
ନାଗପୁର: ଶିଳ୍ପପତି ରତନ ଟାଟା ରାଷ୍ଟ୍ରୀୟ ସ୍ୱୟଂ ସେବକ (ଆରଏସ୍ଏସ୍) ମୁଖ୍ୟ ମୋହନ ଭାଗୱତ୍ଙ୍କୁ ଗତ ୧୭ ତାରିଖରେ ଭେଟିଥିବା ଜଣାପଡ଼ିଛି। ସଂଘ ପକ୍ଷରୁ କୁହାଯାଇଛି ଏହା ଏକ ସୌଜନ୍ୟତାମୂଳକ ସାକ୍ଷାତ ଥିଲା। ସଂଘ ମୁଖ୍ୟାଳୟଠାରେ ୨ ଘଣ୍ଟା ଧରି ଏହି ସାକ୍ଷାତ ଓ ଆଲୋଚନା ଚାଲୁ ରହିଥିଲା।
ଶ୍ରୀ ଟାଟା ମଙ୍ଗଳବାର ଦିନ ନାଗପୁର ପହଞ୍ଚିଥିଲେ ଏବଂ ଶ୍ରୀ ଭାଗୱତ୍ଙ୍କୁ ଭେଟିବା ପରେ ବୁଧବାର ଦିନ ନାଗପୁର ଛାଡ଼ିଥିଲେ। ଗତବର୍ଷ ଅଗଷ୍ଟରେ ଉଭୟଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଥିଲା। ବିଶିଷ୍ଟ ଆରଏସ୍ଏସ୍ ନେତା ସ୍ୱର୍ଗତ ନାନା ପାଲ୍କରଙ୍କ ଜନ୍ମ ଶତବାର୍ଷିକୀରେ ରତନ ଟାଟା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
ଭାଗୱତ୍ ଟାଟାଙ୍କୁ ପ୍ରଶଂସା କରି କହିଥିଲେ, “ସମସ୍ତେ ଟାଟାଙ୍କୁ ଶୁଣିବାକୁ ଅପେକ୍ଷା କରି ରହିଛନ୍ତି, କିନ୍ତୁ ମୁଁ ଯେତେବେଳେ ତାଙ୍କୁ ଏଥିପାଇଁ ପ୍ରବର୍ତ୍ତାଇଲି ସେ ସଂକୋଚ ଲାଗୁଥିବା କହିଲେ। ଯେଉଁମାନେ କାମ କରନ୍ତି ସେମାନେ ନିଜ ବିଷୟରେ କହିବାକୁ ଲାଜ କରନ୍ତି। କାରଣ ସେମାନଙ୍କ କାମ ହିଁ କଥା କହେ।”
ତେବେ ଏବେର ବୈଠକ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ଯେ ବର୍ତ୍ତମାନ ସାଧାରଣ ନିର୍ବାଚନ ସମୟ। ବିଭିନ୍ନ ବ୍ୟବସାୟିକ ବ୍ୟକ୍ତିତ୍ୱ ମଧ୍ୟ ବିଭିନ୍ନ ରାଜନୀତିକ ଦଳକୁ ସମର୍ଥନ ଦେଉଥିବା ନଜିର ରହିଛି। ଯେପରିକି କଂଗ୍ରେସ ନେତା ମିଲିନ୍ଦ ଦେଓରା ଟ୍ୱିଟ୍ କରି ଜଣାଇଥିଲେ ଯେ ରିଲାଏନ୍ସ ମୁଖ୍ୟ ମୁକେଶ ଅମ୍ବାନୀ ତାଙ୍କୁ ସମର୍ଥନ ଜଣାଇଛନ୍ତି।
from Odisha Reporter http://bit.ly/2v9zKJF
No comments:
Post a Comment