ଲୋକପାଳଙ୍କୁ ଜବାବ ଦେଲେ ସଚିନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 28, 2019

ଲୋକପାଳଙ୍କୁ ଜବାବ ଦେଲେ ସଚିନ

ନୂଆଦିଲ୍ଲୀ: କିମ୍ବଦନ୍ତୀ କ୍ରିକେଟର୍ ସଚିନ ତେନ୍ଦୁଲକର ନିଜ ଉପରେ ଲାଗିଥିବା କନଫ୍ଲିକ୍ଟ ଅଫ୍ ଇଣ୍ଟରେଷ୍ଟ ମାମଲାକୁ ଖାରଜ କରିଛନ୍ତି। ଏ ନେଇ ସଚିନ ସ୍ପଷ୍ଟ କରିଛନ୍ତି ଯେ, ‘ଆଇପିଏଲ ଫ୍ରାଞ୍ଚାଇଜି ମୁମ୍ବାଇ ଇଣ୍ଡିଆନ୍ସଠାରୁ ସେ କୌଣସି ଆର୍ଥିକ ଫାଇଦା ଉଠାଇନାହାନ୍ତି କିମ୍ବା କୌଣସି ନିଷ୍ପତ୍ତି ନେବା ପ୍ରକ୍ରିୟାରେ ସକ୍ରିୟ ଭୂମିକା ବହନ କରିନାହାନ୍ତି।’

ସଚିନ ରବିବାର ବିସିସିଆଇର ଲୋକପାଳ ତଥା ଏଥିକ୍ସ ଅଫିସର୍ ଜଷ୍ଟିସ୍ (ଅବସରପ୍ରାପ୍ତ) ଡିକେ ଜୈନଙ୍କ ଦ୍ୱାରା ପଠାଯାଇଥିବା ନୋଟିସର ଲିଖିତ ଜବାବ ଦାଖଲ କରିଛନ୍ତି, ଯେଉଁଥିରେ ୧୪ଟି ପ୍ରସଙ୍ଗ ଉପରେ ଉଲ୍ଲେଖ ହୋଇଛି।

ସଚିନ ଓ ଭିଭିଏସ ଲକ୍ଷ୍ମଣଙ୍କୁ ମଧ୍ୟପ୍ରଦେଶ କ୍ରିକେଟ୍ ଆସୋସିଏସନ୍ (ଏମପିସିଏ)ର ସଦସ୍ୟ ସଞ୍ଜୀବ ଗୁପ୍ତାଙ୍କ ଦ୍ୱାରା ଦାୟର କରାଯାଇଥିବା ଅଭିଯୋଗ ଆଧାରରେ ଏହି ନୋଟିସ୍ ପଠାଯାଇଥିଲା। ଅଭିଯୋଗ ଅନୁଯାୟୀ, ଲକ୍ଷ୍ମଣ ଓ ସଚିନ ଆଇପିଏଲ ଫ୍ରାଞ୍ଚାଇଜି ଟିମ୍ ଯଥା ସନରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବାଇ ଇଣ୍ଡିଆନ୍ସର ‘ସହକାରୀ ସଦସ୍ୟ’ ଏବଂ ବିସିସିଆଇର କ୍ରିକେଟ୍ ଆଡଭାଇଜରି କମିଟି’ ସଦସ୍ୟ ଭାବେ ଦ୍ୱୈତ ଭୂମିକା ନିର୍ବାହ କରିଛନ୍ତି, ଯାହାକୁ କଥିତ ଭାବେ କନଫ୍ଲିକ୍ଟ ଅଫ୍ ଇଣ୍ଟରେଷ୍ଟ କୁହାଯାଉଛି।

ସଚିନ ଏହାର ଜବାବ ଦେଇ କହିଛନ୍ତି, ‘ସର୍ବପ୍ରଥମେ ନୋଟିସ୍ ପଠାଇଥିବା ବ୍ୟକ୍ତିଙ୍କ ସବୁ ଅଭିଯୋଗକୁ ମୁଁ ଖାରଜ କରୁଛି। ମୁଁ ମୁମ୍ବାଇ ଇଣ୍ଡିଆନ୍ସ ଟିମର ଆଇକନ୍ ଭୂମିକାରେ କୌଣସି ବିଶେଷ ଆର୍ଥିକ ଲାଭାଂଶ କିମ୍ବା ଫାଇଦା ନେଇ ନାହିଁ। ଏହାଛଡ଼ା ଫ୍ରାଞ୍ଚାଇଜିରେ ମୁଁ କୌଣସି ଭୂମିକା ବହନ କରିନାହିଁ।’ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ୍ କରିଥିବା ଏହି ଖେଳାଳି ଆହୁରି କହିଛନ୍ତି, ‘ମୁଁ ଟିମର କୌଣସି ପଦବୀରେ ନାହିଁ କିମ୍ବା ଟିମର କୌଣସି ନିଷ୍ପତ୍ତି ମଧ୍ୟ ନିଏ ନାହିଁ।’

କ୍ରିକେଟ୍ ଆଡଭାଇଜରି କମିଟିରେ ନିଜର ଭୂମିକା ଉପରେ ପ୍ରଶ୍ନ ଉଠାଇବା ନେଇ ସଚିନ କହିଛନ୍ତି, ୨୦୧୫ରେ ବିସିସିଆଇ କମିଟି ମୋତେ ସଦସ୍ୟ ଭାବେ ନିଯୁକ୍ତ କରିଥିଲା। ଏହି ନିଯୁକ୍ତିର ଅନେକ ବର୍ଷ ପୂର୍ବରୁ ମୋତେ ମୁମ୍ବାଇ ଇଣ୍ଡିଆନ୍ସ ଟିମର ଆଇକନ୍ ଭାବେ ଘୋଷିତ କରାଯାଇଥିଲା। ଏହି ତଥ୍ୟ ସାର୍ବଜନିକ ଥିଲା ବୋଲି ସଚିନ କହିଛନ୍ତି।

ତେଣୁ ସଚିନଙ୍କ ଏହି ଜବାବରେ ପରେ ଲୋକପାଳ କ’ଣ ନିଷ୍ପତ୍ତି ନେଉଛନ୍ତି, ତାହା ପରେ ଜଣାପଡ଼ିବ। ସଚିନ ଓ ଲକ୍ଷ୍ମଣଙ୍କ ମାମଲାର ଶୁଣାଣି ବେଳେ ବିସିସିଆଇର କୌଣସି ସଦସ୍ୟ ଉପସ୍ଥିତ ରହିବେ ନାହିଁ ବୋଲି ପ୍ରଶାସନିକ କମିଟି (ସିଓଏ)ର ମୁଖ୍ୟ ବିନୋଦ ରାୟ କହିଛନ୍ତି।



from Odisha Reporter http://bit.ly/2ILkJX9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages