
ପାଟନା: ବିହାର ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନାରେ ମାନହାନି ମୋକଦ୍ଦମା ରୁଜୁ କରିଛନ୍ତି। କିଛି ଦିନ ତଳେ ରାହୁଲ ଗାନ୍ଧି କହିଥିଲେ ‘ଯାହା ନାଁରେ ମୋଦି ଯୋଡ଼ି ହୋଇଛି ସେ ସମସ୍ତେ ଚୋର’। ଏହାକୁ ପ୍ରସଙ୍ଗ କରି ପାଟନା ସିଜେଏମଙ୍କ କୋର୍ଟରେ ମାନହାନି ମୋକଦ୍ଦମା ରୁଜୁ କରିଛନ୍ତି।
ସୁଶୀଲ ମୋଦି କହିଛନ୍ତି ରାହୁଲ ଏଭଳି କହିବା ମୋଦି ସାଙ୍ଗିଆ ସହିତ ଜଡ଼ିତ ସମସ୍ତ ଵ୍ୟକ୍ତିଙ୍କୁ ଅପମାନ ପହଞ୍ଚାଉଛି। ଏପ୍ରିଲ ୨୨ରେ ଏହି ମାମଲାର ଶୁଣାଣି ରହିଛି।
from Odisha Reporter http://bit.ly/2V7Thsn
No comments:
Post a Comment