
ଲଣ୍ଡନ: ବଡ଼ବଡ଼ ଘଟଣାର ଖୁଲାସା କରିଥିବା ହ୍ୱିସଲବ୍ଲୋୟର ସଂସ୍ଥା ୱିକିଲିକ୍ସର ପ୍ରତିଷ୍ଠାତା ଜୁଲିଆନ୍ ଆସେଞ୍ଜଙ୍କୁ ଆଜି ବ୍ରିଟିଶ ପୁଲିସ୍ ଇକ୍ୱେଡର ଦୂତାବାସରୁ ଗିରିଫ କରିଛି। ସେ ଏଠାରେ ୨୦୧୨ରୁ ଆତ୍ମଗୋପନ କରିଥିଲେ। ଦୂତାବାସ ପକ୍ଷରୁ ବ୍ରିଟିଶ ପୁଲିସ୍କୁ ଡକାଯାଇ ଜୁଲିଆନ୍ଙ୍କୁ ଗିରଫ କରାଯାଇଛି।
ପୁଲିସ୍ ପକ୍ଷରୁ କୁହାଯାଇଛି ଯେ ୪୭ ବର୍ଷୀୟ ଜୁଲିଆନ୍ଙ୍କୁ ମେଟ୍ରୋପଲିଟାନ୍ ପୁଲିସ୍ ସର୍ଭିସ ପକ୍ଷରୁ ଇକ୍ୱେଡରର ଦୂତାବାସରୁ ଗିରଫ କରାଯାଇଛି। ଜୁଲିଆନ୍ଙ୍କୁ ଗିରଫ କରିବା ପାଇଁ ଇକ୍ୱେଡରର ରାଷ୍ଟ୍ରଦୂତ ପୁଲିସ୍କୁ ନିମନ୍ତ୍ରଣ କରିଥିଲା। ଇକ୍ୱେଡର ସରକାର ଜୁଲିଆନ୍ଙ୍କୁ ଦେଉଥିବା ସୁରକ୍ଷାକୁ ପ୍ରତ୍ୟାହାର କରିନେବା ପରେ ଏଭଳି ଗିରଫଦାରୀ କରାଯାଇଛି।
ସ୍ଵିଡେନ୍ରେ ଏକ ଯୌନ ନିର୍ଯାତନା ଘଟଣାରେ ଜୁଲିଆନ୍କୁ ପଚରା ଉଚରା କରାଯିବାର ଥିଲା। ଏଥିରୁ ବର୍ତ୍ତିବା ପାଇଁ ଜୁଲିଆନ୍ ୨୦୧୨ରୁ ଲଣ୍ଡନରେ ଇକ୍ୱେଡରର ଦୂତାବାସରେ ଶରଣାର୍ଥୀ ଭାବେ ରହି ଆସୁଥିଲେ। ପରବର୍ତ୍ତୀ ସମୟରେ ଏହି ମାମଲା ବନ୍ଦ ହୋଇଯାଇଥିଲା। କିନ୍ତୁ ଆମେରିକାରେ ୱିକିଲିକ୍ସର ତଦନ୍ତ କରାଯାଉଥିବାରୁ ଜୁଲିଆନ୍ ଭୟବୀତ ହୋଇ ଏଠାରେ ରହିବାକୁ ପସନ୍ଦ କରିଥିଲେ।
ଏବେ ପୁଲିସ୍ ତାଙ୍କୁ ସେଣ୍ଟ୍ରାଲ ଲଣ୍ଡନ ପୁଲିସ୍ ଷ୍ଟେସନକୁ ନେଇଛି। ଏହାପରେ ତାଙ୍କୁ ୱେଷ୍ଟ ମିନିଷ୍ଟର ମାଜିଷ୍ଟ୍ରେଟ କୋର୍ଟରେ ହାଜର କରାଯିବ। ଇକ୍ୱେଡର ସରକାରଙ୍କ ସହ ଜୁଲିଆନ୍ଙ୍କ ଭଲ ସମ୍ପର୍କ ଥିଲା। କିନ୍ତୁ ଜୁଲିଆନ୍ ଇକ୍ୱେଡର ରାଷ୍ଟ୍ରପତି ଲେନିନ୍ ମୋରେନ୍ଙ୍କ ବ୍ୟକ୍ତିଗତ ଜୀବନ ଉପରେ କିଛି ଗୁପ୍ତ ତଥ୍ୟକୁ ଲିକ୍ କରିଥିବା ଅଭିଯୋଗ ଆସିବାରୁ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ଶରଣାର୍ଥୀ ଭାବେ ରହି ସବୁ ନିୟମକୁ ଜୁଲିଆନ୍ ଉଲ୍ଲଙ୍ଘନ କରିଥିବାରୁ ଇକ୍ୱେଡରର ଦୂତାବାସ ତାଙ୍କ ସୁରକ୍ଷାକୁ ପ୍ରତ୍ୟାହାର କରି ନେଇଥିଲା।
from Odisha Reporter http://bit.ly/2UIRHx7
No comments:
Post a Comment