ଏଥର ଓଡ଼ିଆରେ ‘ନବୀନ ପଟ୍ଟନାୟକ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 7, 2019

ଏଥର ଓଡ଼ିଆରେ ‘ନବୀନ ପଟ୍ଟନାୟକ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆପଣ ନବୀନ ପଟ୍ଟନାୟକଙ୍କ ବାବଦରେ ଜାଣିବାକୁ ଚାହାନ୍ତି କି? ପଢ଼ିବାକୁ ଚାହାନ୍ତି କି ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପୁତ୍ର ନବୀନ ପଟ୍ଟନାୟକଙ୍କ ବାବଦରେ ? ଯେଉଁ ବ୍ୟକ୍ତି ଜଣକ ଲୋକଙ୍କ ସମ୍ମୁଖରେ ବିଶେଷ କିଛି କୁହନ୍ତି ନାହିଁ, ଲିଖିତ ଭାଷଣ ବ୍ୟତୀତ ମନ ଖୋଲା କଥା ବାର୍ତ୍ତା ହେବାର ଦେଖିବାକୁ ମିଳନ୍ତି ନାହିଁ, ତାଙ୍କ ଜୀବନ ସମ୍ପର୍କିତ ପୁସ୍ତକ ଏବେ ଆମ ମାନଙ୍କ ନିକଟକୁ ଓଡ଼ିଆରେ ଆସି ଯାଇଛି।

ନିକଟ ଅତୀତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ପର୍କରେ ଲେଖାହୋଇଥିବା ଇଂରାଜୀ ପୁସ୍ତକ ‘ନବୀନ ପଟ୍ଟନାୟକ’ର ଓଡ଼ିଆ ଅନୁବାଦ ପୁସ୍ତକ ଗୁରୁବାର ସ୍ଥାନୀୟ ଲୋହିଆ ଏକାଡେମୀଠାରେ ଲୋକାର୍ପିତ ହୋଇଯାଇଛି। ବରିଷ୍ଠ ସାମ୍ବାଦିକ ତଥା ଲୋକପ୍ରିୟ ଇଂରାଜୀ ସାପ୍ତାହିକ ପତ୍ରିକା ‘ଆଉଟ୍‌ଲୁକ୍‌’ର ସମ୍ପାଦକ ରୁବେନ୍‌ ବାନାର୍ଜୀ ଏହାର ମୂଳ ଲେଖକ ହୋଇଥିବା ବେଳେ ଓଡ଼ଆରେ ଏହାକୁ ଅଶୋକ ମିଶ୍ର ଅନୁବାଦ କରିଛନ୍ତି। ସେହିପରି କଟକର ଶ୍ରଦ୍ଧା ପବ୍ଲିକେଶନ ଏହି ସଂକଳନଟିର ପ୍ରକାଶନ ଦାୟିତ୍ୱ ତୁଲାଇଛି।

ଏହି ଲୋକାର୍ପଣ ଉତ୍ସବରେ ବିଶିଷ୍ଟ ଔପନ୍ୟାସିକ ଡ. ବିଭୂତି ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗ ଦେଇ କହିଥିଲେ, ନବୀନ ପଟ୍ଟନାୟକ ଓଡ଼ିଶାରେ ଦୀର୍ଘ ୧୯ ବର୍ଷ ଧରି ଶାସନ କରିଥିଲେ ହେଁ ତାଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ଲୋକଙ୍କ ପାଖରେ ବେଶି ମାତ୍ରାରେ ସୂଚନା ନାହିଁ। ପ୍ରଥମତଃ ସେ ସ୍ୱଳ୍ପଭାଷୀ ଓ ଓଡ଼ିଆ କହୁ ନ ଥିବା ହେତୁ ତାଙ୍କ ଦଳର ନେତା ଓ କର୍ମୀମାନେ ମଧ୍ୟ ତାଙ୍କ ସହ ମିଶି ପାରିନାହାନ୍ତି। ଏହି ଦୃଷ୍ଟିରୁ ଏଭଳି ଏକ ପୁସ୍ତକର ଓଡ଼ିଆ ଅନୁବାଦର ଯଥେଷ୍ଟ ମୂଲ୍ୟ ରହିଛି।

ସେହିପରି ବରିଷ୍ଠ ସାମ୍ବାଦିକ ରବି ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଥିଲେ, ସମ୍ବାଦିକତାର ଧର୍ମ ହେଲା ସତ୍ୟର ଅନୁସନ୍ଧାନ କରିବା ଓ ନିରପେକ୍ଷତା ଅବଲମ୍ବନ କରିବା। ଲେଖକ ରୁବେନ୍‌ ବାନାର୍ଜୀ ଜଣେ ଅଣଓଡ଼ିଆ ହୋଇଥିଲେ ମଧ୍ୟ ସେ ଯେଉଁଭଳି ସତ୍ୟନିଷ୍ଠ ଭାବେ ସମସ୍ତ ପ୍ରସଙ୍ଗ ଅନୁସନ୍ଧାନ କରି ନିରପେକ୍ଷ ଭାବେ ଏହି ପୁସ୍ତକଟି ରଚନା କରିଛନ୍ତି, ତାହା ଆମମାନଙ୍କର ଆଖି ଖୋଲିଦେଇଛି। ଆମ ସମ୍ବାଦିକମାନେ କୌଣସି ନା କୌଣସି ଜାଗାରେ ପକ୍ଷଭୁକ୍ତ ହୋଇଯାଉଥିବାରୁ ଏଭଳି ଏକ ପୁସ୍ତକ ରଚନା କରିବାରେ ଦୁଃସାହସ କରିପାରିନାହାନ୍ତି।

‘ନବୀନ ପଟ୍ଟନାୟକ’ର ଅନୁବାଦକ ଅଶୋକ ମିଶ୍ର କହିଥିଲେ ଯେ, ନବୀନ ପଟ୍ଟନାୟକ ଏକ ରହସ୍ୟାବୃତ ଚରିତ୍ର। ମୂଳ ପୁସ୍ତକଟି ଏତେ ସୁନ୍ଦର ଭାବେ ଲେଖାଯାଇଛି ଯେ ତା’ର ମୌଳିକତା ରକ୍ଷା କରି ଓଡ଼ିଆରେ ଅନୁବାଦ କରିବା ପାଇଁ ମତେ ଦୁଇ ମାସ ସମୟ ଲାଗିଥିଲା। ଏହି ଅବସରରେ ଶ୍ରଦ୍ଧା ପବ୍ଲିକେଶନର ମୁଖ୍ୟ ତଥା ଜଣାଶୁଣା କବି ସମରେନ୍ଦ୍ରନାଥ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ଗୀତିକାର ତଥା ସଂଳାପ ଲେଖକ ଡ. ରଜନୀ ରଞ୍ଜନ ଧନ୍ୟବାଦ ଅର୍ପଣ କରିଥିଲେ।



from Odisha Reporter http://bit.ly/2YWyUxh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages