ଅର୍ଜୁନ୍ ପୁରସ୍କାର ପାଇଁ ଅମିତ୍ ଓ ଗୌରବଙ୍କ ନାମ ସୁପାରିସ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 30, 2019

ଅର୍ଜୁନ୍ ପୁରସ୍କାର ପାଇଁ ଅମିତ୍ ଓ ଗୌରବଙ୍କ ନାମ ସୁପାରିସ୍

ନୂଆଦିଲ୍ଲୀ: ଏସିଆନ୍ ଗେମ୍ସ ଓ ଏସିଆନ୍ ଚାମ୍ପିଅନଶିପ୍ ସ୍ୱର୍ଣ୍ଣ ପଦକ ବିଜେତା ଅମିତ୍ ଫାଙ୍ଗାଲ ଏବଂ ୨୦୧୭ ବିଶ୍ୱ ଚାମ୍ପିଅନଶିପର ରୌପ୍ୟ ପଦକ ବିଜେତା ଗୌରବ ବିଧୁରୀଙ୍କୁ ମଙ୍ଗଳବାର ଭାରତୀୟ ବକ୍ସିଂ ମହାସଂଘ (ବିଏଫଆଇ) ଅର୍ଜୁନ୍ ପୁରସ୍କାର ପାଇଁ ସୁପାରିସ କରିଛି।

ଅମିତ୍ ଗତବର୍ଷ ଜାକର୍ତ୍ତାରେ ଅନୁଷ୍ଠିତ ଏସିଆନ୍ ଗେମ୍ସରେ ୪୯ କେଜି ବର୍ଗରେ ଉଜବେକିସ୍ତାନର ଡିଫେଣ୍ଡିଂ ଅଲିମ୍ପିକ୍ ଚାମ୍ପିଅନ୍ ହସନବୟ ଦୁସମାତୋଭଙ୍କୁ ହରାଇ ସ୍ୱର୍ଣ୍ଣ ପଦକ କବଜା କରିଥିଲେ। ଗତବର୍ଷ ମଧ୍ୟ ତାଙ୍କ ନାମକୁ ଦେଶର ଏହି ଦ୍ୱିତୀୟ ସର୍ବୋଚ୍ଚ ସମ୍ମାନ ପାଇଁ ସୁପାରିସ କରାଯାଇଥିଲା। କିନ୍ତୁ ଅମିତଙ୍କ ନାମ ବିଚାରକୁ ନିଆଯାଇନଥିଲା, କାରଣ ୨୦୧୨ରେ ଡୋପ୍ ଟେଷ୍ଟରେ ସେ ବିଫଳ ହୋଇଥିଲେ। ଏଥିପାଇଁ ତାଙ୍କୁ ବର୍ଷକ ପାଇଁ ବ୍ୟାନ୍ କରାଯାଇଥିଲା।

ବିଏଫଆଇର ଅଧ୍ୟକ୍ଷ ଅଜୟ ସିଂହ କହିଛନ୍ତି, ଆମେ ପୁଣିଥରେ ଅମିତଙ୍କ ନାମ ପଠାଉଛୁ ଏବଂ ଏଥର ତାଙ୍କ ନାମ ଉପରେ ନିଶ୍ଚିତ ବିଚାର କରାଯିବ ବୋଲି ଆମର ଆଶା। ବର୍ତ୍ତମାନ ୫୨ କେଜି ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଅମିତ୍ କହିଛନ୍ତି, ତାଙ୍କ ପରୀକ୍ଷଣରେ ଯେଉଁ ଆନାବୋଲିକ୍ ଷ୍ଟେରଏଡ୍ ମିଳିଥିଲା, ତାହା ସେ ଚିକେନ୍ ପକ୍ସର ଉପଚାର ପାଇଁ ଦୁର୍ଘରଣାବଶତଃ ନେଇଥିଲେ।

ପରୀକ୍ଷଣରେ ପଜିଟିଭ୍ ଆସିବା ପରେ ପୁରସ୍କାର ଚୟନ କମିଟି ତାଙ୍କ ନାମକୁ ବିଚାର କରିନଥିଲେ। ଏବେ ତାଙ୍କ ନାମ ଉପରେ ବିଚାର ହେଉଛି କି ନାହିଁ, ତାହା ଆଗାମୀ ଦିନରେ ଜଣାପଡ଼ିବ।
ସେହିପରି ଗୌରବ ବିଧୁରୀଙ୍କ ନାମ ମଧ୍ୟ ଦ୍ୱିତୀୟଥର ପଠାଯାଇଛି। ନିକଟରେ ଜାତୀୟ ଚାମ୍ପିଅନଶିପରେ ରୌପ୍ୟ ପଦକ ଜିତିଥିବା ବିଧୁରୀ ୨୦୧୭ରେ ହାମବର୍ଗରେ ଆୟୋଜିତ ବିଶ୍ୱ ଚାମ୍ପିଅନଶିପରେ ଏକମାତ୍ର ଭାରତୀୟ ଭାବେ ପଦକ ଜିତିଥିଲେ।

ବିଶ୍ୱ ଚାମ୍ପିଅନଶିପର ପୂର୍ବତନ ରୌପ୍ୟ ପଦକ ବିଜେତା ସୋନିଆ ଲାଥର ଓ ପୂର୍ବତନ ରାଜ୍ୟଗୋଷ୍ଠୀ କ୍ରୀଡ଼ା ବ୍ରୋଞ୍ଜ ପଦକ ବିଜେତା ପିଙ୍କି ରାନୀ ମଧ୍ୟ ଦାବିଦାର ଥିଲେ, କିନ୍ତୁ ବିଏଫଆଇ ଏହି ଦୁଇ ନାମର ସୁପାରିସ୍ କରିନାହିଁ। ମହିଳାଙ୍କ ସହକାରୀ କୋଚ୍ ସନ୍ଧ୍ୟା ଗୁରୁଙ୍ଗ ଓ ପୂର୍ବତନ ମହିଳା ମୁଖ୍ୟ କୋଚ୍ ଶିବ ସିଂହଙ୍କ ନାମ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ସୁପାରିସ୍ ହୋଇଛି ।



from Odisha Reporter http://bit.ly/2Wnc548

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages