ଇଭିଏମ୍ ଭରସାଯୋଗ୍ୟ ନୁହେଁ କହିଲେ ବିରୋଧୀ, ପୁଣି ଦୌଡ଼ିବେ ସୁପ୍ରିମକୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 14, 2019

ଇଭିଏମ୍ ଭରସାଯୋଗ୍ୟ ନୁହେଁ କହିଲେ ବିରୋଧୀ, ପୁଣି ଦୌଡ଼ିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ପୁଣି ବିରୋଧୀ ଦଳଗୁଡ଼ିକ ଇଭିଏମକୁ ନେଇ ନିର୍ବାଚନ କମିଶନଙ୍କୁ ଘେରିଛନ୍ତି। ୫୦ ପ୍ରତିଶତ  ଇଭିଏମ୍ ଭୋଟ ସହ ଭିଭିପ୍ୟାଟର ଭୋଟ ମିଲାଇବା   ପାଇଁ ଦାବି କରିଛନ୍ତି ଟିଡ଼ିପି ନେତୃତ୍ୱାଧୀନ ୨୧ଟି ବିରୋଧୀ ଦଳ।

ଆଗାମୀ ଦିନରେ ସୁପ୍ରିମକୋର୍ଟରେ ପୁଣି ଏହି ପ୍ରସଙ୍ଗରେ ଆବେଦନ କରିବ ବୋଲି ଆଜି କଂଗ୍ରେସ କହିଛି। ନିକଟରେ ବିରୋଧୀଙ୍କ ଏହି ଆବେଦନର ଶୁଣାଣି କରି ଭୋଟ ଗଣତି ବେଳେ ଭିଭିପ୍ୟାଟର ସଂଖ୍ୟା ୫ ଗୁଣା ବୃଦ୍ଧି କରିବାକୁ ସୁପ୍ରିମକୋର୍ଟ ଏପ୍ରିଲ ୮ ତାରିଖରେ ନିର୍ବାଚନ କମିଶନଙ୍କୁ କହିଥିଲେ। ହେଲେ ଏବେ ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି ବିରୋଧୀ।
 
ଏବେ ସାରା ଦେଶ ବୁଲି ଇଭିଏମ୍ ଟାମ୍ପରିଂ ବାବଦରେ ପ୍ରଚାର କରିବେ ବୋଲି ବିରୋଧୀ ଦଳ ଧମକ ଦେଇଛନ୍ତି। ଅନ୍ୟ ଦେଶଗୁଡ଼ିକରେ ଇଭିଏମ୍ ପରିବର୍ତ୍ତେ ବ୍ୟାଲଟ ପେପରରେ ନିର୍ବାଚନ ହେଉଥିବାରୁ ଦେଶରେ ମଧ୍ୟ ବ୍ୟାଲଟ ପେପରରେ ଭୋଟିଂ ପାଇଁ ଦାବି କରିଛନ୍ତି।
 
୨୦୦୫ରୁ ୨୦୦୯ ଜର୍ମାନୀ ଇଭିଏମ୍ ବ୍ୟବହାର କରୁଥିଲା ଏହାପରେ ବ୍ୟାଲଟ ପେପର ନିର୍ବାଚନ ପଦ୍ଧତିକୁ ଆପଣାଇଛି, ସେହପରି ନେଦରଲ୍ୟାଣ୍ଡ ୧୯୯୦ରୁ ୨୦୦୭ ଇଭିଏମରେ ଭୋଟିଂ କରୁଥିଲା ଏବେ ବ୍ୟାଲଟ ପେପରରେ ନିର୍ବାଚନ କରୁଛି, ଆଇର୍ଲାଣ୍ଡ ମଧ୍ୟ ୨୦୦୨ରୁ ୨୦୦୪ ଇଭିଏମ୍ ବ୍ୟବହାର କରିବା ପରେ ବ୍ୟାଲଟ ପେପର ପଦ୍ଧତିରେ ନିର୍ବାଚନ କରୁଛି ବୋଲି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କହିଛନ୍ତି।
 

ଆନ୍ଧ୍ରପ୍ରଦେଶରେ ଏକାସାଙ୍ଗରେ ବିଧାନସଭା ଓ ଲୋକସଭା ନିର୍ବାଚନ ହେଉଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ସମସ୍ତ ଆସନ ପାଇଁ ମତଦାନ ଶେଷ ହୋଇଛି। ହେଲେ ଏବେ ସମସ୍ତ ଆସନରୁ ପୁଣି ଥରେ ନିର୍ବାଚନ କରିବା ପାଇଁ ନାଇଡୁ ଦାବି କରିଛନ୍ତି।  ଗୁରୁବାର ହୋଇଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଆନ୍ଧ୍ରପ୍ରଦେଶର ୩୦ ପ୍ରତିଶତ ମେସିନ୍‌ରେ ବୈଷୟିକ ତ୍ରୁଟି ଦେଖା ଯାଇଥିଲା ବୋଲି ଚନ୍ଦ୍ରବାବୁ ନାଇଡୁ ଅଭିଯୋଗ କରିଥିଲେ।  ଜବାବରେ ୪୫ ହଜାର ଇଭିଏମ୍‌ ମେସିନ୍‌ରୁ ୩୬୨ଟି ମେସିନ୍‌ ଖରାପ ଥିଲା ବୋଲି ନିର୍ବାଚନ କମିସନ କହିଥିବା ବେଳେ ବ୍ୟବହୃତ ଇଭିଏମ୍‌ ମେସିନ୍‌ରେ ସାମାନ୍ୟ ତ୍ରୁଟି ଥିଲା, ଯାହା ଅଭିଯୋଗ ପରେ ଠିକ୍ କରି ଦିଆଯାଇଥିବା ନିର୍ବାଚନ କମିଶନ କହିଥିଲେ।
 
ନିର୍ବାଚନ କମିଶନ ବିଜେପି ଓ ଆନ୍ଧ୍ରପ୍ରଦେଶର ୱାଇଏସଆର କଂଗ୍ରେସକୁ ସମର୍ଥନ କରିବା ଭଳି କାର୍ଯ୍ୟ କରୁଥିବା ଚନ୍ଦ୍ରବାବୁ ଅଭିଯୋଗ କରିଛନ୍ତି। ଏଥିସହ ପୂର୍ବରୁ ନିର୍ବାଚନ ବେଳେ ଇସିଙ୍କ ଦ୍ବାରା ବ୍ୟୁରୋକ୍ରାଟଙ୍କ ବଦଳିକୁ ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ ନାଇଡୁ।
 
ତେବେ ଇଭିଏମ ଟ୍ୟାମ୍ପରିଂ ହୋଇପାରିବ ନାହିଁ ବୋଲି ପ୍ରମାଣ ଦେବାକୁ ନିର୍ବାଚନ କମିଶନଙ୍କୁ ଚନ୍ଦ୍ର ବାବୁ ନାଇଡୁ କହିଛନ୍ତି। ଏଥିପାଇଁ ତାଙ୍କ ଦଳ ଟିଡିପି ପକ୍ଷରୁ ହରି ପ୍ରସାଦ ଭେମୁରୁଙ୍କୁ ପଠାଇଛନ୍ତି। ହେଲେ ୨୦୧୦ ମସିହାରେ ହରି ପ୍ରସାଦ ଇଭିଏମ ଚୋରି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ବୋଲି ଇସି କହିଛନ୍ତି।


from Odisha Reporter http://bit.ly/2XgFzB7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages