ଏଥର ନବୀନଙ୍କୁ କେହି ଅଫିସର ରକ୍ଷା କରିପାରିବେନି: ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 23, 2019

ଏଥର ନବୀନଙ୍କୁ କେହି ଅଫିସର ରକ୍ଷା କରିପାରିବେନି: ମୋଦି

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର):କେନ୍ଦ୍ରାପଡ଼ାର ବାରୁଅରେ ବିଜେପିର ବିଜୟ ସଙ୍କଳ୍ପ ସମାବେଶରେ ନବୀନଙ୍କୁ ସିଧା ନିଶାନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଥମଥର ପାଇଁ ନିର୍ବାଚନୀ ସଭାରେ ନବୀନଙ୍କୁ କଡ଼ା ସମାଲୋଚନା କରିଛନ୍ତି ମୋଦି। କହିଛନ୍ତି,“ପ୍ରଥମ ୨ଟି ଚରଣରେ ମୁଁ ନବୀନ ବାବୁଙ୍କୁ ସମାଲୋଚନା କରି ନ ଥିଲି। ଏତେ ବର୍ଷ କାମ କଲେଣି, ଭଲରେ ବିଦାୟ ନିଅନ୍ତୁ ଭାବିଥିଲି। କିନ୍ତୁ ଗଲା ୧୦/୧୨ ଦିନରେ ଯେମିତି ହିଂସା ଚାଲିଛି, ଆଉ ନୁହେଁ। ମୋଦି କହିଛନ୍ତି ଯେ, ନବୀନଙ୍କ କିଛି ହାତଗଣତି ଅଫିସର ଆଖିରେ ପଟି ବାନ୍ଧି ବସିଛନ୍ତି। ଆଜି ମୁଁ ନବୀନ ବାବୁଙ୍କୁ କହୁଛି, ଆପଣ ବିଦା ହେଉଛନ୍ତି, ଯିବା ନିଶ୍ଚିତ ମଧ୍ୟ । ଏହି କିଛି ଅଫିସର ଆପଣଙ୍କୁ ରକ୍ଷା କରିପାରିବେନି।

ସେ ଆହୁରି କହିଛନ୍ତି,“ଓଡ଼ିଶା ଲୋକ ଏବେ ବିତସ୍ପୃହ ହୋଇ ନବୀନ ବାବୁଙ୍କୁ ବିଦା କରିବାକୁ ଯାଉଛନ୍ତି। ଓଡ଼ିଶା ଲୋକ ଏବେ ବିକାଶର ଡବଲ ଇଂଜିନ ଲଗାଇବାକୁ ଯାଉଛନ୍ତି। ବିଜେଡି ଯେତେ ଚେଷ୍ଟା କଲେ ବି ଡବଲ ଇଂଜିନ ରୋକି ପାରିବନି। ଆଜିର ଯୁବ ସମାଜ ନବୀନଙ୍କୁ ଏ ପ୍ରଶ୍ନ ପଚାରୁଛନ୍ତି, କାହିଁକି ସେମାନଙ୍କୁ ଚାକିରି ପାଇଁ ବାହାରକୁ ଯିବାକୁ ପଡ଼ୁଛି। କ’ଣ ପାଇଁ ଚାଷୀଙ୍କୁ ପାଣି ମିଳୁନି। କୋଲ୍ଡ ଷ୍ଟୋରେଜ କାହିଁକି ନାହିଁ। ଏ ସରକାରର ବିକାଶ ଲକ୍ଷ୍ୟ ନୁହେଁ, କେବଳ କ୍ଷମତା ଲକ୍ଷ୍ୟ । ଓଡ଼ିଶାର ବିକାଶ ହେଉ କି ନହେଉ, ଏମାନଙ୍କୁ କେବଳ ଭୋଟ ମିଳୁଥାଉ।”

ପିଏମ୍ କିଷାନ ଚାଷୀ ତାଲିକା ଓଡ଼ିଶା ସରକାର ଦେଉନି। ଓଡ଼ିଶାକୁ ସମୁଦ୍ର ଘେରି ରହିଛି, ଏଠାରେ ବିକାଶର ବହୁ ସୁବିଧା ଅଛି। ଓଡ଼ିଶାରେ ଶିଳ୍ପ ପାଇଁ ବହୁ ଅନୁକୂଳ ବାତାବରଣ ରହିଛି। ଏଠାରେ ବ୍ରାହ୍ମଣୀରେ ୱାଟର ୱେ ହେବାକୁ ଯାଉଛି। ବ୍ରାହ୍ମଣୀ

ୱାଟର ୱେ  ପାରାଦୀପ-ଧାମରାକୁ ଯୋଡ଼ିବ। ଏହାଦ୍ୱାରା ପର୍ଯ୍ୟଟନ ବିକାଶ ସହ କୃଷକଙ୍କ ପାଇଁ ବହୁ ଲାଭ ମିଳିବ। ମତ୍ସ୍ୟଜୀବୀଙ୍କୁ ବି ବହୁ ଲାଭ ମିଳିବ, ସେମାନଙ୍କ ପାଇଁ ମନ୍ତ୍ରାଳୟ ହେବ ମତ୍ସ୍ୟଜୀବୀଙ୍କୁ ପ୍ରଥମ ଥର ପାଇଁ କିଷାନ କ୍ରେଡିଟ କାର୍ଡ ଦିଆଯାଉଛି ବୋଲି  ପ୍ରଧାନମନ୍ତ୍ରୀ କହିଛନ୍ତି।

ମୋଦି କହିଛନ୍ତି,“ ଯାହା ବିକାଶ ହେଉଛି, ସମସ୍ତଙ୍କ ପାଇଁ ସମାନ ଭାବେ ହେଉଛି। ଗରିବ ଲୋକଙ୍କୁ ପକ୍କା ଘର, ବିଜୁଳି ଯୋଗାଇ ଦିଆଯାଉଛି। କୌଣସି ଗାଁ ଅନ୍ଧାରରେ ନରହିବା ଆମର ସଂକଳ୍ପ। ମା, ଭଉଣୀଙ୍କୁ ମାଗଣା ରନ୍ଧନ ଗ୍ୟାସ ଦେଇ ଜୀବନ ସରଳ କରିଛୁ। ଓଡ଼ିଶାରେ ମା, ଭଉଣୀଙ୍କ ଉପରେ ଅତ୍ୟାଚାର ହେଉଛି, ନ୍ୟାୟ ମିଳୁନି। ବିଜେପି ସରକାର ଆସିଲେ ମା, ଭଉଣୀଙ୍କୁ ନ୍ୟାୟ ମିଳିବ। ଝିଅମାନଙ୍କ ପ୍ରତି ଦୁଷ୍କର୍ମ କରୁଥିବା ଦୋଷୀକୁ ଫାଶି ଦଣ୍ଡ ଦିଆଯିବ।”

ସେ ଆହୁରି କହିଛନ୍ତି,“ବିଜେପି ଅସିଲେ ଆୟୁଷ୍ମାନ ଭାରତ ଲାଗୁ କରାଯିବ। ନବୀନ ସରକାର ବିକାଶ ମଝିରେ ପାଚେରୀ ହୋଇ ଠିଆ ହୋଇଛି। ଏଭଳି ରାଜ୍ୟ ସରକାର ବଦଳିବା ଦରକାର ବୋଲି ମୋଦି କହିଛନ୍ତି।



from Odisha Reporter http://bit.ly/2UxowZB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages