
ନୂଆଦିଲ୍ଲୀ: ଇଭିଏମ ଓ ଭିଭିପ୍ୟାଟକୁ ନେଇ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନର ଶୁଣାଣି କରିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ। ଚଳିତ ସାଧାରଣ ନିର୍ବାଚନରେ ଭୋଟ ଗଣତି ବେଳେ ଭିଭିପ୍ୟାଟର ସଂଖ୍ୟା ୫ ଗୁଣା ବୃଦ୍ଦି କରିବାକୁ ସୁପ୍ରିମକୋର୍ଟ ନିର୍ବାଚନ କମିସନଙ୍କୁ କହିଛନ୍ତି।
ପୂର୍ବରୁ ପ୍ରତି ନିର୍ବାଚନମଣ୍ଡଳୀର ଗୋଟିଏ ଭିଭିପ୍ୟାଟରେ ଥିବା ପେପର ଟ୍ରେଲ ସହ ଇଭିଏମର ଭୋଟ ସଂଖ୍ୟା ମିଳାଇବା ପାଇଁ ନିର୍ଦ୍ଦେଶ ଥିଲା। କିନ୍ତୁ ଏବେ ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ରାଣ୍ଡମ ପଦ୍ଧତିରେ ପାଞ୍ଚଟି ଭିଭିପ୍ୟାଟ ବାଛି ତା’ର ପେପର ଟ୍ରେଲ ସହ ପାଞ୍ଚଟି ଇଭିଏମର ଭୋଟ ସଂଖ୍ୟା ମିଳାଇବାକୁ ସୁପ୍ରିମକୋର୍ଟ ନିର୍ବାଚନ କମିସନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏହି ନୂଆ ପଦ୍ଧତି ଅନୁଯାୟୀ ଗୋଟିଏ ଲୋକସଭା ଆସନ ଅଧୀନରେ ଥିବା ସମସ୍ତ ବିଧାନସଭା ଆସନର ୫ଟି ବୁଥର (୫ ଗୁଣା) ଇଭିଏମ ଗଣତି ସହ ଭିଭିପ୍ୟାଟର ଭୋଟ ଗଣତିକୁ ମିଳା ଯିବବୋଲି ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଭିଭିପ୍ୟାଟ ସଂଖ୍ୟା ୫ ଗୁଣା ବୃଦ୍ଧି କରାଯିବ। ଅର୍ଥାତ୍ ଗୋଟିଏ ଲୋକସଭା ଆସନରେ ୬ଟି ବିଧାନସଭା ମଣ୍ଡଳୀ ଥିଲେ ୩୦ଟି ଭିଭିପ୍ୟାଟର ଭୋଟ ସହ ଇଭିଏମରେ ମହଜୁଦ ଭୋଟ ସଂଖ୍ୟା ମିଳାଇବାକୁ ପଡ଼ିବ।
ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଦ୍ବାରା ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି କହିଛନ୍ତି, ଏହି ରାୟ ଦ୍ବାରା ସାଧାରଣ ଲୋକ, ରାଜନୀତିକ ଦଳଙ୍କ ମଧ୍ୟରେ ନିର୍ବାଚନ ପ୍ରକ୍ରିୟା ଅଧିକ ବିଶ୍ବାସଯୋଗ୍ୟ ହେବ ଏବଂ ଏଥିସହ ସ୍ବଚ୍ଛତା ବଜାୟ ରହିବ।
ତେବେ ୫ ଗୁଣା ଅଧିକ ଭିଭିପ୍ୟାଟ ଓ ଇଭିଏମର ଭୋଟର ମିଳିତ ଗଣତି ହେଲେ ଫଳାଫଳ ବିଳମ୍ବ ହେବ ନାହିଁ କିମ୍ବା ଅଧିକ ମାନବ ସମ୍ବଳର ଆବଶ୍ୟକତା ଉଠିବ ନାହିଁ ବୋଲି ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଛନ୍ତି।
ପୂର୍ବରୁ କଂଗ୍ରେସ ଓ ଟିଡିପି ସମେତ ୨୧ ବିରୋଧୀ ଦଳ ୫୦ ପ୍ରତିଶତ ଇଭିଏମ ଓ ଭିଭିପ୍ୟାଟର ମିଳିତ ଭୋଟର ଆଗୁଆ ଗଣତି କରିବା ପାଇଁ ସୁପ୍ରିମକୋର୍ଟରେ ଦାବି କରିଥିଲେ।
ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ନିର୍ବାଚନ କମିସନ ନିଜର ପକ୍ଷ ରଖିଥିଲେ। ଯଦି ୫୦ ପ୍ରତିଶତ ଇଭିଏମ୍ ଓ ଭିଭିପ୍ୟାଟର ଭୋଟ୍ ଆଗୁଆ ଗଣତି ହୋଇ ମିଶାଯିବ ତା’ହେଲେ ଏଥିପାଇଁ ୫.୨ ଦିନ ଅଧିକ ସମୟ ଲାଗିବ। ଏହାପରେ ବିରୋଧୀ ଦଳଗୁଡ଼ିକ ନିର୍ବାଚନ କମିସନଙ୍କ ପକ୍ଷକୁ ଆଧାର କରି ସୁପ୍ରିମକୋର୍ଟରେ ଦାବି କରିଥିଲେ ଯେ ନିର୍ବାଚନରେ ସ୍ୱଚ୍ଛତା ଆଣିବା ପାଇଁ ଭୋଟ୍ ଗଣତିରେ ଯଦି ୫.୨ ଦିନ ବିଳମ୍ବ ହୁଏ, ତା’ହେଲେ ସମସ୍ୟା ନାହିଁ।
from Odisha Reporter http://bit.ly/2IlCIST
No comments:
Post a Comment