ଇଭିଏମ୍‌ କଚାଡ଼ି ଭାଙ୍ଗି ଦେଲେ ବିଧାୟକ ପ୍ରାର୍ଥୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 11, 2019

ଇଭିଏମ୍‌ କଚାଡ଼ି ଭାଙ୍ଗି ଦେଲେ ବିଧାୟକ ପ୍ରାର୍ଥୀ

ଅମରାବତୀ: ମତଦାନ କେନ୍ଦ୍ରରେ ଇଭିଏମ୍‌ କଚାଡ଼ି ଭାଙ୍ଗି ଦେଲେ ଜଣେ ବିଧାୟକ ପ୍ରାର୍ଥୀ। ଏ ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲାର ଗୁଣ୍ଟକଲ ନିର୍ବାଚନ ମଣ୍ଡଳୀରେ। ଏହି ବିଧାୟକ ପ୍ରାର୍ଥୀଙ୍କ ନାଁ ମଧୁସୂଦନ ଗୁପ୍ତା। ସେ ଜନସେନା ପକ୍ଷରୁ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କୁ ନିର୍ବାଚନ ଡ୍ୟୁଟିରେ ଥିବା ପୁଲିସ୍ ଗିରଫ କରିଛି।

ଅନନ୍ତପୁର ଜିଲ୍ଲାର ଗୁତି ସ୍ଥିତ ବୁଥ୍‌କୁ ମଧୁସୂଦନ ଭୋଟ୍‌ ଦେବାକୁ ଆସିଥିଲେ। ତେବେ ଇଭିଏମ୍‌ରେ ବିଧାନସଭା ଓ ଲୋକସଭା ଆସନର ନାଁ ଭଲ ଭାବେ ଦେଖା ନଯିବାରୁ ସେ ଏହାକୁ କଚାଡ଼ି ଭାଙ୍ଗି ଦେଇଥିଲେ ବୋଲି ଜଣାପଡ଼ିଛି। ସେ ପ୍ରଥମେ ଏନେଇ ପୋଲିଂ ଅଧିକାରୀଙ୍କ ନିକଟରେ ଅଭିଯୋଗ କରି ଥିଲେ। ତେବେ ସନ୍ତୋଷଜନକ ଉତ୍ତର ନ ପାଇବାରୁ ସେ ଇଭିଏମ୍‌କୁ ତଳେ କଚାଡ଼ି ଭାଙ୍ଗି ଦେଇଥିଲେ ଏବଂ ପାଟିତୁଣ୍ଡ କରିଥିଲେ। ଏହାପରେ ପୁଲିସ୍‌ ତାଙ୍କୁ ଗିରଫ କରିଥିଲା।

ଆନ୍ଧ୍ର ପ୍ରଦେଶରେ ଆଜି ଏକା ସାଙ୍ଗରେ ସମସ୍ତ ୨୫ଟି ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୧୭୫ଟି ବିଧାନସଭା ଆସନ ପାଇଁ ମତଦାନ ଚାଲିଛି। କିଛି ସ୍ଥାନରେ ଇଭିଏମ୍‌ରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ମତଦାନ ବିଳମ୍ବରେ ଆରମ୍ଭ ହୋଇଥିଲା।

ଆନ୍ଧ୍ର ପ୍ରଦେଶର ମୁଖ୍ୟ ନିର୍ବାଚନ ଅଧିକାରୀ ନିଜର ଭୋଟ୍‌ ଦେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ, ୫୦ଟି ସ୍ଥାନରେ ଇଭିଏମରେ ତ୍ରୁଟି ଦେଖାଯାଇଥିବା ଅଭିଯୋଗ ଆସିଛି। ସମସ୍ୟାର ସମାଧାନ ପାଇଁ ବୈଷୟିକ ଟିମ୍‌କୁ ନିୟୋଜିତ କରାଯାଇଛି।

ଆନ୍ଧ୍ର ପ୍ରଦେଶରେ ପାଖାପାଖି ୪ କୋଟି ଭୋଟର ଥିବା ଜଣାପଡ଼ିଛି। ୧୭୫ଟି ବିଧାନସଭା ଆସନ ପାଇଁ ୨ ହଜାର ୧୧୮ ଜଣ ପ୍ରାର୍ଥୀ ହୋଇଥିବା ବେଳେ ୨୫ଟି ଲୋକସଭା ଆସନ ପାଇଁ ୨୧୯ ଜଣ ପ୍ରାର୍ଥୀ ହୋଇଛନ୍ତି।



from Odisha Reporter http://bit.ly/2D8FLuB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages