ଅଭିମାନ କରିଛନ୍ତି ବିଗ୍‌ ବି, ମଜାଦାର ରିପ୍ଲାଇ ଦେଲେ କିଙ୍ଗ ଖାନ୍‌… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 11, 2019

ଅଭିମାନ କରିଛନ୍ତି ବିଗ୍‌ ବି, ମଜାଦାର ରିପ୍ଲାଇ ଦେଲେ କିଙ୍ଗ ଖାନ୍‌…

ମୁମ୍ୱାଇ: ବଲିଉଡ଼ର ୨ ସୁପରଷ୍ଟାର ଅମିତାଭ ବଚ୍ଚନ ଓ ଶାହାରୁଖ ଖାନ୍‌ ଉଭୟ ସୋଶାଲ ମିଡ଼ିଆରେ ଖୁବ ଆକ୍ଟିଭ । ଶାହାରୁଖ ଅମିତାଭଙ୍କୁ ବହୁତ ସମ୍ମାନ ଦେଉଥିବା ବେଳେ ଅମିତାଭ ମଧ୍ୟ ସବୁବେଳେ ସ୍ନେହ ଶ୍ରଦ୍ଧା ଜଣାଇ ଆସିଛନ୍ତି। ହେଲେ  ‘ବଦଲା’ ଫିଲ୍ମ ରିଲିଜ୍‌ ପରେ ଏହାର ପ୍ରଡକ୍ସନ ଟିମ୍‌ର ବ୍ୟବହାରରେ ଅଭିମାନ କରିଛନ୍ତି ଅମିତାଭ।  ଟ୍ୱିଟ୍‌ କରି ନିଜ ଭାବନାର ପରିପ୍ରକାଶ କରିଥିବା ବେଳେ  ଏହାର ଉତ୍ତର ରଖିଛନ୍ତି ଏହି ଫିଲ୍ମର ପ୍ରଡ୍ୟୁସର କିଙ୍ଗ ଖାନ୍‌।  ଉଭୟଙ୍କ ମଧ୍ୟରେ ହୋଇଥିବା ମଜାଦାର ବାର୍ତ୍ତାଳପ ସେମାନଙ୍କ ଫ୍ୟାନ୍‌ଙ୍କୁ ମଧ୍ୟ ଖୁବ୍‌ ପସନ୍ଦ ଆସିଛି।

କିଛି ଦିନ ପୂର୍ବେ ରିଲିଜ୍‌ ହୋଇଥିବା ଅମିତାଙ୍କ ଫିଲ୍ମ ‘ବଦଲା’ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଥିଲା। ଏଥିରେ ଅମିତାଭ ଓ ତାପସୀ ପାନ୍ନୁଙ୍କ ଅଭିନୟକୁ ମଧ୍ୟ ଦର୍ଶକ ଖୁବ୍‌ ପସନ୍ଦ କରିଥିଲେ। ହେଲେ ଫିଲ୍ମର ପ୍ରଡକ୍ସନ ଟିମ୍‌ ଏହି ସଫଳତା ଲାଗି  ଅଭିନନ୍ଦନ ଜଣାଉ ନ ଥିବାରୁ ଦୁଃଖିତ ହୋଇ ପଡିଛନ୍ତି ବିଗ୍‌ ବି। ଏହି ଫିଲ୍ମର ପ୍ରଡ୍ୟୁସର ହେଉଛନ୍ତି ଶାହାରଖ ଖାନ।  ଫିଲ୍ମ ସହ ଜଡ଼ିତ ବ୍ୟକ୍ତିଙ୍କ ବ୍ୟବହାରକୁ ନେଇ ଦୁଃଖିତ ଥିବା ବିଗ୍‌ ବି ସୋଶାଲ ମିଡ଼ିଆରେ ଏହାକୁ ବ୍ୟକ୍ତ କରିଛନ୍ତି। ଶାହାରୁଖ ଏହାର ରିପ୍ଲାଇ ଦେବା ପରେ ଉଭୟଙ୍କ ମଧ୍ୟରେ ମଜାଦାର କଥା କଟାକଟି ଚାଲିଛି।

ଅମିତାଭ ଟ୍ୱିଟ କରିଛନ୍ତି ଯେ, “ଫିଲ୍ମ ‘ବଦଲା’ର ସଫଳତାର ବହୁ ଦିନ ପରେ ମଧ୍ୟ କେହି ଏହାକୁ ନୋଟିସ କରୁନାହାନ୍ତି। କିମ୍ୱା ଫିଲ୍ମର ସଫଳତା ଲାଗି ଅଭିନନ୍ଦନ ମଧ୍ୟ ଜଣାଉ ନାହାନ୍ତି।  ଫିଲ୍ମର ପ୍ରଡ୍ୟୁସର, ଡିଷ୍ଟ୍ରିବ୍ୟୁଟର, ଅନଲାଇନ୍‌ ଡିଷ୍ଟ୍ରିବ୍ୟୁଟର କିମ୍ୱା ବଲିଉଡ଼ର ଜଣେ କେହି ବି ଏଥିପାଇଁ ଗୋଟେ ସେକେଣ୍ଡ ଖର୍ଚ୍ଚ କରି ନାହାନ୍ତି”।

ଏହାପରେ ଏହି ଫିଲ୍ମର ପ୍ରଡ୍ୟୁସର୍‌ ଶାହାରୁଖ ମଜାଦାର ଢଙ୍ଗରେ ଏହାର ଉତ୍ତର ରଖିଛନ୍ତି। ସେ ଟ୍ୱିଟ୍‌ କରିଛନ୍ତି ଯେ, “ସାର୍‌ ଆମେ ଅପେକ୍ଷା କରିଛୁ, ଆପଣ କେବେ ପାର୍ଟି ଦେବେ। ଏଥିନିମନ୍ତେ ‘ଜଲସା’ ବାହାରେ ଆମେ ସବୁଦିନ ରାତିରେ ଛିଡ଼ା ହୋଇ ରହୁଛୁ”।

ଏହାପରେ ଅମିତାଭ ଲେଖିଲେ, “ଫିଲ୍ମରେ କାମ ଆମେ କଲୁ, ପ୍ରଡ୍ୟୁସ୍‌ ଆପଣ କଲେ, ନିସ୍ୱାର୍ଥପର ଭାବେ ପ୍ରମୋଶନ ଲାଗି ଆମେ ସମୟ ବାହାର କଲୁ। ଏବେ ପାର୍ଟି ବି ଆମେ ହିଁ ଦେବୁ ।  ଜଲସା ବାହାରେ ରାତିରେ କାହାକୁ ବି ଛିଡ଼ା ହେବାର ଆମେ ଦେଖିପାରୁନୁ”।

ଏହାପରେ ଶାହାରୁଖ ରିପ୍ଲାଇ ଦେଇଛନ୍ତି, “ସାର୍‌ ଫିଲ୍ମ ଆପଣଙ୍କର, ଆକ୍ଟିଂ ଆପଣଙ୍କର। ଆପଣଙ୍କ ଯୋଗୁ ଫିଲ୍ମ ହିଟ୍‌ ହୋଇଛି। ଆପଣ ନ ଥିଲେ, ଫିଲ୍ମ ହେବା ବି  ସମ୍ଭବ ନ ଥିଲା।  ତେଣୁ ପାର୍ଟି ବି….”। ଏପରି ମଜାଦାର ବାର୍ତ୍ତାଳାପ ପରେ ଆଗକୁ କ’ଣ ରହୁଛି ଉଭୟଙ୍କ ପଦକ୍ଷେପ, ତାହା ଦେଖିବାକୁ ବାକି ରହିଲା।



from Odisha Reporter http://bit.ly/2VDTGzR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages