
ମଥୁରା : ବଲିଉଡ୍ ଅଭିନେତ୍ରୀରୁ ରାଜନୀତିରେ ଓହ୍ଲାଇଥିବା ‘ଡ୍ରିମ୍ଗାର୍ଲ’ ଓରଫ୍ ହେମା ମାଳିନୀଙ୍କ ପାଇଁ ଆଜି ପ୍ରଚାରକୁ ଓହ୍ଲାଇଥିଲେ ତାଙ୍କ ସ୍ୱାମୀ ଆକ୍ସନ୍ କିଙ୍ଗ ଓ ହି-ମ୍ୟାନ୍ ଧର୍ମେନ୍ଦ୍ର। ହେମା ମଥୁରା ଆସନରୁ ବିଜେପି ପାଇଁ ପ୍ରାର୍ଥୀ ହୋଇଛନ୍ତି ଏବଂ ଧର୍ମେନ୍ଦ୍ର ଆଜି ଦିନ ସାରା ତାଙ୍କ ପାଇଁ ପ୍ରଚାର କରିବେ ବୋଲି ଜଣାପଡ଼ିଛି।
ଏହି ଅବସରରେ ହେମା କହିଛନ୍ତି, ଆଜି ମୋ ପାଇଁ ଏକ ସ୍ୱତନ୍ତ୍ର ଦିନ। ଧର୍ମେନ୍ଦ୍ର ଆଜି ମଥୁରା ଆସିଛନ୍ତି ଏବଂ ପୂରା ଦିନ ମୋ ପାଇଁ ପ୍ରଚାର କରିବେ। ଲୋକେ ତାଙ୍କୁ ଦେଖିବାକୁ ଅପେକ୍ଷା କରି ରହିଛନ୍ତି। ହେମା ଏହା ଟ୍ୱିଟ୍ କରି ଜଣାଇଛନ୍ତି ଏବଂ ଏହା ସହିତ ଉଭୟଙ୍କର ଏକ ଫଟୋ ମଧ୍ୟ ଅପ୍ଲୋଡ୍ କରିଛନ୍ତି। ପ୍ରଚାରକୁ ବାହାରିବା ସମୟରେ ଏହି ଫଟୋ ଉଠାଇଛନ୍ତି ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ ଯେ, ହେମା ମାଳିନୀ ଏଥର ନିର୍ବାଚନରେ ସୋଶାଲ ମିଡିଆ ଜୋକ୍ସରେ ଏବଂ ବିଭିନ୍ନ ମଜାଦାର ପୋଷ୍ଟରେ ପ୍ରମୁଖ ଚରିତ୍ର ପାଲଟିଛନ୍ତି। ସେ ଏକ ଗହମ କ୍ଷେତରେ ଉଠାଇଥିବା ଫଟୋ ପୂର୍ବରୁ ବେଶ୍ ଚର୍ଚ୍ଚାରେ ଥିଲା। ଏହି ଫଟୋକୁ ନେଇ ସମାଲୋଚକ ତାଙ୍କୁ ‘ଡ୍ରାମା ଗାର୍ଲ’ କହିବାକୁ ପଛାଇନଥିଲେ। ସେ ପୂର୍ବରୁ ‘ଡ୍ରିମ୍ ଗାର୍ଲ’ ରୂପେ ପରିଚିତ ଥିବାରୁ ‘ଡ୍ରାମା ଗାର୍ଲ’ ଆଖ୍ୟା ବେଶ୍ ରୋଚକ ଆଲୋଚନାର ବିଷୟ ପାଲଟିଥିଲା।
from Odisha Reporter http://bit.ly/2KyeNSX
No comments:
Post a Comment