ଏପ୍ରିଲ ୧୬ ପରେ ଭାରତ ପୁଣି ଆକ୍ରମଣ କରିବ: ପାକିସ୍ତାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 7, 2019

ଏପ୍ରିଲ ୧୬ ପରେ ଭାରତ ପୁଣି ଆକ୍ରମଣ କରିବ: ପାକିସ୍ତାନ

ନୂଆଦିଲ୍ଲୀ: ଚଳିତ ମାସ ୧୬ ତାରିଖରୁ ୨୦ ତାରିଖ ମଧ୍ୟରେ ଭାରତ ପାକିସ୍ତାନ ସୀମାରେ ପୁଣି ତାଣ୍ଡବ ରଚିବ। ବିଶ୍ୱସନୀୟ ସୂତ୍ରରୁ ଖବର ପାଇଥିବା ଦର୍ଶାଇ ଏଭଳି ଭବିଷ୍ୟବାଣୀ କରିଛନ୍ତି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେଶି। ଫେବୃଆରୀ ପୁଲ୍‌ୱାମା ଘଟଣା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଉତ୍କଟ ସ୍ଥିତିରେ ରହିଥିବାବେଳେ କ୍ୟୁରେଶି ଦର୍ଶାଇଥିବା ଅବଧିରେ ଭାରତରେ ସାଧାରଣ ନିର୍ବାଚନ ଚାଲୁଥିବ। ଏହି ସମ୍ଭାବ୍ୟ ଆକ୍ରମଣ ବିଷୟରେ ପାକିସ୍ତାନ ଜାତିସଂଘ ସୁରକ୍ଷା ପରିଷଦର ୫ ସ୍ଥାୟୀ ସଦସ୍ୟଙ୍କୁ ମଧ୍ୟ ଜଣାଇସାରିଛି ବୋଲି ସେ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ଫେବୃଆରୀ ୧୪ ତାରିଖରେ ପୁଲ୍‌ୱାମାଠାରେ ସିଆରପିଏଫ୍‌ ଯବାନଙ୍କ ଗାଡ଼ିକୁ ଟାର୍ଗେଟ୍‌ କରି ସଂଘଟିତ ଏକ ଆତ୍ମଘାତୀ ବିସ୍ଫୋରଣରେ ୪୦ ଯବାନ ସହିଦ ହୋଇଥିଲେ। ଏହାକୁ ନେଇ ସମଗ୍ର ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହାର କିଛି ଦିନ ପରେ ହିଁ ଅର୍ଥାତ ‍ଫେବୃଆରୀ ୨୭ ତାରିଖରେ ଭାରତୀୟ ବାୟୁସେନା ପାକିସ୍ତାନର ଆତଙ୍କୀ ବେସ୍‌ ପରେ ବୋମାବର୍ଷଣ କରିଥିଲା।

ଏହାର ଗୋଟିଏ ଦିନ ପରେ ପାକିସ୍ତାନ ଏହାର ଜବାବ ଦେବାର ପ୍ରୟାସ କରିବାରୁ ଏହାକୁ ପ୍ରତିହତ କରିବାକୁ ଯାଇ ଭାରତୀୟ ଯୁଦ୍ଧ ବିମାନ ପାଇଲଟ୍‌ ଅଭିନନ୍ଦନ ବର୍ତମାନ ଦୁର୍ଭାଗ୍ୟବଶତଃ ସୀମା ସେପଟେ ଖସିପଡ଼ିଥିଲେ। ଏହାପରେ ଭାରତ କୂଟନୀତିକ ଚାପ ପକାଇ ତାଙ୍କୁ ସ୍ୱଦେଶ ଫେରାଇ ଆଣିବାରେ ସଫଳ ହୋଇଥିଲା।

ସମ୍ପ୍ରତି ପାକିସ୍ତାନ ପକ୍ଷରୁ ଦୈନିକ ଅସ୍ତ୍ର ବିରତି ଉଲ୍ଲଙ୍ଘନ ଓ ଗୁଳିଗୋଳା ବର୍ଷଣ କାରଣରୁ ସୀମାରେ ଉତ୍ତେଜନା ଜାରି ରହିଛି। ତେଣୁ ପାକିସ୍ତାନୀ ମନ୍ତ୍ରୀଙ୍କ ଏଭଳି ବୟାନ ପରିସ୍ଥିତିକୁ ଅଧିକ ଗମ୍ଭୀର କରିଦେଇଛି। ସେ ଯଦିଓ ବି କିଛି ସ୍ପଷ୍ଟ ତଥ୍ୟ ଦେଇପାରିନାହାନ୍ତି, ଏକ ନିର୍ଦ୍ଦିଷ୍ଟ ତାରିଖକୁ ନେଇ ସେ କେମିତି ନିଶ୍ଚିତ ହେଲେ ତାହା ମଧ୍ୟ ଜଣାଇନାହାନ୍ତି। କିନ୍ତୁ ସେ ସ୍ପଷ୍ଟ କରିଛନ୍ତି, ଦେଶବାସୀଙ୍କୁ ଏହି ବିଷୟରେ ଜଣାଇବା ପାଇଁ ଇମ୍ରାନ୍‌ ଖାନ୍‌ ହିଁ ତାଙ୍କୁ କହିଛନ୍ତି। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏହାର ପ୍ରତିକ୍ରିୟା ବା ଉତ୍ତର ଏପର୍ଯ୍ୟନ୍ତ ରଖାଯାଇନାହିଁ।

ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଭାରତରେ କ୍ଷମତାସୀନ ବିଜେପିକୁ ଟାର୍ଗେଟ୍‌ କରି କହିଥିଲେ, ଏହା ଯୁଦ୍ଧ ପ୍ରବଣତା ପ୍ରଚାର କରୁଛି। ଭାରତ ଏକ ପାକିସ୍ତାନୀ ଏଫ୍‌-୧୬ ଖସାଇଥିବା ଦାବି କରିବା ନେଇ ସେ ଏପରି ମନ୍ତବ୍ୟ ଦେଇଥିଲେ। ଏହା ପରେ ଭାରତୀୟ ବାୟୁସେନା ପକ୍ଷରୁ ଏଫ୍‌-୧୬ରେ ଖଞ୍ଜା ଯାଇଥିବା ମିସାଇଲର ଅଂଶ ଏବଂ ଏଫ୍‌-୧୬ର ଭଗ୍ନ ଅଂଶ ପ୍ରଦର୍ଶିତ କରାଯାଇଥିଲା।



from Odisha Reporter http://bit.ly/2TXXn1K

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages