ବେଙ୍ଗଲର ପ୍ରତି ବୁଥରେ କେନ୍ଦ୍ରୀୟ ସୁରକ୍ଷାବଳ ଦାବି କଲେ ପୁଲିଂ ଅଧିକାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 7, 2019

ବେଙ୍ଗଲର ପ୍ରତି ବୁଥରେ କେନ୍ଦ୍ରୀୟ ସୁରକ୍ଷାବଳ ଦାବି କଲେ ପୁଲିଂ ଅଧିକାରୀ

କୋଲକାତା: ପଶ୍ଚିମବଙ୍ଗରେ ମତଦାନ ବେଳେ ପୁଲିଂ ଅଧିକାରୀ ନିଜ ସୁରକ୍ଷା ପାଇଁ କେନ୍ଦ୍ରୀୟ ସୁରକ୍ଷାବଳ ନିୟୋଜିତ ପାଇଁ ନିର୍ବାଚନ କମିସନଙ୍କୁ ଦାବି କରିଛନ୍ତି। କୌଣସି ଦଳ ସପକ୍ଷରେ କିମ୍ବା ବିରୋଧରେ ନୁହେଁ, ବରଂ ନିଜ ଜୀବନ ପ୍ରତି ସୁରକ୍ଷା ଦାବି କରି ଏହି ଦାବି କରିଥିବା ଜଣେ ପୁଲିଂ ଅଧିକାରୀ କହିଛନ୍ତି। ଯଦି ନିର୍ବାଚନ କମିସନ ସୁରକ୍ଷା ଯୋଗାଇ ନ ଦିଅନ୍ତି ତାହେଲେ ନିର୍ବାଚନ ପ୍ରକ୍ରିୟାରେ ଅସହଯୋଗ କରିବେ ବୋଲି ସମୂହ ଚେତାବନୀ ଦେଇଛନ୍ତି।

ସୂଚନାଯୋଗ୍ଯ ଗତବର୍ଷ ପଞ୍ଚାୟତ ନିର୍ବାଚନ ବେଳେ ନର୍ଥ ବେଙ୍ଗଲର ରାଇଗଞ୍ଜ ରେଲୱେ ଷ୍ଟେସନରେ ରାଜକୁମାର ରୟ ନାମକ ପୁଲିଂ ଅଧିକାରୀଙ୍କୁ ହତ୍ଯା କରାଯାଇଥିଲା। ମୃତ ପୁଲିଂ ଅଧିକାରୀଙ୍କ ସହଯୋଗୀ ଗଣମାଧ୍ଯମରେ ପ୍ରତିକ୍ରିୟାରେ ରଖି କହିଛନ୍ତି ରାଇଗଞ୍ଜରେ ଭୋଟ ଟ୍ଯାମ୍ପରିଂ ପାଇଁ ଜଣେ ଅଜଣା ବ୍ଯକ୍ତି ଦାବି କରିଆସୁଥିଲେ। ଏହାପରେ ପୁଲିଂ ଅଧିକାରୀ ରାଜକୁମାରଙ୍କ ମୃତ ଦେହ ରେଲୱେ ଷ୍ଟେସନରେ ଦେଖିବାକୁ ମିଳିଥିଲା।

ଚଳିତ ସାଧାରଣ ନିର୍ବାଚନରେ ସୁରକ୍ଷା ଦାବି କରି କୋଚବେହର, ହାୱାଡ଼ା, ସାଉଥ କୋଲକାତାରେ ପୁଲିଂ ଅଧିକାରୀ ମାନେ ପ୍ରତିବାଦ କରିଛନ୍ତି। ଏପ୍ରିଲ ୧୧ରେ ପ୍ରଥମ ପର୍ଯାୟ ମତଦାନ ହେବାକୁ ଯାଉଥିବାବେଳେ ଏହାପୂର୍ବରୁ ପ୍ରତିବାଦ କରି ପୁଲିଂ ଅଧିକାରୀ ଆବଶ୍ଯକ ସୁରକ୍ଷା ପାଇଁ ନିର୍ବାଚନ କମିସନଙ୍କୁ ଦାବି କରିଛନ୍ତି।

ନିର୍ବାଚନ କମିସନ ସୁରକ୍ଷା ପାଇଁ ସମସ୍ତ ପ୍ରତିଶୃତି ଦେଇଛନ୍ତି ପୁଲିଂ ଅଧିକାରୀଙ୍କୁ । ପ୍ରତି ବୁଥରେ କେନ୍ଦ୍ରୀୟ ସୁରକ୍ଷାବଳ ସହିତ ଉଭୟ ଭୋଟର ଓ ପୁଲିଂ ଅଧିକାରୀଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ରାଜ୍ଯ ଅତିରିକ୍ତ ନିର୍ବାଚନ କମିସନ ସଞ୍ଜୟ ବସୁ ପ୍ରତିକ୍ରିୟାରେ କହିଛନ୍ତି।



from Odisha Reporter http://bit.ly/2VAuv0U

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages