
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମ୍ଭାବ୍ୟ ବାତ୍ୟା ‘ଫୋନି’ ପାଇଁ ମେ’ ୨ ତାରିଖ ଠାରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ଅନ୍ୟାଦେଶ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ରହିବ। ଏଥିସହ ହେବାକୁ ଥିବା ପରୀକ୍ଷା ଗୁଡ଼ିକର ସମୟ ପରିବର୍ତ୍ତନ ହେବା ନେଇ ସୂଚନା ମିଳିଛି।
ସୂଚନାଯୋଗ୍ୟ, ଆସନ୍ତା ୨ ତାରିଖଠାରୁ ରାଜ୍ୟରେ ବାତ୍ୟା ‘ଫୋନି’ର ପ୍ରଭାବ ଦେଖିବାକୁ ମିଳିବ। ରାଜ୍ୟର ଉପକୂଳ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ଓ ଘଣ୍ଟାପ୍ରତି ୮୫ କିମି ପର୍ଯ୍ୟନ୍ତ ବେଗରେ ପବନ ବୋହିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗ ଅରେଞ୍ଜ ଓ ରେଡ୍ ଆଲର୍ଟ ଜାରି କରିଛି। ଆସନ୍ତା ୩ତାରିଖ ଅପରାହ୍ନରେ ଗୋପାଳପୁରରୁ ଚାନ୍ଦିପୁର ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ଆକଳନ କରାଯାଇଛି।
from Odisha Reporter http://bit.ly/2DFF2B3
No comments:
Post a Comment