
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପିର ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଆଜି ଭୁବନେଶ୍ୱର ବାର୍ ଆସୋସିଏସନ୍ ଯାଇ ଭୋଟ୍ ଭିକ୍ଷା କରିଛନ୍ତି। ବାର୍ ଭିତରକୁ ଯାଇ ଆଇନଜୀବୀ ଓ କର୍ମକର୍ତ୍ତାଙ୍କୁ ଭେଟି ବିଜେପିକୁ ଭୋଟ୍ ଦେଇ ଜିତାଇବାକୁ ସେ ନିବେଦନ କରିଛନ୍ତି। ତାଙ୍କ ସହ ଭୁବନେଶ୍ୱର ଉତ୍ତର ପ୍ରାର୍ଥୀ ଅପରାଜିତା ମହାନ୍ତି, ମଧ୍ୟର ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଓ ଏକାମ୍ର ବିଧାୟକ ପ୍ରାର୍ଥୀ ବାବୁ ସିଂ ମଧ୍ୟ ଉପସ୍ଥିତ ଥିଲେ।

ଆଇନ୍ଜୀବୀଙ୍କୁ ଭେଟିବା ପରେ ଶ୍ରୀମତୀ ଷଡଙ୍ଗୀ କହିଛନ୍ତି-“ଆଶାଠାରୁ ଅଧିକ ସମର୍ଥନ ମିଳୁଛି। ଆମେ ଯେଉଁ ଗାଁକୁ ଯାଉଛୁ, ସେଠାରୁ ଲୋକଙ୍କଠାରୁ ସକାରାତ୍ମକ ପ୍ରତିକ୍ରିୟା ମିଳୁଛି। ସମସ୍ତେ ପରିବର୍ତ୍ତନ ଚାହୁଁଛନ୍ତି।”
ଗତକାଲି ବିଜେଡି ସାଂସଦ ପ୍ରାର୍ଥୀ ଅରୁପ ପଟ୍ଟନାୟକ ଭୁବନେଶ୍ୱର ବାରକୁ ଯାଇ ଭୋଟ୍ ମାଗିଥିଲେ।
from Odisha Reporter http://bit.ly/2IbGE9R
No comments:
Post a Comment