ପାଟକୁରା ନିର୍ବାଚନ ଘୁଞ୍ଚାଇବା ପାଇଁ ୫ଟାରେ ଇସିଙ୍କୁ ଭେଟିବେ ନବୀନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 30, 2019

ପାଟକୁରା ନିର୍ବାଚନ ଘୁଞ୍ଚାଇବା ପାଇଁ ୫ଟାରେ ଇସିଙ୍କୁ ଭେଟିବେ ନବୀନ

naveenpatnik

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଝଡ଼ ‘ଫନି’ ଆସନ୍ତା ୩ତାରିଖରେ ଓଡ଼ିଶା ଉପକୂଳରେ ମାଡ଼ ହେବାର ଆଶଙ୍କା ଓ ପୂର୍ବାନୁମାନ ମଧ୍ୟରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିର୍ବାଚନ ଚିନ୍ତା ଘାରିଛି । ଅଚାନକ ଦିଲ୍ଲୀ ଗସ୍ତ କରି ନବୀନ ଆଜି ଅପରାହ୍ନ ୫ଟାରେ ଭାରତର ନିର୍ବାଚନ କମିଶନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ଦିଲ୍ଲୀ ଗସ୍ତ ସମ୍ପର୍କରେ ସୂଚନା ଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ସାମୁଦ୍ରିକ ଝଡ଼ ‘ଫନି’ ଯୋଗୁ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ହେବାର ଆଶଙ୍କା ରହିଥିବାରୁ ପାଟକୁରା ନିର୍ବାଚନ ତାରିଖକୁ ଘୁଞ୍ଚାଇବା ପାଇଁ ସେ ନିର୍ବାଚନ କମିଶନଙ୍କୁ ଅନୁରୋଧ କରିବେ । ବିଜେଡି ସୂତ୍ର ଅନୁସାରେ, ନିର୍ବାଚନ କମିଶନଙ୍କ ପାଖରେ ବିଜେଡି ପକ୍ଷରୁ ନିର୍ବାଚନ ସଂକ୍ରାନ୍ତ ଯେଉଁସବୁ ଅଭିଯୋଗ କରାଯାଇଛି ତା’ ଉପରେ ତ୍ୱରିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଓ ‘କାଳିଆ’ ଯୋଜନାର ସହାୟତା ରାଶି ଚାଷୀଙ୍କୁ ପ୍ରଦାନ କରିବା ପାଇଁ ଅନୁମତି ନିମନ୍ତେ ଶ୍ରୀ ପଟ୍ଟନାୟକ ଅନୁରୋଧ କରିବାର ସମ୍ଭାବନା ରହିଛି । ଏପଟେ ପାଟକୁରା ବିଧାନସଭା ଆସନ ପାଇଁ ଦଳୀୟ ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ମୃତ୍ୟୁ ଯୋଗୁ ତାଙ୍କ ପତ୍ନୀ ସାବିତ୍ରୀଙ୍କୁ ବିଜେଡି ପାଟକୁରାରେ ପ୍ରାର୍ଥୀ କରାଇଛି ।

ସୂଚନାଯୋଗ୍ୟ, ରାଜ୍ୟରେ ବାତ୍ୟାର ସମ୍ଭାବ୍ୟ ଗତିବିଧି ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବାବେଳେ ଶ୍ରୀ ପଟ୍ଟନାୟକ ନିର୍ବାଚନ ଘୁଞ୍ଚାଇବାକୁ ଆଗୁଆ ଦାବି କରିବାକୁ ନେଇ ପ୍ରଶ୍ନ ଉଠିଛି। ଯଦି ‘ଫନି’ ବାତ୍ୟା ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି କରାଏ, ତେବେ ନିର୍ବାଚନ କମିଶନ ପାଟକୁରା ନିର୍ବାଚନକୁ ବନ୍ଦ କରିବା ଭଳି ନିଷ୍ପତ୍ତି ନିଜଆଡ଼ୁ ନେଇପାରିବେ। ଏଥିପାଇଁ ନବୀନ ଦିଲ୍ଲୀ ଯାଇ ଦାବି ଜଣାଇବାର ଯଥାର୍ଥତା କ’ଣ ରହିଛି ତାହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ଓଲଟା ଭୁବନେଶ୍ୱରରେ ରହି ଶ୍ରୀ ପଟ୍ଟନାୟକ ସମ୍ଭାବ୍ୟ ସାମୁଦ୍ରିକ ଝଡ଼ର ମୁକାବିଲା ପାଇଁ ଆବଶ୍ୟକ ପ୍ରସ୍ତୁତି କାର୍ଯ୍ୟକୁ ଜୋରଦାର କରିପାରିଥାନ୍ତେ।



from Odisha Reporter http://bit.ly/2ZMzSwM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages