୮ହଜାରରୁ ୧୨ ରନ୍ ଦୂରରେ ରୋହିତ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 18, 2019

୮ହଜାରରୁ ୧୨ ରନ୍ ଦୂରରେ ରୋହିତ୍

ମୁମ୍ବାଇ: ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ୍ ଶର୍ମା ଆଉ ଏକ ରେକର୍ଡର ଅଧିକାରୀ ହେବାକୁ ଯାଉଛି। ଗୁରୁବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ରୋହିତ୍ ବ୍ୟକ୍ତିଗତ ୧୨ ରନ୍ କଲେ, ଟି-୨୦ କ୍ରିକେଟରେ ୮ହଜାର ରନ୍ କ୍ଲବରେ ସାମିଲ୍ ହୋଇଯିବେ।

ଯଦି ସେ ଏହି ମାଇଲଖୁଣ୍ଟ ହାସଲ କରିବାରେ ସଫଳ ହୁଅନ୍ତି, ତାହେଲେ ସେ ତୃତୀୟ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭାବେ ଟି-୨୦ରେ ୮ହଜାର ରନ୍ କ୍ଲବରେ ସାମିଲ୍ ହେବେ। ଏହା ପୂର୍ବରୁ ସୁରେଶ ରାଇନା (୮୨୧୬) ଓ ବିରାଟ କୋହଲି (୮୧୮୩) ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି।

ଟିମ ଇଣ୍ଡିଆ ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ ଏପର୍ଯ୍ୟନ୍ତ ୩୦୬ ମ୍ୟାଚରେ ୨୯୩ ଇନିଂସ ଖେଳି ୪୫ ହାରରେ ୭୯୮୮ ରନ୍ କରିଛନ୍ତି। ଟି-୨୦ରେ ତାଙ୍କର ସର୍ବାଧିକ ସ୍କୋର ୧୧୮ ରନ୍ ରହିଛି। ସେ ଭାରତ ପକ୍ଷରୁ ସର୍ବାଧିକ ୬ ଶତକ ଏବଂ ୫୩ ଅର୍ଦ୍ଧଶତକ ମାରିଛନ୍ତି। ରାଇନା ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭାବେ ଟି-୨୦ରେ ୮ହଜାର ରନ୍ କରିଥିଲେ। ସେ ଏପର୍ଯ୍ୟନ୍ତ ୩୧୧ ମ୍ୟାଚରେ ୮୨୧୬ ରନ୍ କରିଛନ୍ତି। ତାଙ୍କ ନାମରେ ୪ ଶତକ ଓ ୪୯ ଅର୍ଦ୍ଧଶତକ ଅଛି।

ଏହାଛଡ଼ା ରାଇନା ପ୍ରଥମ ବ୍ୟାଟ୍ସମ୍ୟାନ୍ ଆଇପିଏଲରେ ୫ହଜାର ରନ୍ ପୂରଣ କରିଥିଲେ। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅଧିନାୟକ ବିରାଟ ୨୬୦ ମ୍ୟାଚରେ ୪୦.୯୧ ହାରରେ ୮୧୮୩ ରନ୍ କରିଛନ୍ତି। ତେବେ ଟି-୨୦ରେ ସର୍ବାଧିକ ରନର ରେକର୍ଡ କ୍ରିସ୍ ଗେଲଙ୍କ ନାମରେ ଅଛି। ଗେଲ୍ ଏକମାତ୍ର ବ୍ୟାଟ୍ସମ୍ୟାନ୍ ଭାବେ ଟି-୨୦ରେ ୧୦ହଜାର ରନ୍ କରିଛନ୍ତି।



from Odisha Reporter http://bit.ly/2v7383c

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages