ଅସଗର ବହିଷ୍କୃତ, ବିଶ୍ୱକପ୍ ପାଇଁ ନାଏବ ଆଫଗାନସ୍ତାନ ଅଧିନାୟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 5, 2019

ଅସଗର ବହିଷ୍କୃତ, ବିଶ୍ୱକପ୍ ପାଇଁ ନାଏବ ଆଫଗାନସ୍ତାନ ଅଧିନାୟକ

ଦୁବାଇ: ବିଶ୍ୱକପକୁ ଆଉ ଦୁଇମାସ ବାକି ଥିବା ବେଳେ ଏହା ପୂର୍ବରୁ ଆଫଗାନିସ୍ତାନ କ୍ରିକେଟ ବୋର୍ଡ (ଏସିବି) ବଡ଼ ନିଷ୍ପତ୍ତି ନେଇଛି। ବୋର୍ଡ ଅସଗର ଆଫଗାନଙ୍କୁ ଜାତୀୟ ଦଳର ଅଧିନାୟକ ପଦରୁ ବହିଷ୍କୃତ କରିଛି। ବୋର୍ଡ ଟ୍ୱିଟର ଦ୍ୱାରା ସୂଚନା ଦେଇଛି ଯେ, ଅସଗରଙ୍କୁ ତିନୋଟି ଯାକ ଫର୍ମାଟର ଅଧିନାୟକ ପଦରୁ ହଟାଇ ଦିଆଯାଇଛି।

ତାଙ୍କ ସ୍ଥାନରେ ନୂଆ ଅଧିନାୟକ ଓ ଉପଅଧିନାୟକ ନିଯୁକ୍ତ କରାଯାଇଛି। ଗୁଲବଦିନ ନାଏବଙ୍କୁ ଦିନିକିଆ, ରଶିଦ୍ ଖାନଙ୍କୁ ଟି-୨୦ ଏବଂ ରେହମତ ଶାହଙ୍କୁ ଟେଷ୍ଟ ଦଳର ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ଏହାଛଡ଼ା ରଶିଦଙ୍କୁ ଦିନିକିଆ, ଶଫିକଉଲ୍ଲା ଶଫାକଙ୍କୁ ଟି-୨୦ ଏବଂ ହଶମତଉଲ୍ଲା ଶାହିଦିଙ୍କୁ ଟେଷ୍ଟ ଦଳର ଉପଅଧିନାୟକ କରାଯାଇଛି।

ଆଗାମୀ ବିଶ୍ୱକପକୁ ଦୃଷ୍ଟିରେ ରଖି ଆଫଗାନିସ୍ତାନ ବୋର୍ଡ ଏହି ପରିବର୍ତ୍ତନ କରିଛି। ଗତ ଚାରିବର୍ଷ ହେବ ଅଧିନାୟକ ଭାବେ ଅସଗର ବେଶ ସଫଳତା ଅର୍ଜନ କରିଛନ୍ତି। ସେ ମଧ୍ୟ ଗତବର୍ଷ ଭାରତ ବିପକ୍ଷ ପଦାର୍ପଣ ଟେଷ୍ଟରେ ଆଫଗାନିସ୍ତାନର ନେତୃତ୍ୱ ନେଇଥିଲେ। ତାଙ୍କ ନେତୃତ୍ୱରେ ଆଫଗାନିସ୍ତାନ ୩୩ ଦିନିକିଆ ଓ ୩୭ ଟି-୨୦ ମ୍ୟାଚ୍ ଜିତିଛି। ତେବେ ସେ ଜାତୀୟ ଦଳର ସଦସ୍ୟ ଓ ମେଣ୍ଟର ଭାବେ କାର୍ଯ୍ୟରତ ରହିବେ।

ତେବେ ବୋର୍ଡର ଏହି ନିଷ୍ପତ୍ତିକୁ ଦଳର ଦୁଇ ସ୍ପିନର ରଶିଦ୍ ଖାନ୍ ଓ ମହମ୍ମଦ ନବି ନାପସନ୍ଦ କରିଛନ୍ତି। ରଶିଦ୍ କହିଛନ୍ତି, ‘ଚୟନକର୍ତ୍ତାଙ୍କ ଏହି ନିଷ୍ପତ୍ତିରେ ମୁଁ ସମ୍ପୂର୍ଣ୍ଣ ଅରାଜି। ଆଗକୁ ବିଶ୍ୱକପ ଥିବାରୁ ଏଭଳି ନିଷ୍ପତ୍ତି ଟିମର ପ୍ରଦର୍ଶନ ଉପରେ ପ୍ରଭାବ ପକାଇବ। ଅନ୍ତତଃ ବିଶ୍ୱକପ୍ ପାଇଁ ଅସଗରଙ୍କୁ ଜାତୀୟ ଦଳର ଅଧିନାୟକ ଭାବେ ରଖାଯିବାର ଆବଶ୍ୟକ ଥିଲା।’

ସେହିପରି ନବି କହିଛନ୍ତି, ‘ଅସଗରଙ୍କ ପାଇଁ ଆଜି ଆଫଗାନିସ୍ତାନ ନୂଆ ସ୍ତରରେ ପହଞ୍ଚିଛି। ମୋ ମତରେ ଏଭଳି ସମୟରେ ଅଧିନାୟକ ପରିବର୍ତ୍ତନ କରିବା ଉଚିତ୍ ନଥିଲା। ଅସଗରଙ୍କ ହିଁ ଟିମ ପାଇଁ ଉପଯୁକ୍ତ ଥିଲେ।’

ସୂଚନାଯୋଗ୍ୟ, ବିଶ୍ୱକପ୍ ପୂର୍ବରୁ ଆଫଗାନିସ୍ତାନ କ୍ରିକେଟ୍ ଟିମ୍ ମେ’ ୮ ତାରିଖରୁ ସ୍କଟଲ୍ୟାଣ୍ଡ ଓ ଆୟର୍ଲ୍ୟାଣ୍ଡ ଗସ୍ତ କରିବ। ଏହା ପରେ ମେ’ ୨୪ ତାରିଖରେ ପାକିସ୍ତାନ ଏବଂ ୨୭ ତାରିଖରେ ଇଂଲଣ୍ଡ ବିପକ୍ଷ ବିଶ୍ୱକପ୍ ୱାର୍ମଅପ୍ ମ୍ୟାଚ୍ ଖେଳିବ। ବିଶ୍ୱକପରେ ଆଫଗାନିସ୍ତାନ ତା’ର ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ ଜୁନ୍ ୧ ତାରିଖରେ ଭେଟିବ।



from Odisha Reporter http://bit.ly/2WHGzxE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages