
ନୂଆଦିଲ୍ଲୀ: ଭାରତୀୟ ଟିଭି ଜଗତର ସବୁଠାରୁ ଲୋକପ୍ରିୟ ଶୋ’ କୌନ୍ ବନେଗା କୋରୋଡ଼ପତି(କେବିସି)ର ୧୧ ତମ ସିଜିନ୍ ଅଗଷ୍ଟ ମାସରୁ ଆରମ୍ଭ ହେବ। ବଲିଉଡ୍ର ବିଗ ବି’ ଅମିତାଭ ବଚ୍ଚନ ପୁଣିଥରେ ଏହାର ହୋଷ୍ଟ କରିବେ। ପ୍ରତିଥର ଭଳି ଏଥର ମଧ୍ୟ ଏହି ଶୋ’ ପ୍ରତିଦିନ ରାତି ୯ଟାରେ ଆରମ୍ଭ ହେବ। କୌନ୍ ବନେଗା କୋରୋଡ଼ପତି ପାଇଁ ପଞ୍ଜିକରଣ ଆସନ୍ତା ମେ’ ୧ ତାରିଖ ରାତି ୯ଟାରୁ ଆରମ୍ଭ ହେବ। ଏଥିପାଇଁ ପ୍ରମୋର ପ୍ରସାରଣ ଆରମ୍ଭ ହୋଇଛି।
ସେହିଭଳି ବର୍ତ୍ତମାନ ସୋନି ଟିଭିରେ ପ୍ରସାରିତ ହେଉଥିବା ଲେଡିଜ୍ ସ୍ପେଶାଲ୍ ଶୋ’କୁ ଚ୍ୟାନେଲ କର୍ତ୍ତୃପକ୍ଷ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଶୋ’ଟି ପ୍ରତିଦିନ ୯.୩୦ରେ ପ୍ରସାରିତ ହେଉଛି। କିନ୍ତୁ ଏହାର ଟିଆର୍ପି ବଢ଼ୁ ନଥିବାରୁ ଏହାକୁ ବନ୍ଦ କରାଯିବ।
ରାତି ୯ଟାରେ ସୋନିରେ ପଟିଆଲା ବେବ୍ସ ଶୋ’ର ସମୟରେ ପରିବର୍ତ୍ତନ କରାଯିବ। ଏହି ସିରିଆଲଟି ଲୋକଙ୍କ ପ୍ରିୟ ହୋଇଥିବାରୁ ଏହାକୁ ବନ୍ଦ କରାଯିବ ନାହିଁ ବରଂ ଭିନ୍ନ ସମୟରେ ପ୍ରସାରଣ କରାଯିବ ବୋଲି ଚ୍ୟାନେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
from Odisha Reporter http://bit.ly/2GCJ7qw
No comments:
Post a Comment