ମାତ୍ର ୩୦ ବର୍ଷରେ ସହିଦ ହୋଇଯାଇଥିଲେ ଏହି ବୀର… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 8, 2019

ମାତ୍ର ୩୦ ବର୍ଷରେ ସହିଦ ହୋଇଯାଇଥିଲେ ଏହି ବୀର…

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)- ୧୮୫୭ ମସିହାରେ ହୋଇଥିବା ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମରେ ପ୍ରମୁଖ ଭୂମିକା ତୁଲାଇଥିଲେ ମଙ୍ଗଲ ପାଣ୍ଡେ। ସେ ଇଷ୍ଟ ଇଣ୍ଡିଆ କମ୍ପାନୀରେ ଜଣେ ସିପାହୀ ଥିବା ସତ୍ତ୍ୱେ ଇଂରେଜ ଶାସନ ବିରୋଧରେ ବିଦ୍ରୋହର ନାରା ଦେଇଥିଲେ। ବନ୍ଧୁକ ବ୍ୟବହାରକୁ ନେଇ ଆରମ୍ଭ ହୋଇଥିବା ଏହି ବିଦ୍ରୋହ ଯୋଗୁ ଦେଖା ଦେଇଥିଲା ବିପ୍ଲବ।  ଆଉ ଏହି ବିପ୍ଲବର ନେତୃତ୍ୱ ନେଇଥିବା ଓ ନାରା ଦେଇଥିବା ଯୋଗୁ ମଙ୍ଗଲ ପାଣ୍ଡେଙ୍କୁ ମିଳିଥିଲା ଫାଶି ଦଣ୍ଡାଦେଶ। । ୧୮୫୭ ଏପ୍ରିଲ ୮ ତାରିଖରେ ମାତ୍ର ୩୦ ବର୍ଷ ବୟସରେ ତାଙ୍କୁ ଫାଶି ଖୁଣ୍ଟରେ ଝୁଲାଇ ଦିଆଯାଇଥିଲା।  ଆଜି ତାଙ୍କ ମୃତ୍ୟୁ ବାର୍ଷିକୀରେ ଏପରି ସ୍ୱାଧୀନତା ସଂଗ୍ରାମୀଙ୍କୁ କୋଟି ପ୍ରଣାମ।

ଉତ୍ତରପ୍ରଦେଶର ବଲିଆ ଜିଲାର ନରୱା ଗ୍ରାମରେ ଏକ ବ୍ରାହ୍ମଣ ପରିବାରରେ ୧୮୨୭ ମସିହା ଜୁଲାଇ ୧୯ ତାରିଖରେ ଜନ୍ମଗ୍ରହଣ କରିଥିଲେ ମଙ୍ଗଲ ପାଣ୍ଡେ । ଦିବାକର ପାଣ୍ଡେ ଓ ଅଭୟ ରାଣୀ ଦେବୀଙ୍କ କୋଳ ମଣ୍ଡନ କରିଥିବା ମଙ୍ଗଲ ପ୍ରଥମେ ବ୍ରିଟିଶ ସୈନ୍ୟବାହିନୀରେ ଯୋଗ ଦେଇଥିଲେ। ହିନ୍ଦୁ ଧର୍ମ ଉପରେ ତାଙ୍କର ଥିଲା ଅତୁଟ ବିଶ୍ୱାସ।  ତାଙ୍କ ହିସାବରେ ହିନ୍ଦୁ ଧର୍ମ ଥିଲା ସର୍ବଶ୍ରେଷ୍ଠ ଧର୍ମ।

କିନ୍ତୁ ଇଂରେଜମାନଙ୍କ ଗୁଲାମୀର ଶିକାର ହେବା ପରେ ସେ କ୍ରାନ୍ତିକାରୀ ପାଲଟି ଯାଇଥିଲେ।  ପ୍ରଥମ ଥର ପାଇଁ ଇଂରେଜଙ୍କ ବିରୋଧରେ ‘ମାରୋ ଫିରଙ୍ଗି କୋ’ ନାରା ଦେଇଥିଲେ।  ତାଙ୍କୁ ଭାରତର ସର୍ବପ୍ରଥମ ‘କ୍ରାନ୍ତିକାରୀ’ର ମାନ୍ୟତା ମଧ୍ୟ ଦିଆଯାଇଛି।

୧୯୪୯ ମସିହାରେ ସେ ବ୍ରିଟିଶ ଆର୍ମିରେ ସାମିଲ ହୋଇଥିଲେ। ଏହାପରେ ଆରମ୍ଭ ହୋଇଥିଲା ବିଦ୍ରୋହ।  ବନ୍ଧୁକ ବ୍ୟବହାରକୁ ନେଇ    ଉକ୍ତ ସମୟରେ ଆରମ୍ଭ  ହୋଇଥିଲା ବିଦ୍ରୋହ। ଇଂରେଜ ସରକାରଙ୍କ ପକ୍ଷରୁ ସିପାହୀମାନଙ୍କୁ ଏକ ନୂଆ ରାଇଫଲ ବନ୍ଧୁକ ଦିଆଯାଇଥିଲା।  କିନ୍ତୁ ଏଥିରେ କରାଯାଇଥିବା ସାମନ୍ୟ ପରିବର୍ତ୍ତନକୁ ନେଇ ଜଳିଥିଲା ବିଦ୍ରୋହର ବହ୍ନି।  ଏହି ବନ୍ଧୁକରେ ଗୁଳି ପୂରାଇବା ପୂର୍ବରୁ ଗୁଳିରେ ଲାଗିଥିବା କାରତୁସକୁ ଦାନ୍ତରେ ଛିଣ୍ଡାଇବାକୁ ପଡୁଥିଲା।

ତା’ ପରେ ବନ୍ଧୁକରେ ଗୁଳି ପୁରାଇ ଲକ୍ଷ୍ୟ ଭେଦ କରାଯାଉଥିଲା। କିନ୍ତୁ ବିଦ୍ରୋହ ସୃଷ୍ଟିର କାରଣ ହେଉଛି, ଗୁଳିରେ ଲାଗିଥିବା କାରତୁସ୍‌ର ବାହାର ଆବରଣକୁ ଗାଈ ଓ ଘୁଷୁରି ମାଂସରେ ତିଆରି କରାଯାଇଥିଲା। ଏହା ଜାଣିବା ପରେ ହିନ୍ଦୁ, ମୁସଲମାନ ଓ ଇଂରେଜ ସରକାରଙ୍କ ମଧ୍ୟରେ ଦେଖାଦେଲା ବିବାଦ।

ହିନ୍ଦୁ ଓ ମୁସଲିମଙ୍କ ଧର୍ମ ନଷ୍ଟ କରିବା ନିମନ୍ତେ ବ୍ରିଟିଶ୍‌ ସରକାର ଯୋଜନାବଦ୍ଧ ଭାବେ ଏପରି କରିଥିବା ଚର୍ଚ୍ଚା ଜୋର ଧରିଥିଲା। ମଙ୍ଗଳ ପାଣ୍ଡେ ଏହାକୁ ‍ଖୁବ ବିରୋଧ କରିବାକୁ ଲାଗିଲେ।  ଏଥିଯୋଗୁ ବ୍ରିଟିଶ୍‌ ସରକାର ତାଙ୍କୁ ଚାକିରୀରୁ ବହିଷ୍କାର କଲେ। ହେଲେ ଏଥିରେ ଭୟଭୀତ  ନ ହୋଇ କିମ୍ୱା ପଛ ଘୁଞ୍ଚା ନ ଦେଇ ମଙ୍ଗଳ ପାଣ୍ଡେ ବ୍ରିଟିଶ ଅଧ‍କାରୀଙ୍କ ଉପରକୁ ଆକ୍ରମଣ କଲେ।

ଏଥିରେ ବ୍ରିଟିଶ ସରକାର ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ପରେ ତାଙ୍କୁ ଫାଶି ଦଣ୍ଡାଦେଶ ହୋଇଥିଲା। ୧୮୫୭ ଏପ୍ରିଲ ୮ ତାରିଖରେ  କ୍ରାନ୍ତିକାରୀ ମଙ୍ଗଲଙ୍କୁ ଫାଶି ଦିଆଯାଇଥିଲା । ମଙ୍ଗଳ ପାଣ୍ଡେ ସହିଦ ହେବା ପୂର୍ବରୁ ଭାରତୀୟଙ୍କ ମନରେ ସ୍ୱାଧାନତା ଲାଗି ନିଆଁ ଲଗାଇ ଦେଇଥିଲେ। ଯାହା ପରେ ଭୟଙ୍କର ରୂପ ଧାରଣ କରିଥିଲା।

ମଙ୍ଗଳ ପାଣ୍ଡେଙ୍କୁ ବେରକପୁରରେ ଫାଶି ଦିଆଯାଇଥିଲା। କିନ୍ତୁ ସେଠାରେ ଜଲାଦମାନେ ତାଙ୍କୁ ଫାଶି ଦେବାକୁ ମନା କରିବାରୁ ସ୍ୱତନ୍ତ୍ର ଭାବେ କଲିକତାରୁ ଜଲାଦମାନଙ୍କୁ ଫାଶୀ ଦେବାକୁ ଅଣାଯାଇଥିଲା।



from Odisha Reporter http://bit.ly/2UGi5aP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages