କଂଗ୍ରେସ ପ୍ରାର୍ଥୀ ଉମା ରଥଙ୍କୁ ବୁଥ୍‌ରୁ ଠେଲି ବାହାର କରିଦେଲେ ବିଜେଡି ଗୁଣ୍ଡା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 23, 2019

କଂଗ୍ରେସ ପ୍ରାର୍ଥୀ ଉମା ରଥଙ୍କୁ ବୁଥ୍‌ରୁ ଠେଲି ବାହାର କରିଦେଲେ ବିଜେଡି ଗୁଣ୍ଡା

ଆଠଗଡ଼(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଜି ଅନୁଷ୍ଠିତ ହେଉଛି ୩ୟ ପର୍ଯ୍ୟାୟ ନିର୍ବାଚନ । ଗତକାଲିର ଘଟଣା ମନରୁ ଲିଭି ନ ଥିବା ବେଳେ ବିଜେଡିର ଗୁଣ୍ଡାଗର୍ଦ୍ଦି ଏବେ ବି ବଳବତ୍ତର ରହିଥିବା ଅନୁଭବ ହେଉଛି। ପିପିଲି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀ ଜଣେ କର୍ତ୍ତବ୍ୟରତ ମାଜିଷ୍ଟ୍ରେଟଙ୍କୁ ମାଡ଼ ମାରି ଗିରଫ ହୋଇଥିଲେ ମଧ୍ୟ ବିଜେଡି ନେତାଙ୍କ ତୋଡ଼ କମୁନି। ନେତା ତ ନେତା ଏବେ ବିଜେଡି କର୍ମିଙ୍କ ଉତ୍ପାତ କହିଲେ ନ ସରେ। ଆଜି ଆଠଗଡ଼ ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ ବେଳେ ଜଣେ ବିଜେଡି କର୍ମୀଙ୍କ ଅପ୍ରୀତିକର ଆଚରଣ କ୍ୟାମେରାରେ କଏଦ ହୋଇଛି। ଉକ୍ତ ବ୍ୟକ୍ତି ଜଣକ ହାତରେ ବିଜେଡି ପତାକା ବାନ୍ଧିଥିବା ବେଳେ ପୋଲିଂ ବୁଥ୍‌ରେ କଂଗ୍ରେସ ପ୍ରାର୍ଥୀ ଉମା ବଲ୍ଲଭ ରଥଙ୍କୁ ଅସଦାଚରଣ କରୁଥିବା ଦେଖିବାକୁ ମିଳୁଛି। ଏପରିକି ତାଙ୍କୁ ଧମକ ଦେଇ ବାହାରକୁ ବାହାରି ଯିବା ପାଇଁ ମଧ୍ୟ ଉକ୍ତ ବିଜେଡି କର୍ମି କହୁଥିବା ନଜର ଆସିଛି।

ସୂଚନାଯୋଗ୍ୟ, ଆଠଗଡ଼ ସର୍ପେଶ୍ୱର ନୋଡାଲ ୟୁପି ସ୍କୁଲ ବଳରାମପୁରରେ ବିଜେଡି ସମର୍ଥିତ ବ୍ୟକ୍ତି ଜାଲ୍‌ ଆଇକାର୍ଡ ପକାଇ ପୋଲିଂ ବୁଥ୍‌ରେ ନିୟୋଜିତ ଥିବା ଅଭିଯୋଗ ହୋଇଥିଲା। ଖବର ଜାଣି ଆଠଗଡ଼ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉମା ୨ ଜଣ ଆଇକାର୍ଡ ପକାଇ ଥିବା ବ୍ୟକ୍ତିଙ୍କୁ ଜାଲ୍‌ ଆଇକାର୍ଡ ପକାଇଛନ୍ତି ବୋଲି କହି ସନ୍ଦେହ ପ୍ରକଟ କରିଥିଲେ। ଫଳରେ କିଛି ସମୟ ପାଇଁ କଥା କଟାକଟି ହୋଇଥିଲା। ଏହି ଘଟଣାକୁ ଲକ୍ଷ କରି ହଠାତ୍‌ ଜଣେ ବ୍ୟକ୍ତି ଉମାଙ୍କ ଉପରକୁ ଝପଟି ପଡି ଏଠାରୁ ବାହାରିଯିବାକୁ କହିଥିଲେ। ମାତ୍ର ସେ ପ୍ରାର୍ଥୀ ହୋଇଥିବାରୁ ଉକ୍ତ ବିଜେଡି କର୍ମୀଙ୍କୁ ଅଟକାଇବାକୁ ଚଷ୍ଟା କରିଥିଲେ। ମାତ୍ର ସେ ଶୁଣି ନ ଥିଲା। ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ।



from Odisha Reporter http://bit.ly/2Gsf2K9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages