ବକ୍ସ ଅଫିସ୍‌ରେ ‘କଲଙ୍କ’ ଫ୍ଲପ୍‌ ହେବା ପରେ କ’ଣ ଅଭିଷେକଙ୍କ ଉପରେ ରାଗିଛନ୍ତି କରନ୍‌? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 30, 2019

ବକ୍ସ ଅଫିସ୍‌ରେ ‘କଲଙ୍କ’ ଫ୍ଲପ୍‌ ହେବା ପରେ କ’ଣ ଅଭିଷେକଙ୍କ ଉପରେ ରାଗିଛନ୍ତି କରନ୍‌?

kalank..

ମୁମ୍ବାଇ: ଏପ୍ରିଲ ୧୭ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘କଲଙ୍କ’ ବକ୍ସ ଅଫିସ୍‌ରେ ଫ୍ଲପ୍‌ ହୋଇଛି। ଫିଲ୍ମଟି ଏମିତି ଫ୍ଲପ୍‌ ହେବ ବୋଲି କେହିବି କଳ୍ପନା କରି ନଥିଲେ। ଭବ୍ୟ ସେଟ୍‌, ଏତେ ବଡ଼ ଷ୍ଟାର କାଷ୍ଟ୍‌, ମାଧୁରୀ ଦିକ୍ଷୀତ୍‌ ଓ ସଞ୍ଜୟ ଦତ୍ତଙ୍କ ଏକାଠି କମ୍‌ ବ୍ୟାକ୍‌ କିଛି ବି ଫିଲ୍ମ ଉପରେ ପ୍ରଭାବ ପକାଇ ପାରି ନଥିଲା। ଏହି ଫିଲ୍ମ କରନ୍‌ ଜୋହରଙ୍କ ଡ୍ରିମ୍‌ ପ୍ରୋଜେକ୍ଟ ଥିଲା। ଏମିତି ଖବର ଆସୁଛି ଯେ, ‘କଲଙ୍କ’ର ବିଫଳତା ପରେ ନିର୍ଦ୍ଦେଶକ ଅଭିଷେକ ବର୍ମନ୍‌ ଓ କରନ୍‌ ଜୋହରଙ୍କ ସମ୍ପର୍କରେ ତିକ୍ତତା ଆସି ଯାଇଛି। ଏକଥା କେତେଦୁର ସତ ଆସନ୍ତୁ ଜାଣିବା।

କଲଙ୍କ ଫିଲ୍ମ ତିଆରି କରିବାର ସ୍ୱପ୍ନ କରନ୍‌ ଜୋହରଙ୍କ ବାପା ୟଶ୍‌ ଜୋହରଙ୍କର ଥିଲା। ସେ ଏହାକୁ ୧୫ ବର୍ଷ ପୂର୍ବରୁ କରିବାର ସ୍ୱପ୍ନ ଦେଖୁଥିଲେ। ବାପାଙ୍କ ସ୍ୱପ୍ନ ଏବେ ପୂରଣ କଲେ କରନ୍‌।  ‘କଲଙ୍କ’ରେ ଆଲିଆ ଭଟ୍ଟ, ବରୁନ୍ ଧୱନ୍‌, ମାଧୁରୀ ଦିକ୍ଷୀତ୍‌, ସୋନାକ୍ଷୀ ସିହ୍ନା, ଆଦିତ୍ୟ ରୟ କପୁର ଓ ସଞ୍ଜୟ ଦତ୍ତ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। କୁନାଲ୍‌ ଖେମୁଙ୍କୁ ପ୍ରମୂଖ ଭୂମିକାରେ ଦେଖିବାକୁ ମିଳିଲା। ଫିଲ୍ମର ବଜେଟ୍‌ ମଧ୍ୟ କମ୍‌ ନଥିଲା।  ବଜେଟ୍‌ ପାଖାପାଖି ୧୫୦ କୋଟି ଥିଲା। ସ୍ୱପ୍ନ ପୂରା ହେଲା ସତ କିନ୍ତୁ ବକ୍ସ ଅଫିସ୍‌ରେ ସଫଳ ହୋଇପାରିଲା ନାହିଁ।

କୁହାଯାଉଛି ଯେ, ଅଭିଷେକ ବର୍ମନ୍‌ଙ୍କ ଖରାପ ନିର୍ଦ୍ଦେଶନା କାରଣରୁ ଫିଲ୍ମକୁ ନେଗେଟିଭ୍‌ ପବ୍ଲିସିଟି ମିଳିଛି। ତେଣୁ ଏହାକୁ ନେଇ କରନ-ଅଭିଷେକଙ୍କ ସମ୍ପର୍କରେ କୁଆଡେ ଫାଟ ସୃଷ୍ଟି ହୋଇଛି। ହେଲେ ସେମିତି କିଛି ହୋଇ ନାହିଁ ବୋଲି ମିଳିଥିବା ନୂଆ ରିପୋର୍ଟରୁ ଜଣାପଡ଼ିଛି।  ଅଭିଷେକ-କରନ୍‌ ସମ୍ପର୍କରେ ଫାଟ ଖବର ମିଛ ବୋଲି ଜଣା ପଡ଼ିଛି।

‘କଲଙ୍କ’କୁ ମିଳିଥିବା ରେସ୍‌ପନ୍ସରେ କରନ୍‌ଙ୍କ ସହ ଅଭିଷେକ ବର୍ମନ୍‌ ବି ଖୁବ୍‌ ଅପ୍‌ସେଟ୍‌ ଅଛନ୍ତି। ସେଥିପାଇଁ କରନ୍‌ ଅଭିଷେକ ବର୍ମନ୍‌ଙ୍କୁ ଅପ୍‌ସେଟ୍‌ ନ ରହିବାକୁ କହିଛନ୍ତି।

କରନ୍‌ ଜୋହର ଅଭିଷେକଙ୍କୁ ଆଶ୍ୱାସନା ଦେଇ କହିଛନ୍ତି ଯେ, ‘କଲଙ୍କ’ ପୂର୍ବରୁ ସେ ‘୨ ଷ୍ଟେଟ୍‌’ ଭଳି ହିଟ୍‌ ଫିଲ୍ମ ଦେଇଛନ୍ତି। ଫିଲ୍ମରେ ଏମିତି ହିଟ୍‌-ଫଲ୍ପ ଲାଗି ରୁହେ। ଏଥିପାଇଁ ଏତେ ବ୍ୟସ୍ତ ନ ହେବାକୁ କହିଛନ୍ତି। ଏମତିକି କରନ୍‌ ତାଙ୍କୁ ଆହୁରି ନୂଆ ଫିଲ୍ମରେ କାମ କରିବାକୁ ଉପଦେଶ ମଧ୍ୟ ଦେଇଛନ୍ତି।

 

 

 



from Odisha Reporter http://bit.ly/2PBlO4k

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages