ରାଇନାଙ୍କୁ ପଛରେ ପକାଇ ଏହି ବଡ଼ ରେକର୍ଡର ଅଧିକାରୀ ହେଲେ ବିରାଟ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 14, 2019

ରାଇନାଙ୍କୁ ପଛରେ ପକାଇ ଏହି ବଡ଼ ରେକର୍ଡର ଅଧିକାରୀ ହେଲେ ବିରାଟ୍

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଟି-୨୦ କ୍ରିକେଟରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଟି-୨୦ କ୍ରିକେଟରେ ସର୍ବାଧିକ ରନ୍ ସଂଗ୍ରହକାରୀ ଭାରତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ଶନିବାର କିଙ୍ଗସ ଇଲେଭେନ୍ ପଞ୍ଜାବ ବିପକ୍ଷ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳର ଅଧିନାୟକ ବିରାଟ ୬୭ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ।

ଏଥିସହ ସେ ସୁରେଶ ରାଇନାଙ୍କ ସର୍ବାଧିକ ସ୍କୋରକୁ ପଛରେ ପକାଇ ଦେଇଛନ୍ତି। ରାଇନା ୩୦୯ ମ୍ୟାଚରେ ୮୧୪୫ ରନ୍ କରିଛନ୍ତି। ଏବେ ବିରାଟ ତାଙ୍କଠାରୁ ୪୮ ଇନିଂସ୍ କମ୍ ଖେଳି ୮୧୭୫ ରନ୍ କରି ଶୀର୍ଷକୁ ଆସିଛନ୍ତି। ଆଇପିଏଲରେ ମଧ୍ୟ ବିରାଟ ୧୭୦ ମ୍ୟାଚ୍ ଖେଳି ୫୨୧୮ ରନ୍ କରି ଆଗରେ ଅଛନ୍ତି, ଯେଉଁଥିରେ ୪ ଶତକ ଓ ୩୫ ଅର୍ଦ୍ଧଶତକ ସାମିଲ ଅଛି।

ଏହି ମାମଲାରେ ରାଇନା ୧୮୩ ମ୍ୟାଚରେ ୫୧୨୧ ରନ୍ କରି ଦ୍ୱିତୀୟରେ ଅଛନ୍ତି। ରାଇନା ଆଇପିଏଲରେ ୧ ଶତକ ଓ ୩୫ ଅର୍ଦ୍ଧଶତକ ମାରିଛନ୍ତି। ଅନ୍ତର୍ଜାତୀୟ ଟି-୨୦ରେ ବିରାଟ ୬୭ ମ୍ୟାଚ୍ ଖେଳି ୨୦ ଅର୍ଦ୍ଧଶତକ ସହ ୨୨୬୩ ରନ୍ କରିଛନ୍ତି।



from Odisha Reporter http://bit.ly/2GchdS8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages