ବିଦାୟୀ ମ୍ୟାଚରେ ହାଇଦ୍ରାବାଦକୁ ଜିତାଇଲେ ୱାର୍ଣ୍ଣର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 30, 2019

ବିଦାୟୀ ମ୍ୟାଚରେ ହାଇଦ୍ରାବାଦକୁ ଜିତାଇଲେ ୱାର୍ଣ୍ଣର

ହାଇଦ୍ରାବାଦ: ଚଳିତ ଆଇପିଏଲରେ ନିଜର ବିଦାୟୀ ମ୍ୟାଚରେ ଅଷ୍ଟ୍ରେଲୀୟ ଓପ୍ନର ଡେଭିଡ୍ ୱାର୍ଣ୍ଣର ନିଜର ଜବରଦସ୍ତ ବ୍ୟାଟିଂ କରି ସନରାଇଜର୍ସ ହାଇଦ୍ରାବାଦକୁ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ବିପକ୍ଷରେ ୪୫ ରନରେ ବିଜୟୀ କରାଇଛନ୍ତି। ଏହି ମ୍ୟାଚ୍ ପରେ ୱାର୍ଣ୍ଣର ଅଷ୍ଟ୍ରେଲିଆ ଫେରିଯାଇଛନ୍ତି।

ଚଳିତ ଆଇପିଏଲରେ ୱାର୍ଣ୍ଣର ମୋଟ ୧୨ ମ୍ୟାଚ୍ ଖେଳି ସର୍ବାଧିକ ୬୯୨ ରନ୍ ସହ କରିଛନ୍ତି। ସୋମବାର ଖେଳାଯାଇଥିବା ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ୱିକେଟ୍ ହରାଇ ୨୧୨ ରନ୍ କରିଥିଲା।

ୱାର୍ଣ୍ଣର୍ ମାତ୍ର ୫୬ ବଲରେ ୭ ଚୌକା ଓ ୨ ଛକା ସହ ୮୧ ରନ୍ କରି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। ଜବାବରେ ପଞ୍ଜାବ ନିର୍ଦ୍ଧାରିତ ଓଭରରେ ୮ ୱିକେଟ୍ ହରାଇ ୧୬୭ ରନ୍ କରିବାକୁ ସକ୍ଷମ ହୋଇଥିଲା। ପଞ୍ଜାବ ପକ୍ଷରୁ ଲୋକେଶ ରାହୁଲଙ୍କ ଅର୍ଦ୍ଧଶତକକୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିବାକୁ ସମର୍ଥ ହୋଇନଥିଲେ।

୨୧୩ ରନର ବିଶାଳ ଲକ୍ଷ୍ୟର ପିଛା କରୁଥିବା ପଞ୍ଜାବକୁ ତୃତୀୟ ଓଭରରେ ବଡ଼ ଝଟକା ଲାଗିଥିଲା। ଓପ୍ନର କ୍ରିସ୍ ଗେଲ୍ ମାତ୍ର ୪ ରନ୍ କରି ଖଲିଲ୍ ଅହମ୍ମଦଙ୍କ ଦ୍ୱାରା ଆଉଟ୍ ହୋଇଥିଲେ। ଏହା ପରେ ରାହୁଲ୍ ଓ ମୟଙ୍କ ଅଗ୍ରୱାଲ୍ ଦ୍ୱିତୀୟ ୱିକେଟ୍ ପାଇଁ ୬୦ ରନ୍ ଯୋଡ଼ିଥିଲେ। ମୟଙ୍କ ୨୭ (୧୮ ବଲ୍, ୨ ଚୌକା, ୧ ଛକା) ରନ୍ କରି ଆଉଟ୍ ହେବା ପରେ ପଞ୍ଜାବ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା।

ମଧ୍ୟକ୍ରମରେ ନିକୋଲାସ ପୁରାନ୍ (୨୧), ଡେଭିଡ୍ ମିଲର୍ (୧୧), ଅଧିନାୟକ ରବିଚନ୍ଦ୍ରନ୍ ଅଶ୍ୱିନ୍ (୦), ଓ ଡେବ୍ୟୁଟାଣ୍ଟ ପ୍ରଭସିମରନ୍ ସିଂହ (୧୬) ନିରାଶ କରିଥିଲେ। ତେବେ ରାହୁଲ ଧୈର୍ଯ୍ୟର ସହ ବ୍ୟାଟିଂ କରି ୭୯ (୫୬ ବଲ୍, ୪ ଚୌକା, ୫ ଛକା) ରନର ଇନିଂସ୍ ଖେଳିଥିଲେ ହେଁ, ଯାହା ଟିମ୍ ପାଇଁ ଯଥେଷ୍ଟ ହୋଇନଥିଲା। ହାଇଦ୍ରାବାଦ ପକ୍ଷରୁ ରଶିଦ୍ ଖାନ୍ ଓ ଖଲିଲ୍ ୩ଟି ଲେଖାଏ ୱିକେଟ୍ ନେଇଥିଲେ।

ଏହା ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦକୁ ୱାର୍ଣ୍ଣର ଓ ଋଦ୍ଧିମାନ ଶାହା ଭଲ ଷ୍ଟାର୍ଟ ଦେଇଥିଲେ । ଦୁହେଁ ପ୍ରଥମ ୱିକେଟ୍ ପାଇଁ ୭୮ ରନ୍ ଯୋଡ଼ିଥିଲେ। ଶାହା ମାତ୍ର ୧୩ ବଲରେ ୩ ଚୌକା ଓ ୧ ଛକା ସହ ଆଉଟ୍ ହୋଇଥିଲେ। ଏହା ପରେ ୱାର୍ଣ୍ଣର ଓ ମନିଷ ପ।।ଣ୍ଡେ ସ୍କୋରକୁ ୧୬୦ ପର୍ଯ୍ୟନ୍ତ ପହଞ୍ଚାଇଥିଲେ। ଭଲ ଫର୍ମରେ ଥିବା ପାଣ୍ଡେ ୩୬ ରନ୍ (୨୫ ବଲ୍, ୩ ଚୌକା, ୧ ଛକା) ପ୍ୟାଭିଲିୟନ୍ ଫେରିଥିଲେ।

ତାଙ୍କ ପରେ ୱାର୍ଣ୍ଣର ମଧ୍ୟ ଖରାପ ଶଟ୍ ଖେଳି ଆଉଟ୍ ହୋଇଥିଲେ। ମଧ୍ୟକ୍ରମରେ ମହମ୍ମଦ ନବି (୨୦), ଅଧିନାୟକ କେନ୍ ୱିଲିୟମସନ୍ (୧୪) ଆବଶ୍ୟକୀୟ ସହଯୋଗ କରିଥିଲେ। ବିଜୟ ଶଙ୍କର (୭) ଓ ଅଭିଷେକ ଶର୍ମା (୫) ଅପରାଜିତ ଥିଲେ। ପଞ୍ଜାବ ପକ୍ଷରୁ ମହମ୍ମଦ ଶାମି ଓ ରବିଚନ୍ଦ୍ରନ୍ ଅଶ୍ୱିନ୍ ୨ଟି ଲେଖାଏ ୱିକେଟ୍ ନେଇଥିଲ ।



from Odisha Reporter http://bit.ly/2UPB6Dx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages