ସୁରେନ୍ଦ୍ର ହଟହଟା, ଶୋଭାଯାତ୍ରାରେ ଯାଉଥିବା ବେଳେ ପ୍ରାର୍ଥିପତ୍ର ଦାଖଲ କରିବାକୁ ମନା କରାଗଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 5, 2019

ସୁରେନ୍ଦ୍ର ହଟହଟା, ଶୋଭାଯାତ୍ରାରେ ଯାଉଥିବା ବେଳେ ପ୍ରାର୍ଥିପତ୍ର ଦାଖଲ କରିବାକୁ ମନା କରାଗଲା

surendra

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀଙ୍କୁ ହଟହଟା ହେବାକୁ ପଡ଼ିଛି। ବିଜେଡି ତାଙ୍କୁ ଏଥର ପୁଣି କାକଟପୁର ଆସନ ପାଇଁ ଟିକେଟ୍ ଦେଇଥିଲା। ଗତକାଲି ସେ ସମର୍ଥକଙ୍କ ସହିତ ନାମାଙ୍କନପତ୍ର ଦାଖଲ କରିବାକୁ ପୁରୀ ବାହାରିଥିଲେ। ଏଥିପାଇଁ ଏକ ବିରାଟ ଶୋଭାଯାତ୍ରାର ଆୟୋଜନ ହୋଇଥିଲା। ଏଥିରେ ପ୍ରାୟ ୧୫ ହଜାର ସମର୍ଥକ ସାମିଲ ହୋଇଥିଲେ। ତେବେ ହଠାତ୍ ତାଙ୍କ ପାଖକୁ ଏକ ଫୋନ୍‌ ଆସିଲା ଏବଂ ତାଙ୍କୁ ପ୍ରାର୍ଥିପତ୍ର ଦାଖଲ ନ କରିବାକୁ କୁହାଗଲା। ଏହା ପରେ ସେ ଅଧାବାଟରୁ ଫେରି ଯାଇଥିଲେ।

ଏ ଘଟଣାକୁ ନେଇ ସୁରେନ୍ଦ୍ରଙ୍କ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଫଳରେ ସେମାନେ ଭୁବନେଶ୍ୱର ଆସି ନବୀନ ନିବାସ ସମ୍ମୁଖରେ ବିକ୍ଷୋଭ କରିଥିଲେ।

ଦଳୀୟ କାର୍ଯ୍ୟାଳୟ ପକ୍ଷରୁ ସୁରେନ୍ଦ୍ରଙ୍କୁ ଫୋନ୍‌ରେ ନାମାଙ୍କନ ପାଇଁ ବାରଣ କରାଯାଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ବିଜେପିରୁ ଆସିଥିବା ତୁଷାରକାନ୍ତି ବେହେରାଙ୍କୁ ବିଜେଡି କାକଟପୁରରୁ ପ୍ରାର୍ଥୀ କରିବ ବୋଲି ଜଣାପଡ଼ିଛି। ତୁଷାରକାନ୍ତିଙ୍କୁ ବିଜେପି ମଧ୍ୟ ଟିକେଟ୍ ଦେଇଥିଲା। ତେବେ ଟିକେଟ୍ ପାଇବା ପରେ ସେ ଦଳ ଛାଡ଼ି ବିଜେଡିରେ ମିଶିଥିଲେ।



from Odisha Reporter http://bit.ly/2UBixqP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages