ଆଡ଼ଭାନୀ ଓ ମୋଦିଙ୍କ ସମ୍ପର୍କକୁ ନେଇ ରାହୁଲଙ୍କ କଟୁ ସମାଲୋଚନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 5, 2019

ଆଡ଼ଭାନୀ ଓ ମୋଦିଙ୍କ ସମ୍ପର୍କକୁ ନେଇ ରାହୁଲଙ୍କ କଟୁ ସମାଲୋଚନା

ମହାରାଷ୍ଟ୍ର: ବିଜେପିର ଭୀଷ୍ମପିତାମହ ତଥା ଦେଶର ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାନୀ ନିକଟରେ ଲେଖିଥିବା ବ୍ଲଗ ପରେ ପ୍ରଧାନମନ୍ତ୍ରୀଙ୍କୁ କଟୁ ସମାଲୋଚନା କରିଛନ୍ତି କଂଗ୍ରେସ ଅଧ୍ଯକ୍ଷ ରାହୁଲ ଗାନ୍ଧି। ଗୁରୁ-ଶିଷ୍ଯ ସମ୍ପର୍କ ବାବଦରେ ଉଦାହରଣ ଦେବାକୁ ଯାଇ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ରାଜନୈତିକ ଗୁରୁ ଲାଲକୃଷ୍ଣ ଆଡ଼ଭାନୀଙ୍କ ବାବଦରେ କଡ଼ା ମନ୍ତବ୍ଯ ରଖିଛନ୍ତି ।

ମହାରାଷ୍ଟ୍ରର ଏକ ରାଲିରେ ଶୁକ୍ରବାର ଉଦବୋଧନ ଦେବା ବେଳେ ସେ କହିଛନ୍ତି ଆଡ଼ଭାନୀଙ୍କୁ ସେ ‘ଜୋତା’ରେ ମାରି ଷ୍ଟେଜରୁ ତଳକୁ ଫିଙ୍ଗି ଦେଇଛନ୍ତି, ଆଡ଼ଭାନୀଙ୍କୁ ମୋଦି ସମ୍ମାନ ଦେଇ ଜାଣନ୍ତିନି ବୋଲି କହିଛନ୍ତି। ଏହାପରେ ପ୍ରଧାନମନ୍ତ୍ରୀ ହିନ୍ଦୁ ସମ୍ପ୍ରଦାୟକୁ ନେଇ ରାଜନୀତି କରୁଥିବା ରାହୁଲ କହିଛନ୍ତି।

ସୂଚନାଯୋଗ୍ଯ ବିଜେପିର ପ୍ରତିଷ୍ଠା ଦିବସ ପୂର୍ବରୁ ଦଳର ଏହି ପ୍ରତିଷ୍ଠାତା ସଦସ୍ଯ ଏକ ବ୍ଲଗ ଲେଖିଥିଲେ ଯେଉଁଥିରେ ସେ ଦଳ କିଭଳି ଆଗକୁ ବଢ଼ିଛି ଏବଂ ସମୟ ଅନୁସାର ବଦଳିଛି ସେ ନେଇ ଉଲ୍ଲେଖ କରିଥିଲେ। ଏହାପରେ ମୋଦି ଟୁଇଟ କରି ଆଡ଼ଭାନୀଙ୍କୁ ଦିଗଦର୍ଶନ ଏବଂ ଦଳ କିଭଳି ଆଡ଼ଭାନୀଙ୍କ ପାଇଁ ଆଗକୁ ଉଠୁଛି ସେ ନେଇ ଲେଖିଥିଲେ।

ଗୁଜରାଟ ଗାନ୍ଧିନଗରରୁ ୧୯୯୧ରୁ ସାଂସଦ ହୋଇଆସୁଥିବା ଲାଲକୃଷ୍ଣ ଆଡ଼ଭାନୀ ଚଳିତଥର ଦଳ ତାଙ୍କୁ ଟିକେଟ ଦେଇ ନାହିଁ। ଏହାପରେ ପ୍ରଥମଥର ପାଇଁ ବ୍ଲଗ ଜରିଆରେ ନିଜର ଆଭିମୁଖ୍ଯ ରଖିଥିଲେ ପ୍ରତିଷ୍ଠା ଦିବସ ପୂର୍ବରୁ। ବିଜେପି ଚଳିତଥର ୭୫ରୁ ଅଧିକ ବୟସ୍କ ସାଂସଦଙ୍କ ଟିକେଟ କାଟିଛି ଯେଉଁଥିରେ ଦଳର ବରିଷ୍ଠ ନେତା ଆଡ଼ଭାନୀ ଏବଂ ମୁରଲୀ ମନୋହର ଜୋଶୀ ଭଳି ନେତା ରହିଛନ୍ତି। ଏ ନେଇ ବିଜେପି ସଭାପତି ଅମିତ ଶାହ ମଧ୍ଯ ସ୍ପଷ୍ଟୀକରଣ ରଖି କହିଥିଲେ ଦଳର ନିଷ୍ପତ୍ତି ଅନୁଯାୟୀ ୭୫ରୁ ଅଧିକ ବୟସ୍କ ନେତାଙ୍କୁ ଟିକେଟ ଦିଆଯାଇ ନାହିଁ।



from Odisha Reporter http://bit.ly/2U1kEjc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages