ଖରା ଦିନେ ହୋଇପଡ଼ୁଛନ୍ତି କି ଅସୁସ୍ଥ ? ଆପଣାନ୍ତୁ କିଛି ସରଳ ଉପାୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 19, 2019

 ଖରା ଦିନେ ହୋଇପଡ଼ୁଛନ୍ତି କି ଅସୁସ୍ଥ ? ଆପଣାନ୍ତୁ କିଛି ସରଳ ଉପାୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର ) :  ଖରା ଦିନ ହେଲେ ତାତିରେ ଅତିଷ୍ଠ ହୋଇପଡନ୍ତି ଲୋକେ। ଏଥିରେ ଛଟପଟ  ହେବା ସହ ବିଭିନ୍ନ ରୋଗରେ ମଧ୍ୟ ଆକ୍ରାନ୍ତ ହୋଇଥାନ୍ତି।  ଏହି ଦିନେ ସାଧାରଣତଃ ଇମ୍ୟୁନିଟି ସିଷ୍ଟମ ପ୍ରଭାବିତ ହୋଇଥାଏ। ପାଚନ ଓ ତ୍ୱଚା ସମ୍ବନ୍ଧିତ ସମସ୍ୟା ସହ ଫ୍ଲୁ ଓ ସଂକ୍ରମଣର ଆଶଙ୍କା ବି ରହିଥାଏ। ତେଣୁ ଏହାକୁ ପ୍ରତିହତ କରିବାକୁ ଜାଣିବା କିଛି ସରଳ ଉପାୟ।

ଖରା ଦିନେ ବହୁତ ଶୋଷ ଲାଗୁଥିବା ବେଳେ ଝାଳ ମଧ୍ୟ ପ୍ରବଳ ବୋହିଥାଏ। ଏହି ସମୟରେ ଶରୀରକୁ ହାଇଡ୍ରେଡ ରଖିବା ବହୁତ ଜରୁରୀ ହୋଇପଡ଼େ। ଆପଣଙ୍କ ଶରୀରରେ ପର୍ଯ୍ୟାପ୍ତ ପରିମାଣର ଜଳୀୟ ଅଂଶ ଥିଲେ ଆପଣ ବହୁ ରୋଗ ପ୍ରତିରୋଧ କରି ପାରିବେ। ଶରୀରରେ ଫାଇବର ମାତ୍ରା ବୃଦ୍ଧି କରାଇବା ନିମନ୍ତେ ଆପଣ  ପନିପରିବା, ଫଳମୂଳ, ଆଦି ଖାଇବାକୁ ଗୁରୁତ୍ୱ ଦିଅନ୍ତୁ। ଏହି ଦିନରେ ଯଥାସମ୍ଭବ ତେଲ ମସଲା ଖାଦ୍ୟରୁ ଦୂରେଇ ରୁହନ୍ତୁ।  ଫାଇବର ସ୍ରୋତର ଖାଦ୍ୟ ପଦାର୍ଥ ଆପଣଙ୍କ ପାଚନ କ୍ରିୟାକୁ ଠିକ୍‌ ରଖିଥାଏ। କବଜ୍‌ ସସମ୍ୟା ମଧ୍ୟ ଏହା ଦୂର କରିଥାଏ।

ଖରା ଦିନେ ଚା, କଫି ଆଦି ଅଧିକ ସେବନ କରିବା କ୍ଷତିକାରକ। ଏହାଦ୍ୱାରା ଅଲସର, ଏସିଡ଼ିଟି ଓ ପେଟ ଜଳାପୋଡା ହେବା ଆଦି ସମସ୍ୟା ଦେଖାଦେଇଥାଏ।ଏଥିପାଇଁ ଖରା ଦିନେ ଯଥାସମ୍ଭବ ଏହାଠୁ ଦୂରରେ ରୁହନ୍ତୁ। ପ୍ରତି ବଦଳରେ ଆପଣ ଦହି, ଜୁସ୍‌, ଲସି ଆଦି ଥଣ୍ଡା ଜାତୀୟ ପାନୀୟ ଡାଏଟରେ ସାମିଲ କରନ୍ତୁ।

ଝାଳ ନିର୍ଗତ ହେବା ଶରୀର ଲାଗି ବହୁତ ଲାଭଦାୟକ ହୋଇଥାଏ। କାରଣ ଏହାଦ୍ୱାରା ଆପଣଙ୍କ ଶରୀରରୁ ଅପରିଷ୍କାର ପଦାର୍ଥ ନିର୍ଗତ ହୋଇଯାଇଥାଏ। ଏହାସହ ଆପଣଙ୍କୁ ସୁସ୍ଥ ଓ ଫିଟ୍‌ ରଖିବାରେ ମଧ୍ୟ ସହାୟକ ହୋଇଥାଏ। ଏଥିପାଇଁ ଖରା ଦିନେ ବି ଆପଣ ଏକ୍ସରସାଇଜ କରିବା ଛାଡନ୍ତୁ ନାହିଁ।



from Odisha Reporter http://bit.ly/2UO9e7V

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages