ଆଉ ଜଣେ ବିଜେଡି ବିଧାୟକଙ୍କୁ ଜବାବ ମାଗିଲେ ଭୋଟର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 14, 2019

ଆଉ ଜଣେ ବିଜେଡି ବିଧାୟକଙ୍କୁ ଜବାବ ମାଗିଲେ ଭୋଟର

padmanav

ବିନିକା (ଓଡ଼ିଶା ରିପୋର୍ଟର): ନିରଞ୍ଜନ ପୂଜାରୀ, ପୁଷ୍ପେନ୍ଦ୍ର ସିଂହଦେଓ ଓ ଟୁକୁନି ସାହୁଙ୍କ ପରେ ଶାସକ ବିଜେଡିର ଆଉ ଜଣେ ବିଧାୟକ ଭୋଟ୍ ମାଗିବାକୁ ଯାଇ ହଟହଟା ହୋଇଛନ୍ତି। ସେ ହେଉଛନ୍ତି ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା।

ଆଜି ଶ୍ରୀ ବେହେରା ନିର୍ବାଚନ ପ୍ରଚାର କରିବାକୁ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍ ଅନ୍ତର୍ଗତ ଚରଦା ପଞ୍ଚାୟତର ଫୁଲମୁଠି ଗାଁକୁ ଯାଇଥିଲେ। ତେବେ ଭୋଟରମାନେ ତାଙ୍କୁ ଚୌକିଯୋର କଥା ଉଠାଇ ଘେରି ଯାଇଥିଲେ।

ଗାଁ ଲୋକେ ଅଭିଯୋଗ କରିଥିଲେ ଯେ ଚୌକିଯୋର ଚେକ୍ ଡ୍ୟାମ୍‌ ଶୁଖିଲା ପଡ଼ିଛି। ଶହ ଶହ ପମ୍ପ ବି ଅଚଳ ହୋଇଯାଇଛି। ପାଣି ଅଭାବରୁ ହଜାର ହଜାର ଏକର ଚାଷ ଜମି ଫାଟି ଆଁ କଲାଣି। ଏସବୁ ସମସ୍ୟା ସଂପର୍କରେ ବାରମ୍ବାର କୁହାଯାଇଥିଲେ ବି କେହି ଶୁଣୁନାହାନ୍ତି।

ତେବେ ଏ ଘଟଣା ନେଇ ବିଧାୟକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ଟୁକୁନି ସାହୁ ଓ ନିରଞ୍ଜନ ପୂଜାରୀଙ୍କୁ ଦୁଇ ଦୁଇଟି ସ୍ଥାନରେ ଭୋଟର ବିରୋଧ କରିଥିଲେ। ୫ ବର୍ଷରେ ସେମାନେ କରିଥିବା କାମର ହିସାବ ମାଗିଥିଲେ। ସେହିପରି ଭୋଟରଙ୍କ ପ୍ରଶ୍ନବାଣରେ ପୁଷ୍ପେନ୍ଦ୍ରଙ୍କ ପାଟି ଚୁପ୍‌ ହୋଇଯାଇଥିଲା।



from Odisha Reporter http://bit.ly/2Ig8JNj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages