
ନରସିଂହପୁର(ଦିଲୀପ ପଣ୍ଡା): କଟକ ଜିଲ୍ଲା ବଡମ୍ବା ଥାନା ଅର୍ନ୍ତଗତ ମାଳତୀ ଗାଁରେ ଦୁଃଖଦ ଘଟଣା ଘଟିଛି। ପୋଖରୀରେ ବୁଡି ଦୁଇ ଶିଶୁଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ମୁନା ପଲେଇ ଓ ଗୁଡ଼ି ପଲେଇ।
ଆଜି ଉଭୟ ସ୍କୁଲରୁ ଫେରି ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ବୁଡ଼ି ଯାଇଥିଲେ। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୁଇ ଶିଶୁଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କୁ ବଡ଼ମ୍ବା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।
from Odisha Reporter http://bit.ly/2G7PcvS
No comments:
Post a Comment