
ଭୁବନେଶ୍ୱର ( ଓଡ଼ିଶା ରିପୋର୍ଟର) : ସାଧାରଣତଃ କର୍ମଜୀବୀ ମହିଳାଙ୍କ ଉପରେ ଅଫିସ ସମେତ ଘରର କାର୍ଯ୍ୟଭାର ଦାୟିତ୍ୱ ବି ନ୍ୟସ୍ତ ଥାଏ। ଏଥିଲାଗି ସେମାନେ ବ୍ୟତିବ୍ୟସ୍ତ ହୋଇପଡ଼ିଥାନ୍ତି। ଏହା ଉପରେ ସେମାନେ ମା’ ହୋଇ ଶିଶୁର ଯତ୍ନ ନେବାକୁ ପଛଘୁଞ୍ଚା ଦେଇଥାନ୍ତି। ଏହାବ୍ୟତୀତ ଗର୍ଭବତୀ ହେବା ଦ୍ୱାରା ସେମାନଙ୍କ ଚାକିରୀ ପ୍ରତି ବିପଦ ବୋଲି ଏକ ଧାରଣା ସେମାନଙ୍କ ମନରେ ବସା ବାନ୍ଧି ଦେଇଥାଏ।
ଅପରପକ୍ଷେ ପୁରୁଷମାନଙ୍କୁ କର୍ମକ୍ଷେତ୍ରରେ ଅଗ୍ରାଧୀକାର ଦିଆଯିବା ସହ ଦରମା ମଧ୍ୟ ଅଧିକ ପ୍ରଦାନ କରାଯାଏ। ଫଳରେ ମହିଳାମାନେ ତାରତମ୍ୟର ଶିକାର ହେବା ନେଇ ଅଭିଯୋଗ ଆଣିଥାନ୍ତି।
ଏକ ଷ୍ଟଡି ମୁତାବକ, କର୍ମଜୀବୀ ମହିଳାଙ୍କ ମନରେ ଧାରଣା ଥାଏ ଯେ, ଗର୍ଭବତୀ ହେବା ପରେ ତଥା ପ୍ରସବ ପରେ କର୍ମକ୍ଷେତ୍ରରେ ସେମାନଙ୍କୁ ଠିକ୍ ଭାବେ ସ୍ୱାଗତ କରାଯାଇ ନ ଥାଏ। ଫ୍ଲୋରିଡ଼ା ଷ୍ଟେଟ ୟୁନିଭରସିଟି ପକ୍ଷରୁ ହୋଇଥିବା ଏହି ଅଧ୍ୟୟନରୁ ଜଣାପଡିଥିଲା ଯେ, ଏହିପରି କର୍ମଜୀବୀ ମହିଳାମାନେ ସବୁବେଳେ ଶଙ୍କାରେ ରହିଥାନ୍ତି ଯେ, ଗର୍ଭବସ୍ଥା ସମୟରେ କାମରେ ଆଞ୍ଚ ଆସିଲେ ସେମାନଙ୍କୁ ଚାକିରୀରୁ ବହିଷ୍କାର କରିବାର ସମ୍ଭାବନା ବହୁତ ରହିଛି।

ମହିଳାମାନେ ଗର୍ଭବତୀ ଥିବା ସମ୍ପର୍କରେ କର୍ମସ୍ଥଳରେ ଜଣାଇଲେ, ପୂର୍ବାପେକ୍ଷା କମ୍ ପ୍ରୋତ୍ସାହନ ପାଇଥାନ୍ତି। ଏହି ସମୟରେ ତାଙ୍କ ସମକକ୍ଷ ପୁରୁଷମାନେ କିନ୍ତୁ ପ୍ରୋତ୍ସାହନ ପାଇ ଆଗକୁ ବଢି ଚାଲିଥାନ୍ତି।
ଏହି ଷ୍ଟଡ଼ି କରୁଥିବା ଗବେଷକ ୨ଟି ସିଦ୍ଧାନ୍ତରେ ଉପନୀତ ହେଲେ। ପ୍ରଥମତଃ ଗର୍ଭବସ୍ଥାରେ ଚାକିରୀ ଯିବାର ଡର ପ୍ରାୟତଃ ସବୁ ମହିଳାଙ୍କ ମଧ୍ୟରେ ଥାଏ। ଅନ୍ୟ କାରଣଟି ହେଲା ଗର୍ଭାବସ୍ଥାରେ ମହିଳାଙ୍କ ଶାରୀରିକ ଓ ମାନସିକ ପରିବର୍ତ୍ତନ ହେଉଥିବାରୁ ଏହାର ପ୍ରଭାବ ତାଙ୍କ ବ୍ୟକ୍ତିଗତ ଜୀବନ ଓ କାର୍ଯ୍ୟକ୍ଷେତ୍ର ଉପରେ ମଧ୍ୟ ପଡ଼ିଥାଏ।
ଏପରି ସ୍ଥିତିର ମୁକାବିଲା ନିମନ୍ତେ ବିଶେଷଜ୍ଞମାନେ କିଛି ପରାମର୍ଶ ଦେଇଛନ୍ତି। ଗର୍ଭବତୀ ମହିଳାଙ୍କ ଲାଗି କ୍ୟାରିଅର ପ୍ରୋତ୍ସାହନ କମାଇବା ଉଚିତ ନୁହେଁ। ସେମାନଙ୍କୁ ସବୁ ଦିଗରୁ ସହାୟତା ପ୍ରଦାନ କରାଗଲେ ସେ କାମ ଓ ପରିବାର ପ୍ରତି ଥିବା ଗୁରୁ ଦାୟିତ୍ୱକୁ ତୁଲାଇବାକୁ ନିଜକୁ ପ୍ରସ୍ତୁତ କରି ପାରିବେ।
from Odisha Reporter http://bit.ly/2Vdu7ZB
No comments:
Post a Comment