ସୋମବାର ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆ ଚୟନ: ଦ୍ୱିତୀୟ ୱିକେଟକିପରକୁ ନେଇ ସସପେନ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 14, 2019

ସୋମବାର ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆ ଚୟନ: ଦ୍ୱିତୀୟ ୱିକେଟକିପରକୁ ନେଇ ସସପେନ୍ସ

ନୂଆଦିଲ୍ଲୀ: ଆସନ୍ତା ମେ’ ୩୦ ତାରିଖରୁ ଇଂଲଣ୍ଡରେ ହେବାକୁଥିବା ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା ନିକଟତର ହୋଇଛି। ସୋମବାର ମୁମ୍ବାଇରେ ମିଶନ୍ ୱାର୍ଲ୍ଡ ପାଇଁ ଆସନ୍ତାକାଲି ଭାରତୀୟ ଦଳର ଚୟନ କରାଯିବ। ଟିମ୍ ଇଣ୍ଡିଆ ପାଇଁ ଏଥର କିଛି ନୂଆ ଚେହେରାଙ୍କ ସ୍ଥାନ ପ୍ରାୟତ ନିଶ୍ଚିତ ଲାଗୁଛି, କିନ୍ତୁ କିଛି ସ୍ଥାନକୁ ନେଇ ସସପେନ୍ସ ଜାରି ରହିଛି। ସବୁଠାରୁ ବଡ଼ ପ୍ରଶ୍ନ ଦ୍ୱିତୀୟ ୱିକେଟକିପରକୁ ନେଇ ରହିଛି।

ମିଳିଥିବା ସୂଚନା ଅନୁଯାୟୀ, ଟିମ୍ ମ୍ୟାନେଜମେଣ୍ଟ ଓ ଚୟନକର୍ତ୍ତା ଉପଲବ୍ଧ ବିକଳ୍ପ ଦିନେଶ କାର୍ତ୍ତିକ ଓ ଋଷଭ ପନ୍ତଙ୍କ ନାମକୁ ବେଶ ଗୁରୁତର ଭାବେ ବିଚାର କରୁଛନ୍ତି। ଅଧିକ ଅଭିଜ୍ଞତା ସତ୍ତେ୍ୱ କାର୍ତ୍ତିକଙ୍କର ବଡ଼ ଇନିଂସ ଖେଳିବା ନେଇ ସର୍ବଦା ପ୍ରଶ୍ନ ଉଠିଆସୁଛି। ଅନ୍ୟପକ୍ଷରେ ପନ୍ତଙ୍କର ନିୟମିତ ଆକ୍ରମଣାତ୍ମକ ଶଟ୍ ଖେଳିବା ପାଇଁ ପ୍ରୟାସ ମଧ୍ୟ ସନ୍ଦେହ ଘେରରେ ରହିଛି।

୩୩ ବର୍ଷୀୟ କାର୍ତ୍ତିକଙ୍କୁ ଗତ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରୁ ବାଦ୍ ଦିଆଯାଇଥିଲା। ଅଷ୍ଟ୍ରେଲିଆ ବିପକ୍ଷ ଏହି ସିରିଜ୍ ବିଶ୍ୱକପ୍ ପାଇଁ ଭାରତର ରିହର୍ସଲ ଥିଲା। ବିଶ୍ୱକପ୍ ପାଇଁ କିଛି କାର୍ତ୍ତିକ ଓ କିଛି ପନ୍ତଙ୍କ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି।

ପୂର୍ବତନ ଟେଷ୍ଟ ୱିକେଟକିପର କିରନ୍ ମୋରେ କହିଛନ୍ତି, “ଯଦି ମୁଁ ଚୟନକର୍ତ୍ତା ହୋଇଥାନ୍ତି, ତାହେଲେ ପନ୍ତଙ୍କୁ ଇଂଲଣ୍ଡ ପଠାଇଥାନ୍ତି। କାରଣ ପନ୍ତ ଜଣେ ମ୍ୟାଚ୍-ୱିନର, ଯାହା ସେ ଟେଷ୍ଟ କ୍ରିକେଟରେ କରି ଦେଖାଇ ସାରିଛନ୍ତି। ସେ ଏକାକୀ ଟିମକୁ ବିଜୟୀ କରାଇବାର ଦକ୍ଷତା ରଖିଛନ୍ତି।’

ନିକଟରେ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ସିରିଜ୍ ପାଇଁ ଚୟନ ହୋଇଥିବା ଭାରତୀୟ ଦଳରେ ସେତେଟା ପରିବର୍ତ୍ତନ କରାଯିବ ନାହିଁ। ଏମଏସକେ ପ୍ରସାଦଙ୍କ ନେତୃତ୍ୱାଧୀନ ଚୟନକମିଟି ସୋମବାର ଏସବୁ ଉପରୁ ପର୍ଦ୍ଦା ଉଠାଇଦେବେ। ଆଇପିଏଲ ପ୍ରଦର୍ଶନ ଆଧାରରେ ଖେଳାଳି ଚୟନ ହେବ ନାହିଁ। ଆଇପିଏଲ କେବଳ ଫିଟନେସର ଏକ ମାଧ୍ୟମ।

ଅଧିନାୟକ ବିରାଟ୍ କୋହଲି ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ପରେ କହିଥିଲେ, ବିଶ୍ୱକପ୍ ଟିମ୍ ପାଇଁ ଖେଳାଳି ଚୟନ ହୋଇସାରିଛି, କେବଳ ଗୋଟିଏ ସ୍ଥାନ ଖାଲି ରହିଛି। ଅଷ୍ଟ୍ରେଲିଆ ବିପକ୍ଷ ସିରିଜର ଶେଷ ଦୁଇଟି ମ୍ୟାଚରେ ମହେନ୍ଦ୍ର ସିଂହ ଧୋନିଙ୍କୁ ବିଶ୍ରାମ ଦିଆଯାଇଥିଲା ଏବଂ ତାଙ୍କ ସ୍ଥାନରେ ଖେଳୁଥିବା ପନ୍ତ ସେଭଳି ଖାସ ପ୍ରଦର୍ଶନ କରିପାରିନଥିଲେ।

ଏହି ସମୟରେ ପନ୍ତଙ୍କୁ ଗ୍ରେଡ୍-ଏ’ରେ ସାମିଲ୍ କରାଯାଇଥିଲା ଏବଂ କାର୍ତ୍ତିକଙ୍କୁ ଗ୍ରେଡ୍-ବି’ରେ ସ୍ଥାନ ମିଳିଥିଲା। ଅନ୍ୟପକ୍ଷରେ ଲୋକେଶ ରାହୁଲ ମଧ୍ୟ ଏହି ଦୌଡ଼ରେ ଅଛନ୍ତି। ରାହୁଲ ଚତୁର୍ଥ ସ୍ଥାନ ପାଇଁ ସବୁଠାରୁ ବଡ଼ ବିକଳ୍ପ ବୋଲି କୁହାଯାଉଛି। ଆଇପିଏଲରେ ମଧ୍ୟ ରାହୁଲଙ୍କ ପ୍ରଦର୍ଶନ ସମସ୍ତଙ୍କୁ ପ୍ରଭାବିତ କରିଛି।

ବର୍ତ୍ତମାନ ଭାରତୀୟ ଦଳ ପାଇଁ ଆଉ ଏକ ଚିନ୍ତାର ବିଷୟ ହେଉଛି ଅଲରାଉଣ୍ଡର। ନିକଟରେ ବିଜୟ ଶଙ୍କର ବେଶ୍ ପ୍ରଭାବିତ କରିଛନ୍ତି। ଶଙ୍କରଙ୍କୁ ମଧ୍ୟ ଅମ୍ବାତି ରାୟୁଡୁଙ୍କ ସ୍ଥାନରେ ଚତୁର୍ଥ ସ୍ଥାନରେ ଖେଳିବାକୁ ସୁଯୋଗ ମିଳିଥିଲା ଏବଂ ସେ ସଫଳ ମଧ୍ୟ ହୋଇଥିଲେ। ଶଙ୍କର ବ୍ୟାଟିଂରେ ତ ଭଲ ପ୍ରଦର୍ଶନ କଲେ, କିନ୍ତୁ ତାଙ୍କର ବୋଲିଂ ପ୍ରଦର୍ଶନକୁ ନେଇ ସମସ୍ୟା ରହିଛି।

ଅନ୍ୟପକ୍ଷରେ ଭାରତର ନିୟମିତ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିଶ୍ୱକପ୍ ସ୍ଥାନ ପ୍ରାୟତ ପକ୍କା ହୋଇସାରିଛି। ଏହାଛଡ଼ା ଅନ୍ୟଜଣେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ମଧ୍ୟ ବିଶ୍ୱକପ୍ ଟିମରେ ସ୍ଥାନ ପାଇପାରନ୍ତି, ଯିଏ ସେପ୍ଟେମ୍ବରରେ ସୀମିତ ଓଭର କ୍ରିକେଟରେ ଭଲ ପ୍ରତ୍ୟାବର୍ତ୍ତନ କରିଥିଲେ।

ଭାରତୀୟ ଦଳର ବୋଲିଂ ଲାଇନ୍ ପ୍ରାୟତଃ ନିଶ୍ଚିତ ହୋଇସାରିଛି। ଜସପ୍ରୀତ ବୁମ୍ରା, ଭୁବନେଶ୍ୱର କୁମାର, ମହମ୍ମଦ ସାମି ପେସର ଭୂମିକା ତୁଲାଇବେ। ସ୍ପିନର ଭୂମିକା କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ ତୁଲାଇବେ । ଅତିରିକ୍ତ ସ୍ପିନର ଭାବେ ଜାଡେଜାଙ୍କୁ ସ୍ଥାନ ମିଳିପାରେ।

ରୋହିତ ଶର୍ମା ଓ ଶିଖର ଧୱନ୍ ଓପନିଂ ପାଇଁ ପ୍ରଥମ ପସନ୍ଦ। ମଧ୍ୟକ୍ରମରେ ବିରାଟ କୋହଲି, ମହେନ୍ଦ୍ର ସିଂହ ଧୋନି ଓ କେଦାର ଯାଦବଙ୍କ ଖେଳିବା ପକ୍କା। ତେଣୁ ବାକି ଗୋଟିଏ କିମ୍ବା ଦୁଇଟି ସ୍ଥାନ ନେଇ ଅନିଶ୍ଚିତତା ରହିଛି, ଯାହା ଆସନ୍ତାକାଲି ସ୍ପଷ୍ଟ ହୋଇଯିବ।



from Odisha Reporter http://bit.ly/2KBKtqA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages