା। ମୁଁ ସବୁବେଳେ ସେହି ଦୁନିଆର ଅଂଶ ହେବାକୁ ଇଚ୍ଛା କରୁଥିଲି ବୋଲି କହିଛନ୍ତି ସୁଜେନ।

ଆକ୍ଟିଂକୁ କ୍ୟାରିଅର କରି ନିଜ ପରିଚୟ ତିଆରି କରିବା ବହୁତ ଟଫ୍‌ ।  ମୋ କ୍ଷେତ୍ରରେ ବଲିଉଡ଼ରେ ଏଣ୍ଟ୍ରି କରିବା  କଷ୍ଟକର ହୋଇନଥାନ୍ତା। ଏହାସତ୍ତ୍ୱେ ମୁଁ ଏଥିପ୍ରତି ଆକର୍ଷିତ ହୋଇପାରିନଥିଲି ବୋଲି ସେ କହିଛନ୍ତି ।

ଯେଉଁ କାମ ପସନ୍ଦ ନୁହେଁ ସେ କାମ କେବେ ବି କରିବା ସମ୍ଭବ ନୁହେଁ ବୋଲି  ନିଜ ଅଭିଜ୍ଞତାରୁ ବଖାଣଛନ୍ତି ସୁଜେନ। ଇଣ୍ଟେରିୟର ଡିଜାଇନିଂ ପ୍ରତି ପିଲା ବେଳୁ ଆକର୍ଷଣ ଥିବାରୁ ଲଣ୍ଡନ ଯାଇ ଏହା ଉପରେ ଅଧିକ କୋର୍ସ କରିଥିଲି। ସେଠାରୁ ଭାରତ ଫେରିବା ପରେ ଏପରି ଯୁବକଙ୍କ ପ୍ରେମରେ ପଡ଼ିଗଲି ଯିଏ କି ଆଗକୁ ଯାଇ ଜଣେ ସୁପରଷ୍ଟାର ହୋଇଗଲେ। ଆଜି ମୁଁ ଯେଉଁଠି ଅଛି, ବହୁତ ଖୁସି ଅଛି ବୋଲି  ସେ କହିଛନ୍ତି।

ସୁଜେନ ଓ ହ୍ରିତିକଙ୍କ ପ୍ରେମ କାହାଣୀ ମଧ୍ୟ ଭାରି ରୋଚକ। ସୁଜେନ ଜଣେ ପ୍ରତିଷ୍ଠିତ ଇଣ୍ଟେରିୟର ଡିଜାଇନର ହୋଇ ସାରିଥିବା ବେଳେ ହ୍ରିତିକଙ୍କ ପ୍ରେମରେ ପଡ଼ିଥିଲେ। କିନ୍ତୁ ହ୍ରିତିକ ସେତେବେଳେ ଜଣେ ସାଧାରଣ ଯୁବକ ଥିଲେ। ତାଙ୍କ ପ୍ରଥମ ଫିଲ୍ମ ‘କହୋ ନା ପ୍ୟାର ହେ’ ରିଲିଜ ହୋଇନଥିଲା।  ସୁଜେନ କାର୍‌ରେ ଯିବା ଆସିବା କରୁଥିବା ବେଳେ ହ୍ରିତିକ ମୁମ୍ୱାଇ ରୋଡ଼ରେ ସାଇକେଲରେ ବୁଲୁଥିଲେ।  ଏହା କିନ୍ତୁ ପ୍ରେମରେ ବାଧା ସୃଷ୍ଟି କରିପାରି ନ ଥିଲା।

‘କହୋ ନା ପ୍ୟାର ହେ’  ରିଲିଜ ହେବା ପରେ ହ୍ରିତିକ ରାତାରାତି ସୁପରଷ୍ଟାର ପାଲଟି ଯାଇଥିଲେ। ଏହାପରେ ପରିବାର ଲୋକଙ୍କ ସମ୍ମତିରେ ଉଭୟ  ୨୦୦୦ ମସିହାରେ ବିବାହ କରି ନେଇଥିଲେ। ହେଲେ ୨୦୧୪ ମସିହାରେ  ସେମାନଙ୍କ ବିଚ୍ଛେଦ ହୋଇଗଲା। ଉଭୟଙ୍କର ୨ ପୁତ୍ର ସନ୍ତାନ ଅଛନ୍ତି। ଦୁହେଁ ଏବେ ମଧ୍ୟ ଭଲ ସାଙ୍ଗ ଭାବେ ସମୟ ଅତିବାହିତ କରୁଥିବା ବେଳେ ବିଭିନ୍ନ ସ୍ଥାନରେ ସ୍ପଷ୍ଟ ହେଉଛନ୍ତି।



from Odisha Reporter http://bit.ly/2vvPqHb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages