୯ରେ ଆସିବେ ରାହୁଲ ଗାନ୍ଧି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 5, 2019

୯ରେ ଆସିବେ ରାହୁଲ ଗାନ୍ଧି

rahul1

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଥର ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଥରେ ଆସି ନିର୍ବାଚନ ପ୍ରଚାର କରି ଫେରି ଯାଇଥିବା ବେଳେ ଏପ୍ରିଲ୍ ୯ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓଡ଼ିଶା ଆସିବେ। ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି। ତେବେ ରାହୁଲ କେଉଁ ଜାଗାରେ ନିର୍ବାଚନୀ ସଭା କରିବେ, ତାହା ସ୍ଥିର ହୋଇନି।

ଦଳରେ ଟିକେଟ୍ ବଣ୍ଟନ ନେଇ ଦେଖା ଦେଇଥିବା ଅସନ୍ତୋଷ ସଂପର୍କରେ ପ୍ରତିକ୍ରିୟା ରଖି ନିରଞ୍ଜନ କହିଛନ୍ତି, ଟିକେଟ୍ ନ ମିଳିଲେ ଯେ କେହି ଅସନ୍ତୁଷ୍ଟ ହେବା ସ୍ୱାଭାବିକ କଥା। କଂଗ୍ରେସ ଏକ ପୁରୁଣା ଦଳ। ଏଥିରେ ଆଶାୟୀଙ୍କ ସଂଖ୍ୟା ଅଧିକ। ତେଣୁ ଅସନ୍ତୋଷ ଦେଖାଯିବା ସ୍ୱାଭାବିକ। ତେବେ କଂଗ୍ରେସ ଅପେକ୍ଷା ଅନ୍ୟ ଦଳରେ ଅସନ୍ତୁଷ୍ଟଙ୍କ ସଂଖ୍ୟା ଅଧିକ।

ସେହିପରି ଅନ୍ୟ ଦଳର ରାଜ୍ୟ ବାହାର ନେତା ଆସି ପ୍ରଚାର ଆରମ୍ଭ କରିସାରିଥିବା ବେଳେ କଂଗ୍ରେସ କାହିଁକି ପଛରେ ପଡ଼ି ଯାଇଛି ବୋଲି ଗଣମାଧ୍ୟମ ପ୍ରତିନିଧିମାନେ ପଚାରିବାରେ ସେ କହିଥିଲେ,“ଯେଉଁମାନଙ୍କର ନିଜ ଉପରେ ବିଶ୍ୱାସ ନାହିଁ ସେମାନେ ବାହାରୁ ନେତା ଆଣି ପ୍ରଚାର କରୁଛନ୍ତି। ଆମର ନିଜ ଉପରେ ଦୃଢ଼ ବିଶ୍ୱାସ ରହିଛି।”

ସୂଚନାଯୋଗ୍ୟ, ମାର୍ଚ୍ଚ ୨୯ ତାରିଖରେ ଓ ଏପ୍ରିଲ୍ ୨ ତାରିଖରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସି ଯଥାକ୍ରମେ କୋରାପୁଟର ଜୟପୁର ଓ କଳାହାଣ୍ଡିର ଜୟପୁରରେ ନିର୍ବାଚନୀ ସଭା କରିଥିଲେ। ସେହିପରି ଅମିତ ଶାହ ଏପ୍ରିଲ ୧ ତାରିଖରେ ପାରଳାଖେମୁଣ୍ଡି ଆସି ସଭା କରିଥିଲେ। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ପୁଣି ଓଡ଼ିଶା ଆସିବେ। ସେ ସୁନ୍ଦରଗଡ଼ ଓ ସୋନପୁରରେ ନିର୍ବାଚନୀ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସେହିଭଳି ୭ ତାରିଖରେ ଅମିତ ଶାହ ପୁଣି ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି।



from Odisha Reporter http://bit.ly/2OThBJe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages