‘ଫୋନି’ ଡ଼ରରେ ନିର୍ବାଚନ ଘୁଞ୍ଚାଇବାକୁ ମୁଖ୍ୟମନ୍ତ୍ରୀଙ୍କ ସୁପାରିଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 30, 2019

‘ଫୋନି’ ଡ଼ରରେ ନିର୍ବାଚନ ଘୁଞ୍ଚାଇବାକୁ ମୁଖ୍ୟମନ୍ତ୍ରୀଙ୍କ ସୁପାରିଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିଲ୍ଲୀରେ ମୁଖ୍ୟ ନିର୍ବାଚନ କମିଶନ ସୁନୀଲ ଆରୋରାଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟ ନିର୍ବାଚନ କମିଶନଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି,“ବାତ୍ୟା ‘ଫୋନି’କୁ ଦୃଷ୍ଟିରେ ରଖି ପାଟକୁରାରେ ନିର୍ବାଚନ ଘୁଞ୍ଚାଇବାକୁ କମିଶନଙ୍କୁ ଅନୁରୋଧ କଲି। ବାତ୍ୟା ଯୋଗୁ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଭାବିତ ହେବାର ସମ୍ଭାବନା ରହିଛି। ନିର୍ବାଚନ କମିଶନ ଗୁରୁତ୍ୱର ସହ ବିଚାର କରିବେ ବୋଲି କହିଛନ୍ତି।”

ଓଡ଼ିଶା ନିର୍ବାଚନ ଫଳାଫଳ କିଭଳି ହେବ ପ୍ରଶ୍ନରେ ନବୀନ କହିଛନ୍ତି,“ ବିଜେଡି ବହୁତ ଭଲ କରିବ। ପାଟକୁରାରେ ଆମ ପ୍ରାର୍ଥୀ ଜିତିବେ।”

ଧର୍ମେନ୍ଦ୍ରଙ୍କ ସହ ଫଟୋ ଭାଇରାଲ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି,“ ଦିଲ୍ଲୀ ଏୟାରପୋର୍ଟରେ ଭେଟ ସଂଯୋଗବଶତଃ ଥିଲା।”
ପ୍ରଦୀପ ମହାରଥୀଙ୍କ ଗିରଫ ପ୍ରସଙ୍ଗ ଆଇନ ହାତରେ ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ।

ଅନ୍ୟପକ୍ଷରେ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଭେଟିବା ନେଇ ନବୀନଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। କହିଛନ୍ତି,“ନବୀନଙ୍କୁ ବାତ୍ୟା ନୁହେଁ ବିଜୟ ଡର ମାଡ଼ି ବସିଛି। ବାତ୍ୟା ଅପେକ୍ଷା ବିଜୟ ମହାପାତ୍ରଙ୍କୁ ତାଙ୍କର ବେଶୀ ଡର।”
ବିଜୟ ଆହୁରି କହିଛନ୍ତି,“ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅନେକ ବାତ୍ୟାର ମୁକାବିଲା କରିଛନ୍ତି। ଏବେ ଏତେ ଡର କାହିଁକି? ଏହା ତାଙ୍କର ରୁଗ୍‌ଣ ମାନସିକତା ଓ ହୀନ ବୁଦ୍ଧି।ସେ ନିଜ ବାପାଙ୍କ ଭଳି ବ୍ରଡ୍ ମାଇଣ୍ଡେଡ୍ ହୁଅନ୍ତୁ।”



from Odisha Reporter http://bit.ly/2DCZmmU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages