ଭୋଟରଙ୍କ ପ୍ରଶ୍ନବାଣରେ ପୁଷ୍ପେନ୍ଦ୍ରଙ୍କ ପାଟି ଚୁପ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 7, 2019

ଭୋଟରଙ୍କ ପ୍ରଶ୍ନବାଣରେ ପୁଷ୍ପେନ୍ଦ୍ରଙ୍କ ପାଟି ଚୁପ୍‌

88

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜଣେ ପରେ ଜଣେ ବିଜେଡି ନେତାଙ୍କୁ ଭୋଟରଙ୍କ ବିରୋଧର ସମ୍ମୁଖୀନ ହେବାକୁ ପଡ଼ୁଛି। ସୋନପୁରର ବିଜେଡି ପ୍ରାର୍ଥୀ ତଥା ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ପରେ ବିଜେଡିର କଳାହାଣ୍ଡି ଲୋକସଭା ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ଭୋଟରମାନେ ବିରୋଧ କରିଛନ୍ତି।

କୋକସରା କାଉଡଲା ଗାଁରେ ପୁଷ୍ପେନ୍ଦ୍ର ପ୍ରଚାର କରୁଥିବା ବେଳେ ଲୋକମାନେ ତାଙ୍କୁ ବିରୋଧ କରୁଥିବାର ଏକ ଭିଡିଓ ଭାଇରାଲ୍‌ ହୋଇଛି। ଗତ ନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତି ପୂରଣ ହୋଇ ନ ଥିବା ନେଇ ଲୋକମାନେ ଏଥିରେ ପୁଷ୍ପେନ୍ଦ୍ରଙ୍କୁ ପ୍ରଶ୍ନ କରୁଛନ୍ତି।

puspenraକାଉଡ଼ଲା ଗାଁରେ ଦୀର୍ଘ ବର୍ଷ ହେଲା ପାଣି ଓ ରାସ୍ତା ସମସ୍ୟା ଲାଗି ରହିଛି। ଏସବୁର ସମାଧାନ ପାଇଁ ଗାଁ ଲୋକେ ବାରମ୍ବାର ଦାବି କରିଛନ୍ତି। ହେଲେ ଆଜି ଯାଏ ସମସ୍ୟାର ସମାଧାନ ହୋଇପାରିନି। କେବଳ ଭୋଟ୍ ବେଳେ ନେତାଏ ଆସନ୍ତି ଓ ପ୍ରତିଶ୍ରୁତି ଦେଇ ଚାଲି ଯାଆନ୍ତି। ସେଥିପାଇଁ ଗାଁ ଲୋକେ ପୁଷ୍ପେନ୍ଦ୍ରଙ୍କୁ ଘେରିଥିଲେ। ଲୋକଙ୍କ ପ୍ରଶ୍ନ ବାଣରେ ସେ ହଡ଼ବଡ଼େଇ ଯାଉଥିବା ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି।

puspendra1ପୁଷ୍ପେନ୍ଦ୍ରଙ୍କ ସହ ଧର୍ମଗଡ଼ ବିଧାୟକ ପ୍ରାର୍ଥୀ ମୌସୁଧୀ ବାଗ୍ ଓ ଅନ୍ୟ ବିଜେଡି କର୍ମୀମାନେ ମଧ୍ୟ ଉପସ୍ଥିତ ଥିଲେ। ତେବେ ଲୋକଙ୍କ ଆଗରେ ସମସ୍ତେ ଚୁପ୍ ରହିଥିଲେ।

ସୂଚନାଯୋଗ୍ୟ, ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଗତ କିଛି ଦିନ ମଧ୍ୟରେ ଦୁଇ ଦୁଇ ଥର ଭୋଟରଙ୍କ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି।

ଆହୁରି ମଧ୍ୟ ପଢ଼ନ୍ତୁ: ନିରଞ୍ଜନଙ୍କୁ ପୁଣି ବିରୋଧ, ଭିଡିଓ ଭାଇରାଲ୍‌



from Odisha Reporter http://bit.ly/2CVPuUT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages