ପ୍ରଥମ ଥର ଭୋଟ ଦେବାକୁ ଯାଉଥିବା ଷ୍ଟାର କିଡ଼ସ୍‌ଙ୍କୁ ଜାଣିଛନ୍ତି କି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 18, 2019

ପ୍ରଥମ ଥର ଭୋଟ ଦେବାକୁ ଯାଉଥିବା ଷ୍ଟାର କିଡ଼ସ୍‌ଙ୍କୁ ଜାଣିଛନ୍ତି କି?

ମୁମ୍ୱାଇ:  ବିଶ୍ୱର ସବୁଠୁ ବଡ଼ ଗଣତନ୍ତ୍ର ଭାରତରେ ଏବେ ନିର୍ବାଚନୀ ମାହୋଲ ସରଗରମ ଅଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଥିବା ବେଳେ ଆହୁରି ବହୁ ସ୍ଥାନରେ ଏହା ଅନୁଷ୍ଠିତ ହେବ। ନେତାଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ କରିବା ନିମନ୍ତେ ନୂଆ ଭୋଟରମାନେ ମଧ୍ୟ ପ୍ରମୁଖ ଭୂମିକା ତୁଲାଇବେ। ନିର୍ବାଚନ ଆୟୋଗଙ୍କ ମୁତାବକ, ଚଳିତ ଥର ପ୍ରାୟ  ୮ କୋଟି ୪୩ ଲକ୍ଷ ମତଦାତା ପ୍ରଥମ ଥର ଲାଗି ନିଜ ମତଦାନ ସାବ୍ୟସ୍ତ କରିବେ। ଅଧିକ ସଂଖ୍ୟକ ଭୋଟର ଯେପରି ନିଜ ମତ ଅଧିକାର ସାବ୍ୟସ୍ତ କରିବେ ଏଥିଲାଗି ସେମାନଙ୍କୁ ଉତ୍ସାହିତ କରାଯାଉଛି।

ଚଳିତ ନିର୍ବାଚନରେ ବହୁ ପ୍ରତିଷ୍ଠିତ ବଲିଉଡ଼ କଳାକାରଙ୍କ ପିଲାମାନେ ମଧ୍ୟ ନିଜ ମତାଧିକାର ପ୍ରଥମ ଥର ଲାଗି ସାବ୍ୟସ୍ତ କରିବେ। ଆଜି ଏପରି କିଛି ଷ୍ଟାର କିଡସ୍‌ଙ୍କ ସମ୍ପର୍କରେ ଉପସ୍ଥାପନା କରୁଛୁ, ଆସନ୍ତୁ ଜାଣିବା।

ଆର୍ୟନ , ସୁହାନା ଖାନ

ବଲିଉଡ଼ର କିଙ୍ଗ ଖାନ ଶାହାରୁଖଙ୍କ ପୁଅ ଆର୍ୟନ ଖାନ ଓ ଝିଅ ସୁହାନା  ଚଳିତ ଥର ଭୋଟ ଦେବା ବୟସରେ ଉପନୀତ ହୋଇଛନ୍ତି। ଏଥର ନିଜ ବାପାଙ୍କ ସହ  ଉଭୟ ଭୋଟ ଦେବାକୁ ଯିବେ ବୋଲି ଜଣାଯାଇଛି।  ସୁହାନା ଖୁବ୍‌ ଶୀଘ୍ର ବଲିଉଡ଼ରେ ଏଣ୍ଟ୍ରି କରିବାକୁ ଯାଉଥିବା ଶୁଣିବାକୁ ମିଳୁଛି।

ଅନନ୍ୟା ପାଣ୍ଡେ

ଚଳିତ ନିର୍ବାଚନରେ ପ୍ରଥମ ଥର ଲାଗି ଅଭିନେତା ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟା ନିଜ ମତ ଅଧିକାର ସାବ୍ୟସ୍ତ କରିବେ। ଗତ ମାସରେ ତାଙ୍କ ନାମ ଭୋଟର ଲିଷ୍ଟରେ ସାମିଲ ହୋଇଛି।  ସେ ରିଲିଜ ହେବାକୁ ଥିବା କରନ ଜୋହରଙ୍କ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର- ୨’  ପ୍ରମୁଖ ଭୂମିକାରେ ନଜର ଆସିବେ।

ଜାହ୍ନବୀ, ଖୁସି କପୁର

ବଲିଉଡ଼ର ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ  ୨ ଝିଅ ଜାହ୍ନବୀ ଓ ଖୁସି କପୁର ମଧ୍ୟ ଚଳିତ ନିର୍ବାଚନରେ ପ୍ରଥମ ଥର ଲାଗି ମତଦାନ କରିବେ ।  ‘ଧଡ଼କ’ ଫିଲ୍ମରୁ ନିଜ କ୍ୟାରିଅର ଆରମ୍ଭ କରି ଜାହ୍ନବୀ ବଲିଉଡ଼ରେ ଧମାକାଦାର ଏଣ୍ଟ୍ରି କରିଥିଲେ।

 ନବ୍ୟା ନଭେଲି ନନ୍ଦା

ବଲିଉଡ଼ର ବିଗ୍‌ ବି ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନଭେଲି ନନ୍ଦା ମଧ୍ୟ ଏଥର ନିଜ ମତାଧିକାର ସାବ୍ୟସ୍ତ କରିବେ। ନବ୍ୟା ଦିଲ୍ଲୀ ବାସିନ୍ଦା ହୋଇଥିବାରୁ ମେ’ ୧୨ରେ ହେବାକୁ ଥିବା ନିର୍ବାଚନରେ ନିଜ ପରିବାର ସହ ସେ ଭୋଟ ଦେବାକୁ ଯିବେ ବୋଲି ଜଣାପଡିଛି।



from Odisha Reporter http://bit.ly/2DjJxkB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages