ଶ୍ରୀଲଙ୍କାରେ ବର୍ବର ଆତଙ୍କୀ ହମ୍‌ଲାକୁ ବିଶ୍ୱବ୍ୟାପୀ ନିନ୍ଦା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 21, 2019

ଶ୍ରୀଲଙ୍କାରେ ବର୍ବର ଆତଙ୍କୀ ହମ୍‌ଲାକୁ ବିଶ୍ୱବ୍ୟାପୀ ନିନ୍ଦା

କଲମ୍ବୋ: ଶ୍ରୀଲଙ୍କାରେ ସିରିଜ୍ ବୋମା ବିସ୍ଫୋରଣକୁ ନେଇ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ୨୦୭ ଜଣଙ୍କ ଜୀବନ ନେଇଥିବା ଏହି ଆତଙ୍କୀ ଆକ୍ରମଣ ମାନବିକତା ଉପରେ ଆକ୍ରମଣ ବୋଲି କୁହାଯାଉଛି। ଏହି ଆକ୍ରମଣରେ ୩ ଜଣ ଭାରତୀୟଙ୍କର ମୃତ୍ୟୁ ହୋଇଥିବାବେଳେ ମୃତକଙ୍କ ମଧ୍ୟରେ ବ୍ରିଟିଶ୍‌, ଆମେରିକୀୟ ଏବଂ ଡଚ୍‌ ନାଗରିକ ମଧ୍ୟ ଅଛନ୍ତି। ଏପର୍ଯ୍ୟନ୍ତ ଏହି ଆକ୍ରମଣ ପାଇଁ କେହି ଆତଙ୍କୀ ସଂଗଠନ ନିଜକୁ ଦାୟୀ କରିନଥିବାବେଳେ ଇଷ୍ଟର ଭଳି ଧାର୍ମିକ ଦିନରେ ଏହି ଆକ୍ରମଣ ହୋଇଥିବାରୁ ଏହା ପଛର କାରଣକୁ ନେଇ ବିଭିନ୍ନ ଚର୍ଚ୍ଚା ଜୋର ଧରିଛି। ତେବେ ବିଶ୍ୱର ବିଭିନ୍ନ ନେତା ଏହାକୁ ନିନ୍ଦା କରି ମୃତକଙ୍କ ସମ୍ପର୍କୀୟ ଏବଂ ଶ୍ରୀଲଙ୍କାବାସୀ ଉଦ୍ଦେଶ୍ୟରେ ସମବେଦନା ବାର୍ତ୍ତା ଦେଇଛନ୍ତି।

ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି, “ଶ୍ରୀଲଙ୍କାରେ ସଂଘଟିତ ଆତଙ୍କବାଦୀ ଆକ୍ରମଣକୁ ଭାରତ ନିନ୍ଦା କରିବା ସହ ଏହି ଦେଶ ଏବଂ ଏହାର ନାଗରିକଙ୍କ ପ୍ରତି ସମବେଦନା ଜଣାଉଛି। ସଭ୍ୟ ସମାଜରେ ନିରୀହ ଲୋକଙ୍କୁ ଟାର୍ଗେଟ୍‌ କରି ଏଭଳି ହୃଦୟହୀନ ହିଂସାର କୌଣସି ସ୍ଥାନ ନାହିଁ।”

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ” ଶ୍ରୀଲଙ୍କାରେ କରାଯାଇଥିବା ଭୟଙ୍କର ବିସ୍ଫୋରଣକୁ କଡ଼ା ନିନ୍ଦା କରୁଛି। ଆମ ମହାଦେଶରେ ଏଭଳି ନିନ୍ଦନୀୟ ଘଟଣା ଆଦୌ ଗ୍ରହଣୀୟ ନୁହେଁ। ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଉଛି ଏବଂ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି।”

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ବାର୍ତ୍ତାରେ କହିଛନ୍ତି, “ଶ୍ରୀଲଙ୍କାରେ ଚର୍ଚ୍ଚ ଓ ହୋଟେଲରେ ବିସ୍ଫୋରଣ ଘଟଣାରେ ଆମେରିକା ଗଭୀର ଦୁଃଖ ପ୍ରକାଶ କରୁଛି। ଶ୍ରୀଲଙ୍କାର ମହାନ ଲୋକଙ୍କ ପ୍ରତି ମୁଁ ସମବେଦନା ଜଣାଉଛି। ଆମେ ଯେକୌଣସି ସହାୟତା ପାଇଁ ପ୍ରସ୍ତୁତ।”

ରୁଷ୍‌ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ୍‌ କହିଛନ୍ତି, ” ଏହା ଏକ ନିଷ୍ଠୁର ଏବଂ କ୍ରୋଧିତ କରିବା ଭଳି ଘଟଣା। ଅନ୍ତର୍ଜାତୀୟ ଆତଙ୍କବାଦ ବିରୋଧରେ ଲଢ଼େଇରେ ଶ୍ରୀଲଙ୍କା ସହିତ ରୁଷ୍‌ ସବୁ ସମୟରେ ଅଛି। ମୃତକଙ୍କ ସମ୍ପର୍କୀୟଙ୍କୁ ସମବେଦନା ଜଣାଇବା ସହିତ ଆହତଙ୍କ ଆରୋଗ୍ୟପାଇଁ ପ୍ରାର୍ଥନା କରୁଛି।”

ଜର୍ମାନୀ ଚାନ୍ସେଲର ଆଞ୍ଜେଲା ମର୍କେଲ କହିଛନ୍ତି,” ଆତଙ୍କବାଦ, ଧାର୍ମିକ ହିଂସା ଏବଂ ଅସହିଷ୍ଣୁତାକୁ ପ୍ରଶ୍ରୟ ଦିଆଯାଇପାରିବ ନାହିଁ। ଆମେ ଶ୍ରୀଲଙ୍କାରେ ଖ୍ରୀଷ୍ଟିଆନ୍‌ଙ୍କ ଉପରେ ହୋଇଥିବା ଆକ୍ରମଣର ଖବର ପାଇ ବ୍ୟଥିତ। ଆମେ ଶୋକପ୍ରକାଶ କରିବା ସହ ଆହତଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛୁ।.”

ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ଟେରେସା କହିଛନ୍ତି,” ଏହି ଘଟଣା ବାସ୍ତବରେ ହୃଦୟଥରା। ଶ୍ରୀଲଙ୍କାର ଚର୍ଚ୍ଚ ଓ ହୋଟେଲ ଉପରେ ହିଂସା ଆମକୁ କଷ୍ଟ ଦେଇଛି। ଏହି ଦୁଃଖଦ ସ୍ଥିତିରେ ପ୍ରଭାବିତ ସମସ୍ତଙ୍କୁ ସମବେଦନା ଜଣାଉଛୁ। ଆମ ସମସ୍ତଙ୍କୁ ଏକାଠି ହୋଇ ନିଶ୍ଚିତ କରିବାକୁ ପଡ଼ିବ ଯେ, କେହି ମଧ୍ୟ ନିଜ ଧାର୍ମିକ ବିଶ୍ୱାସକୁ ନେଇ ଭୟଭୀତ ହେବନି।”

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍ କହିଛନ୍ତି,” ଇଷ୍ଟର ରବିବାରରେ ଶ୍ରୀଲଙ୍କାରେ ହୋଇଥିବା ଆକ୍ରମଣକୁ ମୁଁ ନିନ୍ଦା କରୁଛି। ଶ୍ରୀଲଙ୍କାବାସୀଙ୍କୁ ମୁଁ ସମବେଦନା ଜଣାଉଛି। ଏଭଳି ଦୁଃଖଦ ମୂହୁର୍ତ୍ତରେ ଆମେ ତାଙ୍କ ସାଥୀରେ ଅଛୁ।”



from Odisha Reporter http://bit.ly/2Ix5Ur6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages