ବିଜେପି ମନ୍ତ୍ରୀଙ୍କୁ ପ୍ରଶ୍ନ କରିବାରୁ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 19, 2019

ବିଜେପି ମନ୍ତ୍ରୀଙ୍କୁ ପ୍ରଶ୍ନ କରିବାରୁ ଗିରଫ

ପାଣାଜୀ: ଗୋଆରେ ଏକଚ୍ଛତ୍ରବାଦୀ ଶାସନର ନଗ୍ନ ଚିତ୍ର ସାମ୍ନାକୁ ଆସିଛି। ଗୋଆରେ ଜଣେ ବ୍ୟକ୍ତି ବିଜେପି ମନ୍ତ୍ରୀଙ୍କୁ ନିର୍ବାଚନ ପ୍ରଚାର ବେଳେ ନଯୁକ୍ତି ସମସ୍ୟା ଉପରେ ପ୍ରଶ୍ନ କରିବାରୁ ତାଙ୍କୁ ପୁଲିସ୍‌ ଗିରଫ କରିଛି।
ଗୁରୁବାର ଉତ୍ତର ଗୋଆରେ ବିଜେପି ମନ୍ତ୍ରୀ ବିଶ୍ୱଜିତ ରାଣେ ପ୍ରଚାର କରୁଥିଲେ। ଏହି ସମୟରେ ଲୋକମାନଙ୍କ ଗହଳୀର ଥିବା ଦର୍ଶନ ଗାଓଁଙ୍କର ନାମକ ଜଣେ ବ୍ୟକ୍ତି ହଠାତ୍‌ ଛିଡ଼ା ହେବା ସହ ଶ୍ରୀ ରାଣେଙ୍କୁ ନିଯୁକ୍ତି ସମ୍ପର୍କରେ ପ୍ରଶ୍ନ କରିଥିଲେ।

ଶ୍ରୀ ରାଣେ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ହେଁ କାହିଁକି ଏହା ପୂରଣ ହୋଇନାହିଁ ବୋଲି ଦର୍ଶନ ସର୍ବସମ୍ମୁଖରେ ପ୍ରଶ୍ନ କରିଥିଲେ। ଦର୍ଶନ କହିଛନ୍ତି, “ ମୁଁ କେବଳ ବୈଠକରେ ମୋତେ ଦୀର୍ଘ ବର୍ଷ ହେଲା ଦିଆଯାଇଥିବା ଚାକିରି ପ୍ରତିଶୃତି କାହିଁକି ପୂରଣ ହେଲାନାହିଁ ବୋଲି ପଚାରି ଥିଲି। ଏହି କାରଣରୁ ବୈଠକ ପରେ ମୋତେ ଗିରଫ କରାଯାଇଥିଲା।”

ଭାଲପୋଇ ପୁଲିସ୍‌ ତାଙ୍କୁ ଗତକାଲି ଗିରଫ କରିବା ପରେ ଆଜି ବଣ୍ଡ ବଦଳରେ ତାଙ୍କୁ ମୁକ୍ତ କରିଛି। ଗୋଆର ଏହି ଆସନରେ ଏପ୍ରିଲ ୨୩ରେ ଭୋଟ ହେବ।



from Odisha Reporter http://bit.ly/2Xq7M8o

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages