
ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ଗଛରେ ପିଟି ହୋଇ ଏକ ଭ୍ୟାନ୍ ଓଲଟି ପଡ଼ିବାରୁ ୭ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
ଗତକାଲି ରାତି ପ୍ରାୟ ସାଢ଼େ ୩ଟା ବେଳେ କଟକ-ପାରାଦୀପ ରାସ୍ତାର ବର୍ତ୍ତୀ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ସେମାନେ କେନ୍ଦ୍ରାପଡ଼ାର ଅସୁରେଶ୍ୱରରୁ ମେଲଣ ଦେଖି ଫେରୁଥିବା ବେଳେ ଭ୍ୟାନ୍ଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଏକ ଗଛରେ ପିଟି ହୋଇଯିବା ପରେ ଓଲଟି ପଡ଼ିଥିଲା।
ସମସ୍ତ ଆହତ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ଗୋପାଳସାଗର ଗାଁର।
from Odisha Reporter http://bit.ly/2GpOZ6s
No comments:
Post a Comment