
ଆନନ୍ଦପୁର(ମୁନା ସିଂହ):ଘସିପୁରା ନିର୍ବାଚନୀ ହିଂସା ଘଟଣାରେ ୮ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଉଭୟ ପକ୍ଷର ଅଭିଯୋଗ କ୍ରମେ ୮ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ।
ଗତକାଲି ଘସିପୁରାରେ ବିଜେଡି ଓ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଥିଲେ। ରାମଚନ୍ଦ୍ରପୁର ଥାନା ଭଣ୍ଡାରୀପଡ଼ା ଛକ ନିକଟରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ସମର୍ଥକଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଥିଲା। ଏହାସହ ସେମାନଙ୍କ ସହ ଗାଡ଼ି ଭଙ୍ଗାରୁଜା କରାଯାଇଥିଲା। ଏହି ଘଟଣାରେ ୧୦ରୁ ଅଧିକ ଆହତ ହୋଇଥିଲେ।
ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ସାନଖେମୁଣ୍ଡିର କଂଗ୍ରେସ ବିଧାୟକ ପ୍ରାର୍ଥୀ ରମେଶ ଜେନାଙ୍କ ଗାଡ଼ି ଉପରକୁ ମଧ୍ୟ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା। ବିଜେଡି କର୍ମୀ ଏହି ଆକ୍ରମଣ କରିଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅଭିଯୋଗ କରିଥିଲେ।
from Odisha Reporter http://bit.ly/2KU27WI
No comments:
Post a Comment